Advertisement
Photo Details/zeeodisha/odisha2951797
Zee OdishaPhotosGold Price: ୮୦ ହଜାର ତଳକୁ ଖସିବ ସୁନା ରେଟ୍! ଜାଣନ୍ତୁ କେବେ?
photoDetails0hindi

Gold Price: ୮୦ ହଜାର ତଳକୁ ଖସିବ ସୁନା ରେଟ୍! ଜାଣନ୍ତୁ କେବେ?

Gold Price: ସୁନାଦର ବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଛି। ଗତକିଛି ଦିନ ହେବ ସୁନା ଦର ଦ୍ରୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ମୁମ୍ବାଇର ବୁଲାନ ବଜାରରେ ସୁନାର ଆଜିର ମୂଲ୍ୟ ୧୦ ଗ୍ରାମ୍ ପିଛା ୧,୧୯,୦୫୯ ଟଙ୍କାରେ ପହଞ୍ଚିଛି। ବିଶେଷ ଭାବରେ ଗତ ୧୦ ବର୍ଷ ଧରି ସୁନା ମୂଲ୍ୟ ନରନ୍ତର ଭାବେ ବୃଦ୍ଧି ପାଉଛି। ଆଉ ଚଳିତ ବର୍ଷ ୨୨ କ୍ୟାରେଟ୍ ର ରେଟ୍ ଲକ୍ଷେ ପାର୍ କରି ସାରିଛି। ଯେଉଁଥିପାଇଁ ସାଧାରଣ ଲୋକେ ସୁନା କିଣିବାକୁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି। ତେବେ, ଆଗକୁ ସୁନା ମୂଲ୍ୟ ୮୦ ରୁ ୮୨ ହଜାର ଟଙ୍କା ଖସିବା ନେଇ ଆକଳନ କରିଛନ୍ତି ବିଶେଷଜ୍ଞ। ତେବେ, ଆସନ୍ତୁ ଜାଣିବା କେଉଁ ବର୍ଷ ସୁନା ୮୦ ରୁ ଅଧିକ ଟଙ୍କା ହ୍ରାସ ପାଇବାକୁ ଯାଉଛି।....

2/10

ପିସ୍ ୩୬୦ ର କୋ-ଫାଉଣ୍ତର ଅମିତ ଗୋୟଲ୍ କହିଛନ୍ତି ଯେ,  ସୁନା ଚଳିତ ଥର ରେକର୍ଡ଼ ବୃଦ୍ଧି ହୋଇଛି ସତ ହେଲେ ଏହା ବୃହତ ଭାବେ ହ୍ରାସ ପାଇବ। 

 

3/10

ସେ ଏହା ମଧ୍ୟ କହିଛନ୍ତି ଯେ, ମୂଲ୍ୟବାନ୍ ଧାତୁରେ ଅହେତୁକ ବୃଦ୍ଧି ଏହା ସଙ୍କେତ୍ ଦେଉଛି ଯେ, ଆଗାମୀ ଦିନରେ ଶସ୍ତା ହେବ ସୁନା। ଏନେଇ ଗ୍ରାହକମାନେ ପ୍ରସ୍ତୁତ ରହିବା ଉଚିତ୍। 

4/10

ଚଳିତ ଥର ସୁନା ଦର ବୃଦ୍ଧି ସମସ୍ତଙ୍କ ଆଖିରୁ ନିଦ ହଜେଇ ଦେଇଛି। ଅନ୍ତର୍ଜାତୀୟ ବଜାରରେ ଡଲାର,୪,୦୦୦ ପାଖାପାଖି ରହିଛି।  

 

5/10

ପିସ୍ -୩୬୦ ର କୋ-ଫାଉଣ୍ତର ଅମିତ ଗୋୟଲ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଗତ ୪୦ ବର୍ଷ ମଧ୍ୟରେ ସୁନା ଓ ରୂପା ବ୍ୟାପକ ବୃଦ୍ଧି ୨ ଥର ଦେଖିବାକୁ ମିଳିଛି। 

 

6/10

ସୁନାର ଅହେତୁକ ମୂଲ୍ୟ ବୃଦ୍ଧି ପରେ ବ୍ୟାପକ ହ୍ରାସ ହୋଇଥିବା ମଧ୍ୟ ନଜିର ରହିଛି।  

 

7/10

ସେ କହିଛନ୍ତି ଯେ,ମୋର ବିଶ୍ବାସ ରହିଛି ଆଗାମୀ ଦିନ ଗୁଡିକରେ ବା ଆସନ୍ତା ବର୍ଷ ସୁନା ମୂଲ୍ୟରେ ବ୍ୟାପକ ପରିମାଣର ହ୍ରାସ ହେବ। 

 

8/10

ଯଦି ଆମେ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖିବା  ତେବେ,  ଆଗାମୀ ଦିନରେ ସୁନା ୩୦ ରୁ ୩୫ % ହ୍ରାସ ପାଇବ।

 

9/10

୨୦୦୭-୦୮ ଏବଂ ୨୦୧୧ ରେ ସୁନା ମୂଲ୍ୟରେ ଏକ ବଡ଼ ବୃଦ୍ଧି ହେବା ପରେ ୪୫ % ହ୍ରାସ ହୋଇଥିଲା। 

 

10/10

ଆଶା କରାଯାଉଛି, ପ୍ରାୟ ଗୋଟିଏ ବର୍ଷ ମଧ୍ୟରେ ସୁନାଦର ଦଶ ଗ୍ରାମ୍ ପିଛା ୮୦ ରୁ ୮୪ ହଜାର ଟଙ୍କା  ଖସିବ।