Blogger Laba Hansda: ପୁଣି ବିବାଦ ଘେରରେ ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା। ପ୍ରେମିକାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ପରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଫସିଥିବା ଲବ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ।
ଦୁଇଟି ବିବାହ କରିଥିଲେ ବି ନିଜକୁ ସବୁ ବ୍ଲଗରେ ଅବିବାହିତ ହୋଲି ଦର୍ଶାଇ ସେ ଦର୍ଶକଙ୍କୁ ଭକୁଆ ବନେଇଥିବା ଆତ୍ମୀୟ ମାନେ କହିଛନ୍ତି।
ଲବଙ୍କ ଜନ୍ମସ୍ଥାନ ବା ପୈତୃକ ଘର ହେଉଛି ମୟୂରଭଂଜ ଜିଲ୍ଲା କାପ୍ତିପଦା ବ୍ଲକ୍ ଶରତ ଥାନା ଅନ୍ତର୍ଗତ ସିଲେଇପୋଖରୀ ଗାଁରେ। ସେ ଏବେ ନିଜ ବାପା, ମାଆଙ୍କ ସହିତ ଭଦ୍ରରରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି।
ଦୁଇଟି ବିବାହ କରିଥିଲେ ସୁଧା ନିଜକୁ ଅବିବାହିତ ବୋଲି ଦର୍ଶାଉଛନ୍ତି। ତାଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ତା ଥାନା ମନୋହରପୁର ଡାହୀକୁଶପଦା ଗାଁର ମାନ୍ଦ ହାଁସଦା।
ସିଲେଇପୋଖରୀ ଗାଁରେ ରହୁଥିବା ଲବଙ୍କ ଦାଦାପୁଅ ଭାଇ ଓ ଭାଉଜ ଲବଙ୍କ ବିରୋଧରେ ଆଇନ୍ ର ଆଶ୍ରୟ ନେଇପାରୁ ନାହାଁନ୍ତି। କିନ୍ତୁ ତାଙ୍କ ସ୍ବାମୀଙ୍କ ନାମରେ ଏତେବଡ଼ ଅଭିଯୋଗ ଆସିବା ପରେ ସେ ଏବେ ଥାନାର ଦ୍ବାରସ୍ତ ହେବାକୁ ସ୍ଥିର କରିଥିବା ପରିବାର ଲୋକଙ୍କ ତରଫରୁ ସୂଚନା ମିଳିଛି।
ଅନ୍ୟପଟେ, ସ୍ବାମୀ ତ୍ୟାଗ କରିଦେଲା ପରେ,ନିଜର ଏକମାତ୍ର ଝିଅର ଭବିଷ୍ୟତ ନେଇ ସେ ଚିନ୍ତିତ ଥିବା ମାନ୍ଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।
ଏହା ମଧ୍ୟରେ ଲବ ବାଲେଶ୍ବର ଜିଲ୍ଲାରେ ଦ୍ବିତୀୟ ବିବାହ କରିଥିବାର ମଧ୍ୟ ଜଣା ପଡିଛି।
ଆଜକୁ ଠିକ୍ ୫ ମାସ ପୂର୍ବରୁ ଲବ୍ ହାଁସଦା ଡାଳି ପୂଜା ସମୟରେ ଗାଁକୁ ଆସିଥିବା ବେଳେ ଦାଦା ପୁଅ ଭାଇ ଓ ଭାଉଜଙ୍କୁ ତାଙ୍କ ଦ୍ବିତୀୟ ବିବାହ ବିଷୟ କଥା କହିଥିବା ଜଣାପଡିଛି।
ଲବ ହାଁସଦାଙ୍କ ତିନି ଭାଇ ଓ ୨ ଭଉଣୀ ରହିଛନ୍ତି। ତାହା ସ୍ପଷ୍ଟ କରିଛନ୍ତି ତାଙ୍କ ଭାଉଜ ଏବଂ ଭାଇ। ଅନ୍ୟପଟେ, ଲବ ଆଗରୁ ନିଜ ଶ୍ବଶୁର ଘରକୁ ଯାଉଥିବା ବେଳେ ଏବେ ଆଉ ଶ୍ବଶୁର ଘରକୁ ଯାଉ ନାହାଁନ୍ତି।
ଇତି ମଧ୍ୟରେ ଲବ ହାଁସଦା ଦୁଇ ମାସ ପୂର୍ବରୁ ନେପାଳ ଯାଇଥିବା ସମୟରେ ସାଲମୀ ମୁର୍ମୁ ନାମକ ଝାଡଖଣ୍ତର ଜଣେ ଯୁବତୀଙ୍କ ପ୍ରେମରେ ପଡିଥିଲେ। ସାଲମୀ ବେଙ୍ଗାଲୁରୁର ଏଚଏସଆର ଥାନା ଅଧିନରେ ରହୁଥିଲେ।
ସେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଲବ୍ ହାଁସଦା ନିଜ ଭାବି ପତ୍ନୀ ସାଲମୀଙ୍କ ସହିତ ଅନେକ ସମୟରେ ଝଗଡା କରୁଥିଲେ। ଓ ତାଙ୍କୁ ଲବ୍ ବହୁ ନିର୍ଯ୍ୟାତନା ଦେଉଥିଲେ।
ସାଲମୀ ୪ ଦିନ ତଳେ ଆତ୍ମହତ୍ୟା କରିବା ପରେ ଯୁବତୀଙ୍କ ଭାଇ ବେଙ୍ଗାଲୁରୁର ଏଚଏସଆର ଆଉଟ୍ ଥାନାରେ ଅଭିଯୋଗ କରିଛନ୍ତି।
ସେଠାକାର ପୋଲିସ୍ ୧୦୮ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।
ତେବେ, ଲବ୍ ଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳୁ ନାହିଁ। ତାଙ୍କ ଭଦ୍ରକ ସ୍ଥିତ ଘରେ ସେ ନଥିବା ଜଣାପଡିଛି।
ବିଦେଶରେ ଆତ୍ମଗୋପନ କରିଥିବା ସୂଚନା ମିଳୁଛି।
ତେବେ, ଲବଙ୍କ ୨ଟି ପତ୍ନୀ କଣ କରନ୍ତି, ସେନେଇ କୌଣସି ସୂଚନା ମିଳି ନାହିଁ।
ट्रेन्डिंग फोटोज़