Guru Margi 2026: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଜ୍ଞାନ, ଦାନ, ଧର୍ମ, ଧନ ଓ ବୃଦ୍ଧିର କାରକ ଦେବଗୁରୁ ବୃହସ୍ପତି ବର୍ତ୍ତମାନ ମିଥୁନ ରାଶିରେ ଥିବା ବେଳେ ମାର୍ଚ୍ଚ ୧୧ ତାରିଖ ଦିନ ୧୧ ଟା ୪୦ ମିନିଟ୍ ସମୟରେ ସେହି ରାଶିରେ ଓଲଟା ଚଳନ କରିବେ। ଯାହା କିଛି ରାଶିଙ୍କ ପାଇଁ ବେଶ୍ ବରଦାନ ପାଲଟିବ। ଯଦି ଜାତକରେ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି ଜୀବନରେ ବେଶ୍ ଅଗ୍ରଗତି କରିବା ସହ ଅମାପ ଧନ-ଐଶ୍ବର୍ଯ୍ୟର ଅଧିକାରୀ ହୋଇଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଉଜ୍ଜଳ କରିବାକୁ ଯାଉଛନ୍ତି ଦେବଗୁରୁ...
)
ବୃଷ-: ବୃହସ୍ପତିଙ୍କ ମାର୍ଗି ହେବା ଏ-ହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷକରି, ଏ-ହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟରେ ଅଟକି ରହିଥିବା ଟଙ୍କା ଫେରି ପାଇବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦ ଦୂର ହେବା ସହ ପରିବାର ସହ ଭଲ ସମୟ ଅତିବାହିତ କରିବେ। ପ୍ରେମ ବିବାହରେ ଆସୁଥିବା ସମସ୍ୟା ଦୂର ହେବା ସହ ଅବିବାହିତଙ୍କ ବିବାହ ପାଇଁ ଯୋଗ ଫିଟିବା। ଯେଉଁମାନେ କୌଣସି ଏକ ସଂସ୍ଥାରେ ଟଙ୍କା ସଞ୍ଚୟ କରିବାକୁ ଚାହୁଁଛନ୍ତି। ଏ-ହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ କରନ୍ତୁ ଭଲ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
)
ସିଂହ-: ବୃହସ୍ପତିଙ୍କ କୃପାରୁ ଏ-ହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବିଶେଷକରି,ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହେବ। ନୂଆ ଘର ଓ ଗାଡି କିଣିବାର ଆଶା ପୂରା ହେବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ପାଇବା ସହ ଦରମାରେ ବୃଦ୍ଧି ଘଟିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଖାସ୍ ରହିବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି, ସେମାନେ କୌଣସି ଏକ ସଂସ୍ଥାରୁ ଭଲ ଚାକିରି ଅଫର ପାଇବେ। ରିୟଲି-ଇ-ଷ୍ଟେଟ୍ ରେ କାର୍ଯ୍ୟରତ ଲୋକେ ସରକାରଙ୍କ ତରଫରୁ ବଡ଼ ପ୍ରୋଜେକ୍ଟ ପାଇବେ। ସରକାରୀ ଚାକିରି କରିଥିବା ଲୋକଙ୍କ ଦୂରସ୍ଥାନକୁ ଟ୍ରାନ୍ପଫର ହୋଇପାରେ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ସେମାନଙ୍କ ସ୍ବପ୍ନ ସାକାର ହେବ। ଦେହ-ମନ ଭଲ ରହିବ।
)
ମୀନ-: ବୃହସ୍ପତିଙ୍କ କୃପାରୁ ଏ-ହି ରାଶିଙ୍କ ଭାଗ୍ୟ ଉଦୟ ହେବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିଛି। ଯେ-ଉଁମାନେ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି। ସେମାନେ କୌଣସି ଏ-କ ସଂସ୍ଥାରୁ ଅଫର ପାଇବେ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ଦିର୍ଘ ଦିନର ଆଶା ପୂରଣ ହେବ। ଆଇଟି, ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଖାସ୍ ରହିବ। ବିଦେଶରୁ ଚାକିରି ଅଫର ମିଳିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଆୟର ଉତ୍ସ ବଢିବ। ନୂଆ ପ୍ଲାଟ୍ କିଣିବାର ଯୋଗ ରହିଛି। ପୁରୁଣା ରୋଗରୁ ମୁକ୍ତି ମିଳିବ।
(Disclaimer:ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ,ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़