Advertisement
Photo Details/zeeodisha/odisha3084465
Zee OdishaPhotosBudh Shani Yog 2026: ଫେବୃଆରୀ ୩ରେ ପଡୁଛି ବୁଧ-ଶନି ଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆଙ୍କ ସହ ବ୍ୟବସାୟୀ ହେବେ...
photoDetails0hindi

Budh Shani Yog 2026: ଫେବୃଆରୀ ୩ରେ ପଡୁଛି ବୁଧ-ଶନି ଯୋଗ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିଆଙ୍କ ସହ ବ୍ୟବସାୟୀ ହେବେ...

Budh Shani Yog 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ନ୍ୟାୟର ଦେବତା ଶନିଦେବ ବର୍ତ୍ତମାନ ମୀନ ରାଶିରେ ବିରାଜମାନ ଥିବା ବେଳେ ବୁଧ ଫେବୃଆରୀ ୩ ତାରିଖ ଦିନ କୁମ୍ଭ ରାଶିକୁ ଚଳନ କରିବେ। ବୁଧ-ଶନି ପରପ୍ପର ଠାରୁ ୩୬ ଡିଗ୍ରୀ ଦୂରତାରେ ରହିବେ। ଫଳରେ ବୁଧ-ଶନି ଯୋଗ ସୃଷ୍ଟି ହେଉଛି। ବୁଧ-ଶନି ଯୋଗ କିଛି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ଯଦି ଜାତକରେ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ସମସ୍ତ-ସୁଖ-ସମୃଦ୍ଧି ଲାଭ କରିବା ସହ ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଇଛି...ଫେବୃଆରୀ ଆରମ୍ଭରୁ....

1/4

ମିଥୁନ-:ବୁଧ-ଶନି ଯୋଗ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଆର୍ଥିକ-ସ୍ଥିତି ବେଶ୍ ମଜବୁତ୍ ରହିବ। ଦିର୍ଘ ଦିନ ଧରି ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କର୍ମକ୍ଷେତ୍ରରେ ଅଟକି ରହିଥିବା ପଦୋନ୍ନତି ମିଳିବା ସହ ଦରମାରେ ଅହେତୁକ ବୃଦ୍ଧି ହେବ। ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସଫଳ ହେବେ। ଯେଉଁମାନେ, କୌ-ଣସି ଏକ ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନେଇ କରନ୍ତୁ, ଭଲ ଲାଭ ପାଇବେ। ଦିର୍ଘ ଦିନ ଧରି, ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସ-ପକ୍ଷରେ ଯିବ। ପ୍ରେମୀ-ମାନଙ୍କ ଲାଗି ସମୟ ଅନୁକୂଳ ରହିବ। ସିଙ୍ଗଲ୍ ଥିବା ଲୋକେମାନଙ୍କୁ ଏ-ହି ସମୟରେ ଭ-ଲ ଜୀବନ ସାଥୀ ମି-ଳିବେ। ସ୍ବାସ୍ଥ୍ୟ ଭଲ ରହିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। 

ALSO READ: Guru Margi 2026: ବୃହସ୍ପତିଙ୍କ ଓଲଟା ଚଳନ, ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବଦଳିବ ଆର୍ଥିକ ସ୍ଥିତି ସହ...

2/4

କନ୍ୟା-: ବୁଧ ଶନି ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ସାବ୍ୟସ୍ତ ହେବ।  ବିଶେଷକରି, ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବେଶ୍ ମଜବୁତ୍ ହେବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ନୂଆ ଘର ଓ ଗାଡି଼ କିଣିବାର ସ୍ବପ୍ନ ସାକାର ହେବ।  ଯେଉଁମାନେ ସରକାରୀ ଚାକିରି ପାଇଁ ଦିର୍ଘ ଦିନ ହେବ ଉଦ୍ୟମ କରୁଛନ୍ତି, ଏହି ସମୟରେ ସେମାନଙ୍କ ସ୍ବପ୍ନ ପୂରା ହେବ। ରିୟଲି-ଇ-ଷ୍ଟେଟ୍ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ସରକାରଙ୍କ ତରଫରୁ ବଡ଼ ଧରଣର ଲାଭ ପାଇବେ। ହେଲେ, ପତ୍ନୀ-ଙ୍କ ସହ କୌଣସି କାରଣ ପାଇଁ ବିବାଦ ଦେଖାଦେଇପାରେ। ଏପରିକି ଛାଡପତ୍ର ପାଇଁ କଥା ଯାଇପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

 

3/4

ମକର-: ବୁଧ-ଶନିଙ୍କ ଦୁର୍ଲଭ ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି, ବ୍ୟବସାୟୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। ଏହି ସମୟ ମଧ୍ୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଲାଭବାନ୍ ହେବେ।-କର୍ମକ୍ଷେତ୍ରରେ, ଦିର୍ଘ ଦିନ ଧରି, ଲାଗି ରହିଥିବା ସମସ୍ୟା ଦୂର ହେବ। ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ, ଚାକିରି ଖୋଜୁଛନ୍ତି,ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଚାକିରି ମିଳିବ। କୌଣସି ସଂସ୍ଥାରେ ନିବେଶ ପୂର୍ବରୁ ଯାଂଚ କରନ୍ତୁ,ନଚେତ୍ ଠକାମୀର ଶୀକାର ହୋଇପାରନ୍ତି। ବିବାଦରୁ ନିଜକୁ ଦୂରେଇ ରଖିବା ଭଲ । ସେୟାର୍ ମାର୍କେଟ୍ ରୁ ଲାଭବାନ୍ ହେବା ସହ ଜମି କିଣିବାର ସ୍ବପ୍ନ ସାକାର ହେବ। ପିତାମାତାଙ୍କ ସହ ଦୂରଯାତ୍ରା କରିବେ। ନିଜ ସନ୍ତାନଙ୍କ ଠାରୁ ଗୁଡ୍ ନ୍ୟୁଜ୍ ପାଇବେ। ପୁରୁଣାରୋଗରୁ ମୁକ୍ତି ମିଳିବ।  

4/4

କୁମ୍ଭ-: ବୁଧ-ଶନିଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ବିଶେଷକରି, ଏହି ସମୟ ବ୍ୟବସାୟ ଓ ଚାକିରିଆଙ୍କ ଲାଗି ଅନୁକୂଳ ରହିବ। ଚାକିରିଆମାନେ କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ପାଇବେ। ଦରମାରେ ଅହେତୁକ ବୃଦ୍ଧି ହେବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ମୋଟାଅଙ୍କର ଟଙ୍କା ଲାଭ ପାଇବେ। ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଖାସ୍ ରହିଛି। ଏହି ସମୟରେ ବିଦେଶରେ ବ୍ୟବସାୟ ଆରମ୍ଭ କଲେ ବ୍ୟବସାୟରୁ ବେଶ୍ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ଭଲ ରେଜଲ୍ଟ କରିବେ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ହାସଲ୍ କରିବେ। ପରିବାର ସହ ଦୂରଯାତ୍ରା କରିବେ। ଘରେ ମାଙ୍ଗଳିକ କାର୍ଯ୍ୟ ହେବ। ପ୍ରେମ ବିବାହ ସଫଳ ହେବ। ସ୍ବାସ୍ଥ୍ୟରେ ଉନ୍ନତି ହେବା ସହ ଆଶା କରିଥିବା ଦିଗରୁ ଲାଭବାନ୍ ହେବେ। ଲଟେରୀରୁ ଲାଭବାନ୍ ହେବେ।

(Disclaimer:ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ,ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)