Advertisement
trendingPhotos2685692
photoDetails1hindi

Shani Amavasya 2025: ଶନି ଅମାବାସ୍ୟାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବର୍ଷ ତମାମ୍ ହେବ ଟଙ୍କା ବର୍ଷା !

Shani Amavasya 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନିଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ଚଳିତ ଥର ଶନି ଅମାବାସ୍ୟା ମାର୍ଚ୍ଚ ୨୯ ତାରିଖରେ ପଡୁଛି। ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ମାର୍ଚ୍ଚ ୨୯ ରାତି ୧୦ଟା ୦୭ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ। ଶନିଙ୍କ ଏହି ଶୁଭ ଚଳନ କିଛି ରାଶି ପାଇଁ ବରଦାନ ପାଲଟିବ। ଯଦି ଜାତକରେ ଶନିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ଆକସ୍ମିକ ଦୁର୍ଘଟଣାରୁ ମୁକ୍ତି ପାଇଥାଏ। ତେବେ, ଆସନ୍ତୁ ଜାଣିବା ଶନି ଅମାବାସ୍ୟା ଦିନ ଠାରୁ କେଉଁସବୁ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି।....

1/3

କର୍କଟ :  ଶନିଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କୌଣସି ଏକ ଭଲ କମ୍ପାନୀରୁ ଚାକିରି ନେଇ ଅଫର ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ଯେଉଁଥିରୁ ଅଧିକ ଲାଭ ପାଇବେ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଶିକ୍ଷା କ୍ଷେତ୍ର ସହିତ ଜଡ଼ିତ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ପ୍ରେମୀମାନେ ନିଜ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେଯିବେ। 

ALSO READ: Today Horoscope: ଆଜି କର୍କଟ-ଧନୁ ସହ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ:  Video Viral: ସ୍କୁଲ୍ ଆଗରେ ଏମିତି କିଛି କଲେ ଅଭିନେତ୍ରୀ ରୋମ୍ୟାଞ୍ଜଳୀ, ଭାଇରାଲ୍ ହେଲା ଭିଡିଓ

2/3

ମକର:  ଶନି ଅମାବାସ୍ୟା ଠାରୁ ଏହି ରାଶିଙ୍କ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ପଦୋନ୍ନତି ସହ ଦରମା ବଢିବ। ବ୍ୟବସାୟୀମାନେ ଦୂରଯାତ୍ରା କରିବେ। ଯେଉଁଥିରୁ ଶୁଭଫଳ ପାଇବେ। ଅଧା ପଡିରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ମାନସିକ ଦୁଃଶଚିନ୍ତାରୁ ମୁକ୍ତି ମିଳିବ। ଯେଉଁମାନେ ପୁଞ୍ଜି ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିଛି । ଏ-ହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତି ବିଶେଷଙ୍କ ନିଜ ଜୀବନ ସାଥୀ ଙ୍କ ବିବାହ ହେବ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ସ୍ବାସ୍ଥ୍ୟ ଭଲ ରହିବ। ପିତାମାତାଙ୍କ ସହ ଦୂରଯାତ୍ରା କରିବେ। 

 

3/3

ବିଛା: ଶନିଙ୍କ କୃପାରୁ ଚମକିବ ଏହି ରାଶିର ଭାଗ୍ୟ। ଜୀବନରେ ଦିର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ଏହି ରାଶି ଉପରେ ଥିବା ଶନିଙ୍କ- ଧୌୟାରୁ ମୁକ୍ତି ମିଳିବ। ଫଳରେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ। ବାଣିଜ୍ୟ-ବ୍ୟବସାୟରେ ଲାଗି ଥିବା ମାନ୍ଦାବସ୍ଥା ଦୂର ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଏ-ହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। ବିଦେଶରେ ପାଠ ପଢିବ ପାଇଁ ଯୋଜନା କରୁଥିବା ଆଶାୟୀଙ୍କ ଆଶା ପୂରା ହେବ। ଯେଉଁମାନେ ନୂଆ ଘର କିମ୍ବା ଗାଡି଼ କିଣିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେମାନଙ୍କ ସ୍ବପ୍ନ ପୂରା ହେବ। ପରିବାର ସହ ଭଲ ସମୟ ଅତିବାହିତ କରିବେ। ପ୍ରେମ ବିବାହରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। ନିଜ ସାଥୀଙ୍କ ସହିତ ବିବାହ କରିବାର ଯୋଗ ଫିଟିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

ट्रेन्डिंग फोटोज़

;