Advertisement
Article Detail0/zeeodisha/odisha3006925

Today Petrol Diesel Price: ସପ୍ତାହ ଆରମ୍ଭରୁ ତୈଳଦରରେ ବୃହତ ହ୍ରାସ

ନୂଆଦିଲ୍ଲୀ: ଆଜି ସୋମବାର ନଭେମ୍ବର ୧୭ ତାରିଖ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପ

Today Petrol Diesel Price: ସପ୍ତାହ ଆରମ୍ଭରୁ ତୈଳଦରରେ ବୃହତ ହ୍ରାସ

Petrol Diesel Price: ନୂଆଦିଲ୍ଲୀ: ଆଜି ସୋମବାର ନଭେମ୍ବର ୧୭ ତାରିଖ ପ୍ରତିଦିନ ଭଳି ଆଜି ମଧ୍ୟ ନୂଆ ତୈଳଦର ଜାରି ହୋଇଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଅଶୋଧିତ ତୈଳର ଆନ୍ତର୍ଜାତୀୟ ମୂଲ୍ୟ ଅନୁଯାୟୀ ଭାରତରେ ଇନ୍ଧନ ମୂଲ୍ୟ ସ୍ଥିର ହୋଇଛି। ଦେଶର କିଛି ସ୍ଥାନରେ ତୈଳ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ତୈଳଦରରେ ପରିବର୍ତ୍ତନ ହୋଇଛି। ଭୁବନେଶ୍ୱର ପେଟ୍ରୋଲ ଦରରେ ମଧ୍ୟ ନୂଆ ଦର ଜାରି ହୋଇଛି। ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି ଥିବା ବେଳେ ଆଉ କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?

ଆଜି ଭୁବନେଶ୍ୱରରେ ଉଭୟ ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ଲିଟର ପିଛା ୨୬ ପଇସା ବୃଦ୍ଧି ପାଇ ଭୁବନେଶ୍ୱରରେ ୧୦୦.୯୩ ଟଙ୍କାରେ କାରବାର କରୁଛି। ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ସ୍ଥିର ରହିଛି। ଦିଲ୍ଲୀରେ ଲିଟର ପିଛା ୯୪.୭୭, କୋଲକାତାରେ ୧୦୫.୪୧ ଟଙ୍କା, ମୁମ୍ବାଇରେ ୧୦୩.୫୦ ଓ ଚେନ୍ନାଇରେ ୧୦୧.୦୩ ଟଙ୍କାରେ କାରବାର କରୁଛି। 

ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦରରେ ୨୫ ପଇସା ହ୍ରାସ ପାଇଛି। ସୋମବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୨.୫୧ ଟଙ୍କାରେ କାରବାର କରୁଛି। ସେହିପରି ନୂଆଦିଲ୍ଲୀରେ ୮୭.୬୭ ଟଙ୍କା, କୋଲକାତାରେ ୯୨.୦୨ ଟଙ୍କା, ମୁମ୍ବାଇ ୯୦.୦୩ ଟଙ୍କା, ଚେନ୍ନାଇ ୯୨.୪୯ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି।  

Add Zee News as a Preferred Source

ଏମିତି ଭାବେ ପ୍ରତ୍ୟେକ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯାଞ୍ଚ କରିପାରିବେ:
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।

ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ:
ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୈଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।

About the Author