Gold Rate Today: ସୁନାପ୍ରମୀଙ୍କ ପାଇଁ ଖୁସି ଖବର। ଗତ ସପ୍ତାହେ ହେବ ସୁନା ଦର ବୃଦ୍ଧି ପାଉଥିବା ବେଳେ ଆଜି ଦରରେ ହ୍ରାସ ଦେଖିବାକୁ ମିଳିଛି। ଯାହା ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବା ପାଇଁ ଯୋଜନା କରିଛନ୍ତି। ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?
1/7ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୦୨,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୧୧,୭୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୨୦ ଟଙ୍କା ହ୍ରାସ ହୋଇଛି।
ALSO READ: ଅଭିନେତା ବୁଦ୍ଧାଦିତ୍ୟଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ଡାକ୍ତର ଦେଲେ ବଡ଼ ସୂଚନା,ମେଡିକାଲ୍ ରୁ ଭାଇରାଲ୍ ହେଲା ଏହି ଫଟୋ
2/7ସେହିପରି, ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୦୨,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୧୧,୮୬୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୨୦୦ ଓ ୨୨୦ ଟଙ୍କା କମିଛି।
3/7ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୦୨,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୧୧,୭୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୨୦୦ ଓ ୨୨୦ ଟଙ୍କା ଖସିଛି।
4/7ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୦୨,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ରେଟ୍ ୧,୧୨,୦୪୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦୦ ଓ ୧୧୦ ଟଙ୍କା ଖସିଛି।
5/7ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୦୨,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୧୧,୭୧୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୮୩,୭୮୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ , ୨୨୦ ଓ ୧୮ କ୍ୟାରେଟ୍ ରେ ୧୭୦ ଟଙ୍କା ହ୍ରାସ ହୋଇଛି।
6/7ଓଡ଼ିଶାର ପ୍ରମୁଖ ସହର କଟକରେ ମଧ୍ୟ ୨୨ କ୍ୟାରେଟ୍ ର ରେଟ୍ ୧,୦୨,୪୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୧୧,୭୧୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୨୦୦ ଓ ୨୨୦ ଟଙ୍କା ହ୍ରାସ ହୋଇଛି।
7/7ସେହିପରି ରାଜ୍ୟରେ ରୂପା କେଜି ପିଛା ୨୦୦୦ ଟଙ୍କା ଖସି ଦର ୧,୪୨,୦୦୦ ଟଙ୍କାରେ ପହଞ୍ଚିଛି।