Weather Update: ଆଜିର ତାପମାତ୍ରା ରାଜ୍ୟର ଜନସାଧାରଣଙ୍କୁ କଲବଲ କରିଛି । ୪୪ ଡିଗ୍ରୀ ସେଲସିୟସ ଟପିଛି ଝାରସୁଗୁଡ଼ା ।
ଏହା ପଛକୁ ସମ୍ବଲପୁରରେ ୪୨.୬ ଡିଗ୍ରୀ ସେଲସିୟସ୍ ରହିଛି ତାପମାତ୍ରା
ହୀରାକୁଦରେ ୪୧.୮ ଏବଂ ରାଉରକେଲା ୪୧.୨ ଡିଗ୍ରୀ ସେଲସିୟସ ରେକର୍ଡ କରିଛି ପାଣିପାଗ ବିଭାଗ ।
କେନ୍ଦୁଝରରେ ୩୭.୮, ଚାନ୍ଦବାଲିରେ ୩୭.୬ ଏବଂ ବାଲେଶ୍ବରରେ ୩୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।
ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୩୫.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ଅନ୍ୟପଟେ. ରୌଦ୍ରତାପଜନିତ ଅସୁସ୍ଥତା ୪୯କୁ ବୃଦ୍ଧି ହୋଇଥିବା ସୂଚନା ମିଳିଛି ।
ତାତି ବଢିବା କାରଣରୁ ରୌଦ୍ରତାପଜନିତ ଅସୁସ୍ଥତା ବି ବଢ଼ୁଛି । ବର୍ତ୍ତମାନ ସୁଦ୍ଧା ୪୯ଜଣ ରୌଦ୍ରତାପଜନିତ କାରଣରୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସମ୍ବଲପୁରରୁ ସର୍ବାଧିକ ୪୦ ଜଣ ଅସୁସ୍ଥ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର ।
ट्रेन्डिंग फोटोज़