Gold Rate: ସୁନା ଦରରେ ଲଗାତାର ହ୍ରାସ ଜାରି ରହିଛି। ଅନେକ ଦିନ ଧରି ସୁନା ଦରରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ନା ଦର ଅଧିକ ବଢ଼ୁଛି ନା ଅଧିକ କମୁଛି। ଆଜି ବୁଧବାର ସପ୍ତାହର ତୃତୀୟ ଦିନରେ ସୁନା ରୂପା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି।
Gold Rate: ସୁନା ଦରରେ ଲଗାତାର ହ୍ରାସ ଜାରି ରହିଛି। ଅନେକ ଦିନ ଧରି ସୁନା ଦରରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ନା ଦର ଅଧିକ ବଢ଼ୁଛି ନା ଅଧିକ କମୁଛି। ଆଜି ବୁଧବାର ସପ୍ତାହର ତୃତୀୟ ଦିନରେ ସୁନା ରୂପା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି।
1/7ଏକ ଛୋଟ ମୋଟ ହ୍ରାସକୁ ଛାଡ଼ିଲେ ସୁନା ଏବଂ ରୂପା ମୂଲ୍ୟରେ ଆଉ ବଡ଼ ହ୍ରାସର କୌଣସି ସଙ୍କେତ ଦେଖାଯାଉନାହିଁ। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ।
ଇଣ୍ଡିଆନ ବୁଲିଅନ୍ସ ଅନୁସାରେ ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୩ ହଜାର ୩୪୫ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୧୪ ହଜାର ୫୫୮ ଟଙ୍କା ଓ ୧୮ କ୍ୟାରେଟ୍ ର ମୂଲ୍ୟ ୧୦ ହଜାର ୯୧୯ ଟଙ୍କା ରହିଛି।
ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୩ ହଜାର ୩୩୪ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୧୪ ହଜାର ୫୪୬ ଟଙ୍କା ଓ ୧୮ କ୍ୟାରେଟ୍ ର ମୂଲ୍ୟ ୧୦ ହଜାର ୯୧୦ ଟଙ୍କା ରହିଛି।
ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ରେଟ୍ ୧୩ ହଜାର ୩୦୭ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୧୪ ହଜାର ୫୧୭ ଟଙ୍କା ଓ ୧୮ କ୍ୟାରେଟ୍ ର ମୂଲ୍ୟ ୧୦ ହଜାର ୮୮୮ ଟଙ୍କା ରହିଛି।
ସେହିପରି କୋଲକାତାରେ ସମାନ ଭାବେ ୨୨ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୩ ହଜାର ୩୧୩ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୧୪ ହଜାର ୫୨୩ ଟଙ୍କା ଓ ୧୮ କ୍ୟାରେଟ୍ ର ମୂଲ୍ୟ ୧୦ ହଜାର ୮୯୨ ଟଙ୍କା ରହିଛି।
ମାୟାନଗରୀ ମୁମ୍ବାଇରେ ଭାବରେ ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ରେଟ୍ ୧୩ ହଜାର ୩୨୨ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧୪ ହଜାର ୫୩୩ ଟଙ୍କା ରହିଛି ଓ ୧୮ କ୍ୟାରେଟ୍ ମୂଲ୍ୟ ୧ ଗ୍ରାମ୍ ପିଛା ୧୦ ହଜାର ୯୦୦ ଟଙ୍କା ରହିଛି।
ବେଙ୍ଗାଲୁରୁରେ ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ରେଟ୍ ୧୩ ହଜାର ୩୩୩ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧୪ ହଜାର ୫୪୫ ଟଙ୍କା ରହିଛି ଓ ୨୦ କ୍ୟାରେଟ୍ ମୂଲ୍ୟ ୧ ଗ୍ରାମ୍ ପିଛା ୧୦ ହଜାର ୯୦୯ ଟଙ୍କା ରହିଛି।