Advertisement
Photo Details/zeeodisha/odisha2999077
Zee OdishaPhotosEPF Transfer New Rules 2025: ଚାକିରି ବଦଳାଉଥିଲେ ଧ୍ୟାନ ଦିଅନ୍ତୁ;PF ଟଙ୍କା ଟ୍ରାନ୍ସଫରକୁ ନେଇ EPFO ଆଣିଲା ନୂଆ ନିୟମ
photoDetails0hindi

EPF Transfer New Rules 2025: ଚାକିରି ବଦଳାଉଥିଲେ ଧ୍ୟାନ ଦିଅନ୍ତୁ;PF ଟଙ୍କା ଟ୍ରାନ୍ସଫରକୁ ନେଇ EPFO ଆଣିଲା ନୂଆ ନିୟମ

EPF Transfer New Rules 2025: ଇପିଏଫ(EPF)କୁ ନେଇ ଆସିଲା ଆଉ ଏକ ବଡ଼ ଅପଡେଟ୍। ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଯଦି କୌଣସି ସ୍ଥାନରୁ ଚାକିରି ଛାଡି ଅନ୍ୟ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଇପିଏଫ୍ ଟଙ୍କା ଟ୍ରାନ୍ସଫର ପାଇଁ କୌଣସି ଫର୍ମ ପୂରଣ କରିବାକୁ ପଡିବ ନାହିଁ କି ମାନୁଆଲ୍ ଇପିଏଫ୍ ଟ୍ରାନ୍ସଫର କରିବାକୁ ପଡିବ ନାହିଁ। କାହିଁକିନା ଇପିଏଫଓ (EPFO) ଏନେଇ ସ୍ବଂୟ ଚାଳିତ ସ୍ବତନ୍ତ୍ର ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। ଯାହା ୨୦୨୫ ଶେଷ ଆଡ଼କୁ କାର୍ଯ୍ୟକ୍ଷମ ହେବ। ତେବେ, ଆସନ୍ତୁ ଜାଣିବା ଏହା ଦ୍ବାର କଣ ସବୁ ସୁବିଧା କର୍ମଚାରୀ ଓ ପେନସନଭୋଗୀଙ୍କୁ ମିଳିବ।...

1/10

କର୍ମଚାରୀ ଭବିଷ୍ୟାନିଧି ପାଣ୍ଠି ସଂଗଠନ(EPFO) ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଚାକିରି ପରିବର୍ତ୍ତନ କରିବା ସମୟରେ ପିଏଫ( PF) ଟଙ୍କା ବା ପିଏଫ୍ ଆକାଉଣ୍ଟକୁ ସ୍ଥାନାନ୍ତର ପ୍ରକ୍ରିୟାକୁ ଅଧିକ ସହଜ ଓ ସରଳ କରିଛି। 

 

ALSO READ: Gold Rate Today: ସୁନାଦରରେ ରେକର୍ଡ ହ୍ରାସ,ଭରି ପିଛା ଖସିଲା ଏତେ ହଜାର;ଓଡ଼ିଶାରେ ୧୦ ଗ୍ରାମକୁ ରହିଛି...

ALSO READ: ୫ଶହ ବର୍ଷ ପରେ ପଡି଼ଛି ସୂର୍ଯ୍ୟ-ଯମ ପଞ୍ଚକ ଯୋଗ,ଫିଟିବ ୫ରାଶିଙ୍କ ଭାଗ୍ୟ;କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସହ ...

2/10

ଅଧିକାଂଶ ସମୟରେ ଦେଖାଯାଏ ଯେ,  ଚାକିରି ବଦଳାଇବା ସମୟରେ ପିଏଫ୍ (ଟଙ୍କା) ଆକାଉଣ୍ଟ ସ୍ଥାନାନ୍ତର ହେବାରେ ସମସ୍ୟା ଦେଖାଯାଏ। କିମ୍ବା  ଟ୍ରାନ୍ସଫର ସମୟରେ ଅନେକ ଦୌଡାଧାପଡ କରିବାକୁ ପଡିଥାଏ। ଅନଲାଇନ୍ ରେ ଆବେଦନ ହେଉ କି ଅଫଲାଇନ୍ ରେ ଆକାଉଣ୍ଟ ପରିବର୍ତ୍ତନ କରିବା ନେଇ ଅନେକ ସମସ୍ୟା ଦେଖାଦେଇଥାଏ। 

 

3/10

ହେଲେ ଏବେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(EPFO) କର୍ମଚାରୀଙ୍କ ବିନା ହସ୍ତକ୍ଷେପରେ ସିଧାସଳଖ ପିଏଫ୍ ଟଙ୍କା ଟ୍ରାନ୍ସଫର ହୋଇପାରିବ। ଏହି ସରଳିକୃତ ପ୍ରକ୍ରିୟା ଦ୍ବାରା ଲକ୍ଷ ଲକ୍ଷ କର୍ମଚାରୀ ଉପକୃତ ହେବେ। 

