lightning: ଗତ ୧୦ ଦିନ ମଧ୍ୟରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ବଜ୍ରପାତ ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ବିହାରରେ ୬୪ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଉତ୍ତର ପ୍ରଦେଶରେ ବଜ୍ରପାତ ଯୋଗୁଁ ୩୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି । ବଜ୍ରପାତରୁ ରକ୍ଷା ପାଇବା ପାଇଁ ଆପଣ କେଉଁ ଉପାୟ ଗ୍ରହଣ କରିବା ଆବଶ୍ୟକ ଆସନ୍ତୁ ଜାଣିବା।
ଗତ ୫ ବର୍ଷ ମଧ୍ୟରେ ବିହାରରେ ବଜ୍ରପାତ କାରଣରୁ ୧୬୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ବିହାର ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୧୯-୨୦ରେ ବଜ୍ରପାତ କାରଣରୁ ୨୫୩ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୨୦-୨୧ ମସିହାରେ ବଜ୍ରପାତ ଯୋଗୁଁ ୪୫୯ ଜଣଙ୍କର ମୃତ୍ୟୁ ହୋଇଥିଲା, ୨୦୨୨-୨୩ ମସିହାରେ ୪୦୦ ଜଣଙ୍କର, ୨୦୨୩-୨୪ ମସିହାରେ ୨୪୨ ଜଣଙ୍କର ମୃତ୍ୟୁ ହୋଇଥିଲା।
ବର୍ତ୍ତମାନ ସମୟରେ ଆପଣଙ୍କୁ ସର୍ବଦା ଭାରତୀୟ ପାଣିପାଗ ବିଭାଗର ବୈଜ୍ଞାନିକଙ୍କ ସୂଚନା ଜାଣିବାର ଆବଶ୍ୟକତା ରହିଛି ।
କାଳବୈଶାଖି ସମୟରେ ଯଦି ଆପଣ ଖୋଲା ସ୍ଥାନରେ ଅଛନ୍ତି, ତେବେ ପ୍ରଥମେ ଏକ ପକ୍କା ଘର ଦେଖି ଆଶ୍ରୟ ନିଅନ୍ତୁ ।
ଦ୍ୱିତୀୟରେ ଯଦି ଆପଣଙ୍କ ଆଖପାଖରେ ପକ୍କା ଘର ନାହିଁ କିମ୍ୱା ସେଠାରେ ପହଞ୍ଚି ପାରିବେ ନାହିଁ, ତେବେ ଆପଣ ଏକ ଖାଲୁଆ ସ୍ଥାନ ଚୟନ କରନ୍ତୁ । ସେଠାରେ ଗୋଡ଼ ହାତ ଯୋଡି ବସିଯାଆନ୍ତୁ ଏବଂ ନିଜ ପାଖରେ ଥିବା ମୋବାଇଲ୍ ସୁଇଚ୍ ଅଫ୍ କରିଦିଅନ୍ତୁ ।
ବଜ୍ରପାତ ସମୟରେ କଦାପୀ ଗଛ ତଳେ ଠିଆ ହେବା ଉଚିତ୍ ନୁହେଁ।
ଆପଣଙ୍କ ଚାରିପାଖରେ ଦେଖନ୍ତୁ କୌଣସି ପୋଖରୀ କିମ୍ବା ଲୁହା ଖୁଣ୍ଟ ଅଛି କି ନାହିଁ। ଯଦି ଆପଣ ଏପରି କିଛି ଦେଖନ୍ତି, ତେବେ ତୁରନ୍ତ ସେ ସ୍ଥାନରୁ ଦୂରେଇ ଯାଆନ୍ତୁ । କାରଣ ଏଥିରେ ବିଦ୍ୟୁତ୍ ପ୍ରବାହ ହୋଇପାରେ।
ବଜ୍ରପାତ ସମୟରେ ଯଦି ଆପଣ ଘରେ ଅଛନ୍ତି ତେବେ ଫ୍ରିଜ, ଟ୍ୟାପ୍, ସ୍ୱିଚ୍ ଇତ୍ୟାଦି ଛୁଅଁନ୍ତୁ ନାହିଁ। ଧାତୁ ଏବଂ ଉଚ୍ଚ କୋଠାଠାରୁ ନିଜକୁ ଦୂରରେ ରଖନ୍ତୁ ।
ट्रेन्डिंग फोटोज़