Advertisement
Article Detail0/zeeodisha/odisha2748860
Zee OdishaOdisha TrendingPakistan: ମିଛ କହୁଛି ପାକିସ୍ତାନ: ଧାର୍ମିକ ଆଢ଼ୁଆଳରେ ଆତଙ୍କବାଦୀଙ୍କୁ ଦେଉଛି ପ୍ରୋତ୍ସାହନ

Pakistan: ମିଛ କହୁଛି ପାକିସ୍ତାନ: ଧାର୍ମିକ ଆଢ଼ୁଆଳରେ ଆତଙ୍କବାଦୀଙ୍କୁ ଦେଉଛି ପ୍ରୋତ୍ସାହନ

Pakistan: ଶ୍ରୀ ମିଶ୍ରି କହିଛନ୍ତି, ପାକିସ୍ତାନ ଜନ୍ମ ହେବା ଦିନଠାରୁ ମିଛ କହି ଆସିଛି। ୧୯୪୭ ମସିହାରେ ଜାତିସଙ୍ଘକୁ ମିଛ କହି ଧରାପଡ଼ିଥିଲା, ଆଉ ସେହି ଧାରା ଏବେବି ଜାରି ରହିଛି। ଏହାର ପ୍ରଧାନମନ୍ତ୍ରୀ, ଉପ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତୀସମସ୍ତେ ଏହିଧାରାରେ ଗୋଟିଏ ଗୋଟିଏ ପାତ୍ର ହୋଇଛନ୍ତି।  ଆଉ ଏହା ସ୍ୱଭାବିକ ବୋଲି କହିଛନ୍ତି ଶ୍ରୀ ମିଶ୍ରି। 

Pakistan: ମିଛ କହୁଛି ପାକିସ୍ତାନ: ଧାର୍ମିକ ଆଢ଼ୁଆଳରେ ଆତଙ୍କବାଦୀଙ୍କୁ ଦେଉଛି ପ୍ରୋତ୍ସାହନ

Pakistan: ପାକିସ୍ତାନ ଜନ୍ମରୁ ମିଛ କହି ଆସିଛି। ଆଜି ବି ମିଛ କହୁଛି। ଭାରତ କେବେ ବି କୌଣସି ସାମରିକ  ଭିତ୍ତିଭୂମି ବା ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁନାହିଁ। ବରଂ ପାକିସ୍ତାନ ଆତଙ୍କବାଦୀ ସଂଗଠନ ଏବଂ କାର୍ଯ୍ୟକଳାପକୁ ଧାର୍ମିକ ଆଢ଼ୁଆଳରେ ରଖିଛି ବୋଲି କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିଶ୍ରି। ଆଜି ‘ଅପରେସନ୍‍ ସିନ୍ଦୁର’ର ଅବସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ସୂଚନା ଦେବା ଅବସରରେ ଶ୍ରି ମିଶ୍ରି ଏହା କହିଛନ୍ତି। 

ଶ୍ରୀ ମିଶ୍ରି କହିଛନ୍ତି, ପାକିସ୍ତାନ ଜନ୍ମ ହେବା ଦିନଠାରୁ ମିଛ କହି ଆସିଛି। ୧୯୪୭ ମସିହାରେ ଜାତିସଙ୍ଘକୁ ମିଛ କହି ଧରାପଡ଼ିଥିଲା, ଆଉ ସେହି ଧାରା ଏବେବି ଜାରି ରହିଛି। ଏହାର ପ୍ରଧାନମନ୍ତ୍ରୀ, ଉପ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତୀସମସ୍ତେ ଏହିଧାରାରେ ଗୋଟିଏ ଗୋଟିଏ ପାତ୍ର ହୋଇଛନ୍ତି।  ଆଉ ଏହା ସ୍ୱଭାବିକ ବୋଲି କହିଛନ୍ତି ଶ୍ରୀ ମିଶ୍ରି। 