 

4/10

ପୂର୍ବରୁ ଚାକିରି ପରିବର୍ତ୍ତନ କରିବା ପୂର୍ବରୁ କର୍ମଚାରୀଙ୍କୁ ପିଏଫ୍ ଟଙ୍କା ଅନ୍ୟ ଏକ ଆକାଉଣ୍ଟରୁ ଟ୍ରାନ୍ସଫର କରିବା ପାଇଁ ଫର୍ମ-୧୩ ପୂରଣ କରିବାକୁ ପଡୁଥିଲା। ଯେଉଁଥି ପାଇଁ ପୁରୁଣା ଓ ନୂଆ କମ୍ପାନୀଙ୍କର ମୁଖ୍ୟଙ୍କ ଠାରୁ ଯାଞ୍ଚର ଆବଶ୍ୟକତା ମଧ୍ୟ ପଡୁଥିଲା। 

 

5/10

ଆଉ ଏହି ପ୍ରକ୍ରିୟା ପାଇଁ ଏକରୁ ଦୁଇ ମାସ ସମୟ ଲାଗୁଥିଲା। ଆଉ ଏହି ପ୍ରକ୍ରିୟାରେ ବେଳେ ବେଳେ କର୍ମଚାରୀମାନେ ପିଏଫ୍ ଟଙ୍କା ଟ୍ରାନ୍ସଫର ସମୟରେ ବୈଶୟିକ ତ୍ରୃଟି ଭଳି ସମସ୍ୟାର ସମ୍ମଖିନ ହେଉଥିଲେ। 

6/10

ଏପରିକି ଅନେକ ସମୟରେ ସମୟ ଗଡ଼ିବା ଯୋଗୁଁ ସୁଧ ମଧ୍ୟ ପାଉ ନଥିଲେ। ଆଉ କେତେକ କ୍ଷେତ୍ରରେ ପ୍ରତିବର୍ଷ ଏଭଳି ଭାବରେ ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅଭିଯୋଗ ମଧ୍ୟ ଇପିଏଫ୍ କାର୍ଯ୍ୟାଳୟରେ ପଡି ରୁହେ। 

 

7/10

ହେଲେ, ନୂତନ ବ୍ୟବସ୍ଥା ଲାଗୁ ହେଲେ ଏହିସବୁ ସମସ୍ୟାର ସମାଧାନ ହେବା ସହିତ ଇପିଏଫ୍ ଏ-କାଉଣ୍ଟ ଟ୍ରାନ୍ସଫର୍ ହେବା ସହଜ ହେବ। 

 

8/10

ଯାହା ମାତ୍ରା ତିନିରୁ ୫ ଦିନ ମଧ୍ୟରେ ଏହି କାର୍ଯ୍ୟ ହେବ। ଏହା ଏକ ଦ୍ରୃତ  ପ୍ରକ୍ରିୟା ହୋଇଥିବାରୁ କର୍ମଚାରୀମାନେ ଲାଭବାନ୍ ହେବେ।

 

9/10

ଇପିଏଫ୍ ଟ୍ରାନ୍ସଫର୍ ନୂଆ ନିୟମରେ କର୍ମଚାରୀଙ୍କୁ ମିଳିବ ଏହି୫ଟି ଲାଭ:

1- ତିନି ମାସ ସମୟ ବଦଳରେ ପାଞ୍ଚ ଦିନରେ ଆପଣଙ୍କ ପିଏଫ୍ ଆକାଉଣ୍ଟ  ଟ୍ରାନ୍ସଫର ହେବା

 

10/10

2-ଏଥିରେ ଆପଣଙ୍କୁ ପୂର୍ବଭଳି କୌଣସି ଫର୍ମ କିମ୍ବା ଆବେଦନ କରିବାକୁ ପଡିବ ନାହିଁ। ଏହା ଏକ ଅଟୋମେଟିକ୍ ବା ସ୍ବଂୟ ଚାଳିତ ବ୍ୟବସ୍ଥା।  3-ଆକାଉଣ୍ଟ ଟ୍ରାନ୍ସଫର ସମୟରେ  ପିଏଫ୍ ବାଲାନ୍ସ ଉପରେ ସୁଧ ଜମା ରହିବ। ପୁରୁଣା ବ୍ୟବସ୍ଥା ଭଳି ସୁଧ କଟିବ ନାହିଁ।  4-ଅବସର ସମୟରେ ଗୋଟିଏ ଏକାଉଣ୍ଟରୁ ସମୁର୍ଣ୍ଣ ଅର୍ଥରାଶି ମିଳିବ।  5-ଘରୋଇ କମ୍ପାନୀରେ କାର୍ଯ୍ୟରତ ଲୋକେ ଏଥିରୁ ବିଶେଷ ଲାଭ ଉଠାଇବେ। ଏବଂ ଚାକିରି ପରିବର୍ତ୍ତନ ସହଜ ଏବଂ ଅଧିକ ସୁବିଧାଜନକ ହେବ।