International news in Odia: ପାକିସ୍ତାନରେ ଆଫଗାନିସ୍ତାନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ସ୍କୁଲ ଭିତରେ ଗୁଳି ବିନିମୟରେ ୭ ଶିକ୍ଷକଙ୍କର ମୃତ୍ୟୁ ଘଟିଛି । ଗୁରୁବାର ଦିନ ଅପରାହ୍ନରେ ଖାଇବର ପଖ୍ତୁନଖ୍ୱା (Khyber Pakhtunkhwa) ପ୍ରଦେଶର ଉପର କୁରାମ ଜିଲ୍ଲାର ଟେରି ମେଙ୍ଗାଲ ସ୍କୁଲର ଷ୍ଟାଫରୁମରେ ପଶି କିଛି ବନ୍ଧୁକଧାରୀ ଦୁବୃର୍ତ୍ତ ଆଖିବୁଜା ଶିକ୍ଷକମାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଆକ୍ରମଣରେ ନିହତ ହୋଇଥିବା ୭ ଜଣ ଶିକ୍ଷକଙ୍କ ମଧ୍ୟରୁ ୫ ଜଣ ଶିଆ ସମ୍ପ୍ରଦାୟର ବୋଲି କୁହାଯାଉଛି । ଯଦିଓ ପୂର୍ବରୁ ଏଭଳି ଘଟଣା ତେହେରିକ-ଇ-ତାଲିବାନ ସଂଗଠନ ଦ୍ୱାରା କରାଯାଇଥିଲା, କିନ୍ତୁ ଏଥର ଗୁରୁବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ସଂସ୍ଥା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହିଁ । ଏହି ଅଞ୍ଚଳରେ ଭୟର ବାତାବରଣ ରହିଛି । ପାକିସ୍ତାନରେ ଶାସକ ପାକିସ୍ତାନ ପିପୁଲ୍ସ ପାର୍ଟି (Pakistan People's Party (PPP)) ଏହି ଘଟଣାକୁ ନିନ୍ଦା କରିଛି । ଏହି ଆକ୍ରମଣକୁ ଆତଙ୍କବାଦୀ ଘଟଣା ବୋଲି କହି ଦଳର ସହ-ଅଧ୍ୟକ୍ଷ ତଥା ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ସରକାରଙ୍କ ପାଖେ ଦାବି କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ପାକିସ୍ତାନୀ ଖବରକାଗଜ ଡନ୍ ଉପର କୁରାମ ଜିଲ୍ଲାର ପୋଲିସ୍ ମହମ୍ମଦ ଇମ୍ରାନଙ୍କ ଉଦ୍ଧେଶ୍ୟରେ କହିଛି ଯେ ସ୍କୁଲ ଉପରେ ଆକ୍ରମଣ ପୂର୍ବରୁ ଦୁବୃର୍ତ୍ତମାନେ ଅନ୍ୟ ଏକ ସ୍ଥାନରେ ଗୁଳି ଚଳାଇଥିଲେ । ଟେରି ମେଙ୍ଗଲ ସ୍କୁଲଠାରୁ ପ୍ରାୟ ୬ କିଲୋମିଟର ଦୂରରେ ଥିବା ଶାଲୋଜାନ ଅଞ୍ଚଳରେ ରାସ୍ତା କଡ଼ରେ ଏହି ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁରାମ ଜିଲ୍ଲା ହସ୍ପିଟାଲର ଡେପୁଟି ମେଡିକାଲ୍ ଅଧୀକ୍ଷକ କେସିଆର ଅବ୍ବାସ ମଧ୍ୟ ସ୍କୁଲରୁ ୭ଟି ଓ ଅନ୍ୟ ସ୍ଥାନରୁ ଗୋଟିଏ ମୃତଦେହକୁ ନିଶ୍ଚିତ କରିଛି ।



ଏହାପୂର୍ବରୁ ଗୁରୁବାର ଦିନ ଆଫଗାନିସ୍ତାନ ସୀମା ନିକଟବର୍ତ୍ତୀ ଖାଇବର-ପାଖ୍ଟନଖୱା ପ୍ରଦେଶରେ ବିଦ୍ରୋହୀମାନେ ପାକିସ୍ତାନୀ ସେନାର ୬ ଜଣ ସୌନିକଙ୍କୁ ହତ୍ୟା କରିଥିଲେ। ପିଟିଆଇର ରିପୋର୍ଟ ଅନୁଯାୟୀ, ସେନାର ମିଡିଆ ୱିଙ୍ଗ ଆନ୍ତଃ ରାଜ୍ୟ ଜନସମ୍ପର୍କ ବିଭାଗ (ଆଇଏସଆରପି) କହିଛି ଯେ ଉତ୍ତର ୱାଜିରିସ୍ତାନର ହରିଣ ଡୁନି ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ୬ ଜଣ ସୌନିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆତଙ୍କବାଦୀଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନୀ ସେନା ଦ୍ୱାରା ଚାଲିଥିବା ଅପରେସନ ସମୟରେ ଏହି ଘଟଣା ଘଟିଛି ।


ପୂର୍ବରୁ ପାକିସ୍ତାନର ସ୍କୁଲ ଉପରେ ହୋଇଛି ଭୟଙ୍କର ଆକ୍ରମଣ 
୧୬ ଡିସେମ୍ବର ୨୦୧୪ ରେ ତେହେରିକ-ଇ-ତାଲିବାନ ଆତଙ୍କବାଦୀମାନେ ପେଶୱାରର ଆର୍ମି ପବ୍ଲିକ ସ୍କୁଲରେ ୧୩୨ ପିଲାଙ୍କ ସମେତ ମୋଟ ୧୪୮ ଜଣଙ୍କୁ ହତ୍ୟା କରିଥିଲେ। ଏହି ଆକ୍ରମଣରେ ୨୫୦ ରୁ ଅଧିକ ଶିଶୁ ଓ ବୟସ୍କ ମଧ୍ୟ ଆହତ ହୋଇଥିଲେ ।
୨ ଡିସେମ୍ବର ୨୦୨୨ ରେ, ଦକ୍ଷିଣ ୱାଜିରିସ୍ତାନ ଜିଲ୍ଲାର ଆଜମ ୱାର୍ସାକ ଅଞ୍ଚଳରେ ଆର୍ମି ବାଳିକା ବିଦ୍ୟାଳୟର ପିତାମାତା ଦିବସ ବୌଠକରେ ତେହେରିକ-ଇ-ତାଲିବାନ ଆକ୍ରମଣ କରିଥିଲା । ପାକିସ୍ତାନୀ ସେନାର ସକ୍ରିୟତା ଯୋଗୁଁ ଏହି ଆକ୍ରମଣରେ କେହି ପ୍ରାଣ ହରାଇ ନାହାଁନ୍ତି ।


ଏହା ବି ପଢ଼ନ୍ତୁ: Manipur Violence: ସରକାର ନେଲେ କଠୋର ପଦକ୍ଷେପ, ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦ୍ଦେଶ