Budh Shani Yuti: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏ-କ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହ ମାନଙ୍କର ରାଜକୁମାର ବୁଧ ଆଜି ସକାଳ ୧୦.୫ ମିନିଟ୍ ସମୟରେ ଅନୁରାଧା ନକ୍ଷତ୍ରକୁ ଚଳନ କରିଛନ୍ତି। ଏହି କ୍ରମରେ, ଶନିଦେବ ମଧ୍ୟ ଅକ୍ଟୋବର ୨୦ ଦିନ, ସନ୍ଧ୍ଯା ୫ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ବିରାଜମାନ କରିବେ। ଗୋଟିଏ ରାଶିରେ ଶନି- ବୁଧଙ୍କ ମିଳନ ଦୁର୍ଲଭ ଯୋଗ ବା ବୁଧ-ଶନି ୟୁତି ଯୋଗ ସୃଷ୍ଟି କରୁଛି। ତେବେ, ଏହି ଦୁର୍ଲଭ ଯୋଗ କିଛି ରାଶି ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ। ଯଦି ଜାତକରେ ଶନି-ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଅଗ୍ରଗତି କରିବା ସହିତ ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ନଭେମ୍ବର ୨୦ ରୁ ଚମକିବାକୁ ଯାଉଛି।....
1/5ମିଥୁନ: ବୁଧ-ଶନି ୟୁତି ଏହି ରାଶି ଙ୍କ ଭାଗ୍ୟ ଉଦୟ କରିବ। ବିଶେଷକରି,ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଯେଉଁମାନେ ଦିର୍ଘ ଦିନହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ଭଲ କମ୍ପାନୀରୁ ଚାକିରି ଅଫର ମିଳିବ। ବ୍ୟବସାୟରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ। ନୂଆ ଗାଡ଼ି ଓ ଘର କ୍ରୟ କରିବେ। ଆଣିଥିବା ଧାର-କରଜ ଟଙ୍କାକୁ ସୁଝିବାରେ ସକ୍ଷମ ହେବେ। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ପିତାମାତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ। ଦାମ୍ପତ୍ୟ ଜୀବନ ମଧୁମୟ ହେବ।
ALSO READ: Silver and Gold Rate: ସୁନାରେ ୧୦,୭୦୦ ଓ ରୂପାରେ ଏତିକି ହଜାର ଟଙ୍କା ଖସିଲା ରେଟ୍, ଆଜିହିଁ କିଣନ୍ତୁ!
2/5କନ୍ୟା: ବୁଧ-ଶନିଙ୍କ ୟୁତି ଏହି ରାଶି ପାଇଁ ବରଦାନ ପାଲଟିବ। କର୍ମକ୍ଷେତ୍ରରୁ ପଦୋନ୍ନତି ମିଳିବା ସହ ଚାକିରି କରୁଥିବା ଲୋକଙ୍କ ଆୟରେ ବୃଦ୍ଧି ହେବ। ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ପାଇବେ। ବ୍ୟବସାୟରେ ଆଶାଜନକ ଲାଭ ମିଳିବ। ବିଦେଶରେ ଚାଲିଥିବା ବାଣିଜ୍ୟ ବ୍ୟବସାୟରୁ ଭଲ ଦ୍ବି-ପଇସା ଲାଭ ଉଠାଇବେ। ଯେଉଁ ଛାତ୍ରଛାତ୍ରୀମାନେ କମ୍ପିଟେଟିଭ୍ ଏ-କଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ-ମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟରେ, ଭଲ ରେଜଲ୍ଟ କରିବେ। ଘରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ପରିବାର ମଧ୍ୟରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ପ୍ରେମ ସମ୍ପର୍କରେ ହୋଇଥିବା ଫାଟ ପୁଣି ଥରେ ଯୋଡି଼ ହେବ।
3/5ମକର: ବୁଧ-ଶନି ୟୁତି ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ବିଶେଷକରି,ଏ-ହି ସମୟ ମଧ୍ୟରେ କ୍ୟାରିୟରକୁ ନେଇ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ହେବ। ପ୍ରତ୍ୟକ କାର୍ଯ୍ୟ କରିବା ପାଇଁ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ପୁରୁଣା ବ୍ୟବସାୟରେ ନୂଆ ଯୋଜନାକୁ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବେ। ଆଣିଥିବା ଋଣକୁ ସୁଝିବାରେ ସକ୍ଷମ ହେବେ। ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ କର୍ମକ୍ଷେତ୍ରରେ ଉପରିସ୍ତ ଅଧିକାରୀଙ୍କ ଠାରୁ ସମର୍ଥନ ପାଇବେ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ନିଜ ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଏକ ଖୁସି ଖବର ପାଇବେ। ନିଜ ପରିବାର ସହିତ ଦୂର ଯାତ୍ରା କରିବେ।
4/5ତୁଳା:ବୁଧ-ଶନିଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ବିଶେଷକରି,ଏହି ସମୟ ମଧ୍ୟରେ କଳା,ସାହିତ୍ୟ,ଫେସନ୍ ଡିଜାଇନ୍, ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ଲାଗି ସମୟ ଅନୁକୂଳ ରହିବ। ଭଲ କାର୍ଯ୍ୟ ପାଇଁ କୌଣସି ସଭା-ସମିତିରେ ସମ୍ମାନୀତ ହୋଇପାରନ୍ତି। କ୍ୟାରିୟର କୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଅବିବାହିତଙ୍କ ପାଇଁ କୌଣସି ପ୍ରକାର ଭଲ ବିବାହ ପ୍ରସ୍ତାବ ଆସିବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ମୋଟାଅଙ୍କର ଟଙ୍କା ଲାଭ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୁରୁଣା ବିନିଯୋଗରୁ ଲାଭବାନ୍ ହେବେ।
5/5ବୃଷ: ବୁଧ-ଶନିଙ୍କ ଆର୍ଶିବାଦରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ଡାକ୍ତରୀ, ସାମ୍ବାଦିକତା, ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ଶୁଭଫଳ ପାଇବେ। ଅନଲାଇନ୍ କାରବାର କରୁଥିବା ଲୋକଙ୍କ ଆୟ ବଢିବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ, ଯେଉଁଥିରୁ ମୋଟାଅଙ୍କର ଲାଭ ମିଳିବ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ନୂଆ ଜମି କିମ୍ବା ଘର କିଣିବାର ସ୍ବପ୍ନ ସାକାର ହେବ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଯେଉଁମାନେ ପୁଞ୍ଜି ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ଏହି ସମୟରେ କରନ୍ତୁ ଭଲ ଲାଭ ପାଇବେ। ସିଙ୍ଗଲ ଥିବା ଲୋକଙ୍କୁ ଭଲ ଜୀବନ ସାଥୀ ମିଳିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)