ଏହିଭଳି ଏକ ମିଛ ହେଉଛି ନୀଲମ -ଝେଲମ ନଦୀବନ୍ଧ ଉପରେ ଆକ୍ରମଣ ପାଇଁ ଭରତର ପ୍ରସ୍ତୁତି। ଶ୍ରୀ ମିଶ୍ରି ଗଣମାଧ୍ୟମକୁ ଏହା ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ. ଭାରତର କୌଣସି ଲକ୍ଷ୍ୟ ନାହିଁ ସାଧାରଣ ଲୋକ, ପ୍ରତିଷ୍ଠାନ ବା କୌଣସି ସେମାିକ ପ୍ରତିଷ୍ଠ ଉପରେ ଆକ୍ରମଣ କରିବା। ବରଂ ସମସ୍ତ ଆକ୍ରମଣ ପ୍ରଥମରେ ପାକିସ୍ତାନରୁ ଆରମ୍ଭ ହେଉଛି ଏବଂ ଭାରତ କେବଳ ଏହାର ଜବାବ ଦେଉଛି। ଅପରେସନ୍‍ ସିନ୍ଦୂର ହେଉଛି ଏପ୍ରିଲ ୨୨ରେ ପଲହଗାମ୍‍ ଆକ୍ରମଣର ଏକ ଜବାବ େବାଲି ସେ କହିଛନ୍ତି। କିନ୍ତୁ ପାକିସ୍ତାନ ଯଦି ଭାରତର କୌଣସି ପ୍ରତିଷ୍ଠାନ ଉପରେ ଆକ୍ରମଣ କରେ ତେବେ ଭାରତ ଏହାର ଜବାବ ଦେବ ବୋଲି ସେ କହିଛନ୍ତି।  
ମିଳିତ ତଦନ୍ତ: 
ପାକିସ୍ତାନ ପହଲଗାମ୍‍ ପ୍ରସଙ୍ଗରେ ମିଳିତ ତଦନ୍ତ ଦାବି କରୁଛି। ଶ୍ରୀ ମିଶ୍ରି କହିଛନ୍ତି ଅତୀତରେ ଏପରି ଅନେକ ସୁଯୋଗ ଭାରତ ପାକିସ୍ତାନକୁ ଦେଇଛି କିନ୍ତୁ ସବୁଥିରେ ପାକିସ୍ତାନ ପ୍ରମାଣ ପାଇବା ପରେ ମଧ୍ୟ ନିଜ ହାତ ଧୋଇ ବସିବାକୁ ଉଦ୍ୟମ କରିଛି। ପଠାନ୍‍ କୋଟ ଏବଂ ମୁମ୍ବାଇ ଆକ୍ରମଣ ପ୍ରଭୃତି ଏହାର ଗୋଟିଏ ଗୋଟିଏ ଉଦାହରଣ ବୋଲି କହିଛନ୍ତି ଶ୍ରୀ ମିଶ୍ରି। ଆମେ କୌଣସି କ୍ଷେତ୍ରରେ ଠିକଣା ପ୍ରତିକ୍ରିୟା ଦେଖି ନାହୁଁ ବୋଲି କହିଛନ୍ତି ମିଶ୍ରି। ପାକିସ୍ତାନର ଏହି ଉଦ୍ୟମ କେବଳ ସମୟ ଗଡ଼ାଇବା ପାଇଁ ଉଦ୍ଦିଷ୍ଟ ବୋଲି ସେ ସୂଚନା ଦେଇଛନ୍ତି। 
ସାଧାରଣ ଲୋକଙ୍କୁ ଟାର୍ଗୋଟ କରୁଛି ପାକିସ୍ତାନ।

Add Zee News as a Preferred Source

ପାକିସ୍ତାନ ପୁଣିଥରେ ଭାରତରେ ଉତ୍ତେଜନା ସୃଷ୍ଟି କରିବାକୁ ଚାହିଁଛି। ବାରମ୍ବାର ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରୁଛି। ଭାରତ ମେ’୭ ତାରିଖ ରାତିରେ ଯେଉଁ ଜବାବ ଦେିଥିଲା ତାହା ସମ୍ପୂର୍ଣ୍ଣ ଭାବେ ଆତଙ୍କବାଦୀ ଓ ଆତଙ୍କବାଦି ଶିବିରକୁ ନିର୍ଦ୍ଧାରଣ କରିଥିଲା। କିନ୍ତୁ ପାକିସ୍ତାନ ଉତ୍ତେଜନା ସୃଷ୍ଟି ପାଇଁ ପୁଣିଥରେ ପୁଞ୍ଛରେ ଆକ୍ରମଣ କରିଛି।  ଏଥିରେ ୧୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛ।ି ୫୯ ଜଣ ଆହତ ହୋଇଛନ୍ତି ବୋଲି ସେ କହିଛନ୍ତି।

About the Author