8th Pay Commission: ଅଷ୍ଟମ ବେତନ କମିଶନ୍ ରେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ସରକାର ଆଉ ଏକ ଘୋଷଣା କରିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା...
)
ଅଷ୍ଟମ ବେତନକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କାହିଁକିନା ,ଅଷ୍ଟମ ବେତନରେ କର୍ମଚାରୀମାନଙ୍କ ଦରମାରେ ଅହେତୁକ ବୃଦ୍ଧି ହେବ।
ALSO READ: Gold Rate Today: ଅକ୍ଷୟ ତୃତୀୟା ପୂର୍ବରୁ ସୁନାଦରରେ ବୃହତ ହ୍ରାସ,ଆଜି ୨୨ କ୍ୟାରେଟ୍ ର ରେଟ୍ ରହିଛି...
)
ଦରମାରେ ବାର୍ଷିକ ବୃଦ୍ଧି ୩ରୁ ୬ ପ୍ରତିଶତ ହେବ ବୋଲି ଆଲୋଚନା କରାଯାଉଛି।
)
ଯଦି କେନ୍ଦ୍ର ସରକାର ଏହି ପ୍ରସ୍ତାବ ଗ୍ରହଣ କରନ୍ତି। ତେବ, କର୍ମଚାରୀଙ୍କ ମୂଳ ଦରମା ଓ ହୋମ୍ ଟେକ୍ ରେ ଯଥେଷ୍ଟ ବୃଦ୍ଧି ହେବ।
)
କେବଳ ସେତିକି ନୁହେଁ, ମହଙ୍ଗା ଭତ୍ତା(DA), HRA ଏବଂ ଅନ୍ୟାନ୍ୟ ଭତ୍ତାରେ ମଧ୍ୟରେ ଅହେତୁକ ବୃଦ୍ଧି ହେବ।
)
କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ ନେଇ ଏକ ବଡ଼ ଲକ୍ଷ ରହିଛନ୍ତି।
)
ଏନେଇ ଜାତୀୟ ପରିଷଦର ଡ୍ରାଫ୍ଟିଂ କମିଟି ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି। ଯେଉଁଥିରେ ଅନେକ ଦାବି ରଖାଯାଇଛି।
)
ସବୁଠୁ ବଡ଼ ଦାବି ହେଉଛି ବାର୍ଷିକ ୬ ପ୍ରତିଶତ ଦରମା ବୃଦ୍ଧି ହେଲେ, ଏବେ କର୍ମଚାରୀମାନଙ୍କର ବାର୍ଷିକ ୩ ପ୍ରତିଶତ ଦରମା ବୃଦ୍ଧି ହେଉଛି।
)
ହେଲେ,ବର୍ତ୍ତମାନର ବର୍ଦ୍ଧିତ ମୁଦ୍ରାସ୍ପିତିକୁ ଦୃଷ୍ଟିରେ ରଖି ଏହି ଦାବି ସଂଗଠନ ସରକାରଙ୍କ ପାଖରେ କରିଛି।
)
ଯଦି ଏହି ଦାବି ସରକାରଙ୍କ ଗ୍ରହଣ କରାଯାଏ। ତେବେ, କର୍ମଚାରୀଙ୍କ ମୂଳ ଦରମାରେ ଅହେତୁକ ବୃଦ୍ଧି ହେବ।
)
ଯାହା ସିଧାସଳଖ ମୂଳ ଦରମା ଉପରେ ପ୍ରଭାବ ପଡି଼ବ।
)
ଉଦାହରଣ ସୂରୁପ, ଯଦି ଜଣକ ମୂଳ ଦରମା ୩୦,୦୦୦ ହୁଏ। ତେବେ,୩ ପ୍ରତିଶତ ବୃଦ୍ଦି ହେଲେ ସେମାନଙ୍କର ଦରମାରେ ୯୦୦ ଟଙ୍କା ବଢିବ।
)
ହେଲେ, ୬ ପ୍ରତିଶତ ବୃଦ୍ଧି ହେଲେ ମୂଳ ଦରମାରେ ୧,୮୦୦ ଟଙ୍କା ଅଧିକ ମିଳିବ।
)
ଏହା ବ୍ୟତିତ ମହଙ୍ଗା ଭତ୍ତା, HRA ଓ TAରେ ମଧ୍ୟ ବୃଦ୍ଧି ହେବ। କେବଳ ସେତିକି ନୁହେଁ, ସର୍ବନିମ୍ନ ମୂଳ ଦରମା ୬୯,୦୦୦ କୁ ବୃଦ୍ଧି କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।
)
ଏହା ସହ ଫିଟମେଣ୍ଟ ଫ୍ୟାକ୍ଟରକୁ ୩.୮୩ ,HRA କୁ ୩୦ ରୁ ୪୦ ପ୍ରତିଶତ କରିବାକୁ କୁହାଯାଇଛି।
)
ଏଥିରେ ପେନସନଭୋଗୀମାନେ ମଧ୍ୟ ଲାଭବାନ୍ ହେବେ।
)
ଅଷ୍ଟମ ବେତନ କମିଶନ ପ୍ରତି ୧୦ ବର୍ଷରେ ଏକ ବେତନ କମିଶନ୍ ଲାଗୁ ହୁଏ। ଯଦି ସରକାର ଏହିସବୁ ଦାବିମାନି ନିଅନ୍ତି।
)
ତେବେ,କର୍ମଚାରୀମାନେ ଯଥେଷ୍ଟ ଲାଭବାନ୍ ହେବେ।
Disclaimer: ଏହି ଲେଖା କେବଳ ସୂଚନା ଉଦ୍ଦେଶ୍ୟରେ। ଏହା ଜୀ ଓଡ଼ିଶା ନ୍ୟୁଜର ଆକଳନ ନୁହେଁ। ସଠିକ୍ ସଂଖ୍ୟା ଏବଂ ତାରିଖ ସରକାରୀ ବିଜ୍ଞପ୍ତି ଉପରେ ଆଧାରିତ। ଏକ ସରକାରୀ ସୂତ୍ର କିମ୍ବା ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
ट्रेन्डिंग फोटोज़