Gold Rate Today: ସୁନାପ୍ରେମୀଙ୍କ ଲାଗି ବଡ଼ ଖୁସିବ। ବିବାହ ସିଜିନ୍ ଆଗରୁ ଖସିଲା ଦର। ଗତକାଲି ରେଟ୍ ବଢିଥିବା ବେଳେ ଆଜି ଦରରେ ହ୍ରାସ ହୋଇଛି। ଯାହା ଗ୍ରାହକଙ୍କୁ ଏକ ବଡ଼ ଆଶ୍ବସ୍ତି ଦେଇଛି। ଯଦି ଆପଣ ଆଜି ସୁନା ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ତେବେ,ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରୂପା ରେଟ୍?
1/10ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୧୪,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୨୪,୬୯୦ ଟଙ୍କା ରହିଛି। ଉଭୟ ୨୨ ଓ ୨୪ କ୍ୟାରେଟ୍ ଦରରେ ୧୫୦ ଓ ୧୭୦ ଟଙ୍କା ହ୍ରାସ ହୋଇଛି।
2/10ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୧୪,୪୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୧୪,୪୫୦ ଟଙ୍କା ରହିଛି। ଏଠାରେ ମଧ୍ୟ ଦର ଖସିଛି।
3/10ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୧୫,୦୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୫,୪୬୦ ଟଙ୍କା ରହିଛି। ଏଠାରେ ଦର ୨୨ ଓ ୨୪ କ୍ୟାରେଟ୍ ପିଛା ୧୦୦୦ ଓ ୧୦୯୦ ଟଙ୍କା କମିଛି।
4/10ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୧୪,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୧,୨୪,୬୯୦ ଟଙ୍କା ରହିଛି।
5/10ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ୨୨ କ୍ୟାରେଟ୍ ର ରେଟ୍ ୧,୧୪,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୪,୬୯୦ ଟଙ୍କା ରହିଛି।
6/10ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୧୪,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧,୨୪,୬୯୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୯୩,୫୨୦ ଟଙ୍କା ରହିଛି। ୨୨ ,୨୪ ଓ ୧୮ କ୍ୟାରେଟ୍ ରେ ଭରି ପିଛା ୧୫୦,୧୭୦ ଓ ୧୨୦ ଟଙ୍କା ହ୍ରାସ ପାଇଛି।
7/10ଏବଂ ରୂପା କେଜି ପିଛା ୩୦୦୦ ଟଙ୍କା ହ୍ରାସ ହୋଇ ଦର ୧,୭୩,୦୦୦ ରେ ପହଞ୍ଚିଛି।
8/10କଟକରେ ୨୨ ଓ ୨୪ କ୍ୟାରେଟ୍ ର ରେଟ୍ ୧,୧୪,୩୦୦ ଓ ୧,୨୪,୬୯୦ ଟଙ୍କା ରହିଛି।
9/10ଗଞ୍ଜାମର ପ୍ରମୁଖ ସହର ବ୍ରହ୍ମପୁରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୧,୧୪,୩୦୦ ଓ ୨୪ କ୍ୟାରେଟ୍ ର ଦାମ୍ ୧,୨୪,୬୯୦ ଟଙ୍କା ରହିଛି।
10/10ସମ୍ବଲପୁରରେ ମଧ୍ୟ ୨୨ କ୍ୟାରେଟ୍ ର ଦାମ୍ ୧,୧୪,୩୦୦ ଓ ୨୪ କ୍ୟାରେଟ୍ ରେଟ୍ ୧,୨୪,୬୯୦ ଟଙ୍କା ରହିଛି।