New Gold Rate ଦେଶରେ ଆରମ୍ଭ ହୋଇଯାଇଛି ବିବାହ ଋତୁ। ଏହାରି ମଧ୍ୟରେ ଗ୍ରାହକଙ୍କ ଚିନ୍ତାର ବିଷୟ ହୋଇଛି ସୁନା ଦର ବୃଦ୍ଧି। ଅନେକ ଦିନ ଧରି ସୁନା ଦରରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ନା ଦର ଅଧିକ ବଢ଼ୁଛି ନା ଅଧିକ କମୁଛି। ଆଜି ସୋମବାର ସପ୍ତାହର ପ୍ରଥମ ଦିନରେ ସୁନା ରୂପା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି।
New Gold Rate ଦେଶରେ ଆରମ୍ଭ ହୋଇଯାଇଛି ବିବାହ ଋତୁ। ଏହାରି ମଧ୍ୟରେ ଗ୍ରାହକଙ୍କ ଚିନ୍ତାର ବିଷୟ ହୋଇଛି ସୁନା ଦର ବୃଦ୍ଧି। ଅନେକ ଦିନ ଧରି ସୁନା ଦରରେ କିଛି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ନା ଦର ଅଧିକ ବଢ଼ୁଛି ନା ଅଧିକ କମୁଛି। ଆଜି ସୋମବାର ସପ୍ତାହର ପ୍ରଥମ ଦିନରେ ସୁନା ରୂପା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି।
1/9ଏହ ଛୋଟ ମୋଟ ହ୍ରାସକୁ ଛାଡ଼ିଲେ ସୁନା ଏବଂ ରୂପା ମୂଲ୍ୟରେ ଆଉ ବଡ଼ ହ୍ରାସର କୌଣସି ସଙ୍କେତ ଦେଖାଯାଉନାହିଁ। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ।
ଇଣ୍ଡିଆନ ବୁଲିଅନ୍ସ ଅନୁସାରେ ଆଜି ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦରରେ ୯୪୦ ଟଙ୍କା ହ୍ରାସ ଘଟି ୧ ଲକ୍ଷ ୫୨ ହଜାର ୨୧୦ରେ ପହଞ୍ଚିଛି ସେହିପରି ରୂପା କିଲୋ ପିଛା ୭୮୦ ହ୍ରାସ ଘଟି ୨ ଲକ୍ଷ ୬୧ ହଜାର ୫୯୦ ଟଙ୍କାରେ ପହଞ୍ଚିଛି।
ସୋମବାର ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୩ ହଜାର ୯୫୩ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୧୫ ହଜାର ୨୨୧ ଟଙ୍କା ଓ ୧୮ କ୍ୟାରେଟର ମୂଲ୍ୟ ୧୧ ହଜାର ୪୧୬ ଟଙ୍କା ରହିଛି।
ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୩ ହଜାର ୯୩୨ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୧୫ ହଜାର ୧୯୯ ଟଙ୍କା ଓ ୧୮ କ୍ୟାରେଟର ମୂଲ୍ୟ ୧୧ ହଜାର ୩୯୯ ଟଙ୍କା ରହିଛି।
ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ରେଟ୍ ୧୩ ହଜାର ୯୦୭ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୧୫ ହଜାର ୧୭୧ ଟଙ୍କା ଓ ୧୮ କ୍ୟାରେଟର ମୂଲ୍ୟ ୧୧ ହଜାର ୩୭୮ ଟଙ୍କା ରହିଛି।
ସେହିପରି କୋଲକାତାରେ ସମାନ ଭାବେ ୨୨ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୩ ହଜାର ୯୧୨ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୧୫ ହଜାର ୧୭୭ ଟଙ୍କା ଓ ୧୮ କ୍ୟାରେଟର ମୂଲ୍ୟ ୧୧ ହଜାର ୩୮୩ ଟଙ୍କା ରହିଛି।
ମାୟାନଗରୀ ମୁମ୍ବାଇରେ ଭାବରେ ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ରେଟ୍ ୧୩ ହଜାର ୯୩୧ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧୫ ହଜାର ୧୯୭ ଟଙ୍କା ରହିଛି ଓ ୧୮ କ୍ୟାରେଟ୍ ମୂଲ୍ୟ ୧ ଗ୍ରାମ୍ ପିଛା ୧୧ ହଜାର ୩୯୮ ଟଙ୍କା ରହିଛି।
ବେଙ୍ଗାଲୁରୁରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପିଛା ୧୩ ହଜାର ୯୪୨ ଟଙ୍କା ରହିଛି । ସେହିପରି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୧୫ ହଜାର ୨୦୯ ଟଙ୍କା ଓ ୧୮ କ୍ୟାରେଟର ମୂଲ୍ୟ ୧୧ ହଜାର ୪୦୭ ଟଙ୍କା ରହିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧ ଗ୍ରାମ୍ ରେଟ୍ ୧୩ ହଜାର ୯୭୧ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୧୫ ହଜାର ୨୪୧ ଟଙ୍କା ରହିଛି ଓ ୧୮ କ୍ୟାରେଟ୍ ମୂଲ୍ୟ ୧ ଗ୍ରାମ୍ ପିଛା ୧୧ ହଜାର ୪୩୧ ଟଙ୍କା ରହିଛି।