Petrol Diesel Price: ପେଟ୍ରୋଲ-ଡିଜେଲ ମୂଲ୍ୟରେ ପରିବର୍ତ୍ତନ; ଏସବୁ ସହରରେ ଶସ୍ତା ହେଲା ତେଲ, ତୁରନ୍ତ ଚେକ୍ କରନ୍ତୁ ରେଟ୍
Advertisement

Petrol Diesel Price: ପେଟ୍ରୋଲ-ଡିଜେଲ ମୂଲ୍ୟରେ ପରିବର୍ତ୍ତନ; ଏସବୁ ସହରରେ ଶସ୍ତା ହେଲା ତେଲ, ତୁରନ୍ତ ଚେକ୍ କରନ୍ତୁ ରେଟ୍

Petrol Diesel Price: ଦେଶରେ ୭ ଧରି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଶେଷ ପରିବର୍ତ୍ତନ ଚଳିତ ବର୍ଷ  ମେ' ୨୨ରେ କରାଯାଇଥିଲା । ପ୍ରତିଦିନ ସକାଳେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରନ୍ତି । 

Petrol Diesel Price: ପେଟ୍ରୋଲ-ଡିଜେଲ ମୂଲ୍ୟରେ ପରିବର୍ତ୍ତନ; ଏସବୁ ସହରରେ ଶସ୍ତା ହେଲା ତେଲ, ତୁରନ୍ତ ଚେକ୍ କରନ୍ତୁ ରେଟ୍

Today Petrol-Diesel Rate 10 November 2022: ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ଦର (Crude Oil Price) ରେ ହ୍ରାସ ବୃଦ୍ଧି ଲାଗିରହିଛି । ସେପଟେ ଭାରତୀୟ ଘରୋଇ ବଜାରରେ ଦୀର୍ଘ ୧୭୪ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦରରେ ଖାସ୍ ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ଏହି ସମୟରେ ଆଜି (ଶୁକ୍ରବାର) ଅର୍ଥାତ ନଭେମ୍ୱର ୧୧ରେ ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ (Petrol Diesel Price) ର ନୂଆ ଦର ଜାରି କରିଦେଇଛନ୍ତି । ଦେଶରେ ୭ ଧରି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଶେଷ ପରିବର୍ତ୍ତନ ଚଳିତ ବର୍ଷ  ମେ' ୨୨ରେ କରାଯାଇଥିଲା । ପ୍ରତିଦିନ ସକାଳେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରନ୍ତି । 

ଏଠାରେ କହି ରଖୁଛୁ ଯେ, ଭାରତୀୟ ତୈଳ ନିଗମ (IOC), ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ଲଗାତାର ୭ ମାସ ଧରି ତୈଳ ଦରରେ ପରିବର୍ତ୍ତନ କରିନାହାଁନ୍ତି । ଶୁକ୍ରବାର ସକାଳେ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ପ୍ରାୟ ୯୩.୮୦ ଡଲାର ରହିଛି । ସେପଟେ  ଡବ୍ଲୁଟିଆଇ ବ୍ୟାରେଲ ପିଛା ୯୦ ଡଲାରକୁ ଖସି ଆସିଛି । ବର୍ତ୍ତମାନ ଡବ୍ଲୁଟିଆଇ ବ୍ୟାରେଲ ପିଛା ୮୬.୭୫ ଡଲାର ରହିଛି ।  ଇଣ୍ଡିଆନ ଅଏଲ କୋର୍ପୋରେଶନ (IOC) ଅନୁଯାୟୀ, ଆଜି ଜାତୀୟ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୬.୭୨ ଟଙ୍କା ଓ ଗୋଟିଏ ଲିଟର ଡିଜେଲ ୮୯.୬୨ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସ୍ଥିରତା ଦେଖାଦେଇଛି । 

ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ଆଜି ନୋଏଡା ଓ ଗ୍ରେଟର ନୋଏଡାରେ ପେଟ୍ରୋଲର ମୂଲ୍ୟ ୨୯ ପଇସା ହ୍ରାସ ପାଇ ଲିଟର ପିଛା ୯୬.୬୫ ଟଙ୍କା ଓ ଡିଜେଲ ୨୯ ପଇସା ହ୍ରାସ ପାଇ ୮୯.୮୨ ଟଙ୍କା ରହିଛି । ଏହା ବ୍ୟତୀତ ଗାଜିଆବାଦରେ ପେଟ୍ରୋଲ ମୂଲ୍ୟରେ ୧୮ ପଇସା ବୃଦ୍ଧି ଘଟିଛି, ଏହା ପରେ ଏଠାରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୯୬.୫୮ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ତୈଳ ଦରରେ ହ୍ରାସ ଘଟିଛି ।

ଅନ୍ୟପକ୍ଷେ ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୬.୭୨ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୧୦୬.୩୧ ଟଙ୍କା ରହିଛି । କୋଲକାତା ଲିଟର ପିଛା ୧୦୬.୦୩ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୨.୬୫ ଟଙ୍କା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୩.୧୧ ଟଙ୍କା ରହିଛି । ଗତକାଲି ଏଠାରେ ପେଟ୍ରୋଲ ଦର ୧୦୩.୧୯ ଟଙ୍କା ଥିଲା । ସେହିପରି ହାଇଦ୍ରାବାଦରେ ପେଟ୍ରୋଲ ଦର ୧୦୯.୬୬ ଟଙ୍କା ରହିଛି । ବେଙ୍ଗାଲୁରୁରେ ପେଟ୍ରୋଲ ଦର ୧୦୧.୯୪ ଟଙ୍କା ରହିଛି ।

ଆଜି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୯.୬୨ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୪.୨୭ ଟଙ୍କା ଓ କୋଲକାତାରେ ଲିଟର ପିଛା ୯୨.୭୬ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୯୪.୨୫ ଟଙ୍କା ରହିଛି । ରାଜଧାନୀ ଭୁବନେଶ୍ୱରରେ ଡିଜେଲ ଦର ୯୪.୬୮ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଡିଜେଲ ଦର ୯୪.୭୬ ଟଙ୍କା ଥିଲା । ସେପଟେ ହାଇଦ୍ରାବାଦରେ ଡିଜେଲ ମୂଲ୍ୟ ୯୭.୮୨ ଟଙ୍କା ଥିବାବେଳେ ବେଙ୍ଗାଲୁରୁରେ ୮୭.୮୯ ଟଙ୍କା ରହିଛି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ପରାଜୟର ସବୁଠାରୁ ବଡ଼ କାରଣ, ହୋଇଗଲା ଖୁଲାସା

ଅଧିକ ପଢ଼ନ୍ତୁ:-ଭାରତର ପରାଜୟର ସବୁଠାରୁ ବଡ଼ ଭିଲେନ୍ ଥିଲେ ଏହି ଖେଳାଳି! ଲୋକମାନେ ରିଟାୟରମେଣ୍ଟର କଲେ ଦାବି

ଧିକ ପଢ଼ନ୍ତୁ:-ପିଏମ ମୋଦି ଓ ଶାହଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ ସଞ୍ଜୟ ରାଉତ, ଫଡନାଭିସଙ୍କ ବି କଲେ ପ୍ରଶଂସା

 

ଜାଣନ୍ତୁ ଆପଣଙ୍କ ସହରର ରେଟ୍

ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।

ଏଠାରେ ଚେକ୍ କରନ୍ତୁ-https://iocl.com/Products/PetrolDieselPrices.aspx

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।