Advertisement
Photo Details/zeeodisha/odisha2953268
Zee OdishaPhotosGold Rate: ଖୁସି ଖବର; ୭୮ ହଜାର ତଳକୁ ଖସିବ ସୁନା ରେଟ୍! ଜାଣନ୍ତୁ କେବେ?
photoDetails0hindi

Gold Rate: ଖୁସି ଖବର; ୭୮ ହଜାର ତଳକୁ ଖସିବ ସୁନା ରେଟ୍! ଜାଣନ୍ତୁ କେବେ?

Gold Rate: ସୁନାଦର ଗ୍ରାହକଙ୍କ ଚିନ୍ତା ବଢାଇଛି। ଦିନକୁ ଦିନ ନୂଆ ରେକର୍ଡ ଭାଙ୍ଗୁଛି ସୁନା ରେଟ୍। ସୁନା କିଣିବା ଏବେ ସାଧାରଣ ଲୋକଙ୍କ ପାଇଁ ସାତ ସପନ ପାଲଟିଲାଣୀ। ଘରୋଇ ଓ ବିଶ୍ବ ବଜାରରେ ସୁନା ଓ ରୂପା ରେଟ୍ ଲକ୍ଷେ ପାର୍ କରି ସାରିଲାଣୀ। ଆଜି ଅକ୍ଟୋବର ୮ ତାରିଖରେ ଦିଲ୍ଲୀ ବୁଲିୟନ୍ ବଜାରରେ ସୁନା ୧୦ ଗ୍ରାମ୍ ର ରେଟ୍ , ୧,୨୨,୦୦୦ରେ ପହଞ୍ଚିଥିବା ବେଳେ ରୂପା କିଲୋ ୧,୫୭,୦୦୦ ଦର ଛୁଇଁଲାଣୀ। ଆଗକୁ ଆସୁଛି ଧନତେରାସ୍ ଓ ଦୀପାବଳି ଭଳି ପର୍ବ। ବିଶେଷକରି, ଏହି ଦିନ ଗୁଡିକରେ ସୁନା କାରବାର ଅଧିକ ହୋଇଥାଏ। ତେବେ, ଆସନ୍ତୁ ଜାଣିବା ଆଗକୁ କେତେ ହଜାର ହ୍ରାସ ପାଇବ ସୁନା ରେଟ୍ । ସେନେଇ ମତ ରଖିଛନ୍ତି ବିଶେଷଜ୍ଞ।....    

1/12

ବିଶ୍ବ ସୁନା ପରିଷଦ ଅନୁଯାୟୀ, ଚଳିତ ବର୍ଷ(୨୦୨୫)ରେ ସୁନା ମୂଲ୍ୟ ୪୫ ପ୍ରତିଶତ ବୃଦ୍ଧି ପାଇଛି। ଅଧିକାଂଶ ବିଶ୍ବାସ ରଖିଛନ୍ତି, ସୁନାଦର ବୃଦ୍ଧି ଆଗକୁ ଏଭଳି ଜାରି ରହିବ।  

 

2/12

ହେଲେ ପିସ୍-୩୬୦ର ସହ ପ୍ରତିଷ୍ଠାତା ଅମିତ ଗୋୟଲ୍ କହିଛନ୍ତି ଯେ, ସୁନାଦର ଯେପରି ଚଳିତ ଥର ବୃଦ୍ଧି ପାଇଛି। ଆଗକୁ ମଧ୍ୟ ସେହି ଅନୁପାତରେ ହ୍ରାସ ପାଇବ। 

3/12

ସେ ଆହୁରି କହିଛନ୍ତି ଯେ, ଉଭୟ ଧାତୁ(ସୁନା-ରୂପା)ର ମୂଲ୍ୟ ଏକାସାଙ୍ଗରେ ହ୍ରାସ ହେବ। ଏଥିପାଇଁ ଗ୍ରାହକଙ୍କୁ ଧୌର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ।

 

4/12

ସୁନା ଓ ରୂପାର ମୂଲ୍ୟ କାହିଁକି ଖସିବ ବୋଲି ସେ ଏନେଇ ଏକ ଯୁକ୍ତି ରଖିଛନ୍ତି। ସେ କହିଛନ୍ତି ଯେ, ସୁନା ଓ ରୂପାର ମୂଲ୍ୟ ଦଶନ୍ଧି ମଧ୍ୟରେ ଏବେ ସବୁଠାରୁ ଶିର୍ଷରେ ପହଞ୍ଚିଛି। 

 

5/12

ଗତ ୪୦ ବର୍ଷରେ କେବଳ ସୁନା ରେଟ୍ ରେ ଏଭଳି ୨ଥର ବୃହତ ବୃଦ୍ଧି ହୋଇଥିବା ସେ କହିଛନ୍ତି।  

6/12

ଡଲାର ଦୁର୍ବଳ ହେବା ଯୋଗୁଁ ସୁନା ରୂପା ରେଟ୍ ବୃଦ୍ଧି ପାଉଛି। ପୂର୍ବରୁ ଏଭଳି ନଜିର ରହିଛି ଯେ, ସୁନାର ଯେଉଁ ପରିମାଣରେ ରେକର୍ଡ଼ ବୃଦ୍ଧି ହୋଇଥାଏ। ସେହି ଅନୁସାରେ, ହ୍ରାସ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। 

7/12

ଆଗାମୀ ଦିନରେ ସୁନାରେ ମୂଲ୍ୟ ୩୦ ରୁ ୩୫ ପ୍ରତିଶତ ଖସିବ। 

8/12

ଅର୍ଥାତ୍ ୧୦ ଗ୍ରାମ୍ ର ମୂଲ୍ୟ ୭୭,୭୦୧ ରେ ପହଞ୍ଚିବ ବୋଲି ସେ ଆକଳନ କରିଛନ୍ତି। 

9/12

ବର୍ଷ ଶେଷ କିମ୍ବା ୨୦୨୬ ବର୍ଷର ଅଧାରୁ ସୁନା ମୂଲ୍ୟରେ ବୃହତ ହ୍ରାସ ପରିଲକ୍ଷିତ ହେବ। 

10/12

ଅନ୍ୟପଟେ, ରୂପାର ମୂଲ୍ୟ ଅଧା ହୋଇ କିଲୋ ୭୭,୪୫୦ରେ ପହଞ୍ଚିବ ବୋଲି ସେ ଆକଳନ କରିଛନ୍ତି।  

11/12

ଅମିତ୍ ଗୋୟଲ୍ ଗ୍ରାହକଙ୍କୁ ଛାନିଆ ନ ହୋଇ ହୋଇ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଡଲାର୍ ୨,୬୦୦ ରୁ ୨,୭୦୦ ଖସିବା ପରେ ହିଁ ସୁନାରେ ନିବେଶ କରିବାକୁ କହିଛନ୍ତି। 

 

12/12

ହେଲେ ଏହା ପୂର୍ବରୁ ନିବେଶ କଲେ କ୍ଷତି ସହିବାର ଯଥେଷ୍ଟ ସମ୍ଭାବନା ରହିଛି। ଦିର୍ଘକାଳିନ ନିବେଶକମାନେ ସୁନାରେ ନିବେଶ କରିବା ପାଇଁ ପାଖାପାଖି ବର୍ଷଟିଏ ଅପେକ୍ଷା କରିବାକୁ ପଡି଼ପାର।