Priyanka Senapati: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସହ ସମ୍ପର୍କ ରଖି ଅଡ଼ୁଆରେ ପୁରୀ ଝିଅ ପ୍ରିୟଙ୍କା ସେନାପତି । ଜ୍ୟୋତି ଙ୍କ ସହ ଲିଙ୍କ୍ ନେଇ ତଦନ୍ତ କରୁଛି ପୋଲିସ । YouTuber ର ପ୍ରିୟଙ୍କା ସେନାପତିଙ୍କ ଘରେ ପୋଲିସ ଟିମ୍ ଯାଇ ଛାନଭିନ କରିଛି । ପ୍ରିୟଙ୍କାଙ୍କ କାଳିକାଦେବୀ ସାହି ସ୍ଥିତ ବାସଭବନରେ ପୋଲିସ ଟିମ୍ ପହଞ୍ଚି ଯାଞ୍ଚ୍ କରିଛି ।ସିଟି ଡି ଏସପି ଙ୍କ ନେତୃତ୍ୱରେ ଟିମ୍ ଯାଞ୍ଚ କରିଛି । ଟିମ୍ ରେ ରହିଛନ୍ତି ଟାଉନ୍ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ, ସିଂହଦ୍ୱାର ଆଇଆଇସି ଶ୍ୱେତପଦ୍ମା ଦାଶ ।
)
ପ୍ରିୟଙ୍କାଙ୍କ ସହ ଜ୍ୟୋତି ଙ୍କର ଥିଲା ବନ୍ଧୁତା । ସୋସିଆଲ ମିଡିଆରେ ଉଭୟଙ୍କର ଏକାଧିକ ଫଟୋ ରହିଛି । ପହଲଗାମ ରେ ଉଭୟଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ତଦନ୍ତରେ ସହଯୋଗ କରିବୁ କହିଛନ୍ତି ପ୍ରିୟଙ୍କାଙ୍କ ବାପା ।
Also Read: Laba Hansda Income: ପ୍ରେମିକାର ମୃତ୍ୟୁ ପରେ ଚର୍ଚ୍ଚାରେ ଥିବା ୟୁଟ୍ୟୁବର ଲବ ହାଁସଦାଙ୍କ ରୋଜଗାର କେତେ?
)
ସେ ଆହୁରି ମଧ୍ୟ କହିଛନ୍ତି ଭିସା ଅନୁମତି ନେଇ ପାକିସ୍ତାନ ର କର୍ତ୍ତାପୂର୍ ଯାଇଥିଲା ଝିଅ ପ୍ରିୟଙ୍କା । ସେପଟେ ସୋସିଆଲ ମିଡିଆରେ ସ୍ପଷ୍ଟୀକରଣ ଦେଇ ଦେଶ ଆଗ ବୋଲି ପୋଷ୍ଟ କରିଛନ୍ତି ପ୍ରିୟଙ୍କା ।
)
ଜ୍ୟୋତି ଏଭଳି କରୁଥିବା ଶୁଣିବା ପରେ ସେ ମର୍ମାହତ ବୋଲି ସୋସିଆଲ ମିଡ଼ିଆ ପୋଷ୍ଟରେ ଲେଖିଛନ୍ତି ।ସେପଟେ ପୋଲିସ ଏସପି କହିଛନ୍ତି ତଦନ୍ତ ଜାରି ରହିଛି। ସମସ୍ତ ଦିଗକୁ ନେଇ ତଦନ୍ତ ହେଉଛି।
)
ରାଜ୍ୟ ଗୁଇନ୍ଦା ସଂସ୍ଥା,କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଓ ହରିଆଣା ପୋଲିସ ଟଚ୍ ରେ ରହିଛି ପୁରୀ ପୋଲିସ୍ ।
)
ଶ୍ରୀମନ୍ଦିର ସୁରକ୍ଷା ପାଇଁ କୌଣସି ଅସୁବିଧା ନାହିଁ କହିଛନ୍ତି ଏସପି। STU ର ରକ୍ଷକ ଭ୍ୟାନ,୧୨ ପ୍ଲାଟୁନ ଫୋର୍ସ ସହ ଶ୍ରୀମନ୍ଦିର ସଶସ୍ତ୍ର ସୁରକ୍ଷା ବାହିନୀ ମଧ୍ୟ ପ୍ରସ୍ତୁତ ରହୁଛନ୍ତି ।
)
ସେପଟେ କାହିଁକି ଭିଡିଓ ଓ ପୋଷ୍ଟକୁ କାଟିଲେ ପ୍ରିୟଙ୍କା !ସେ ପାକିସ୍ତାନ ଯାଇଥିବା ଭିଡିଓ ତାଙ୍କ ସୋସିଆଲ ଆକାଉଣ୍ଟରେ ପୋଷ୍ଟ କରିଥିଲେ ।ଉଭୟ youtube account prii vlogs ଓ priyanka senapati ନାମକ insta account ରୁ ପାକିସ୍ତାନ ରେ କରିଥିବା ଭିଡିଓ କୁ ସେ ଡ଼ିଲିଟ୍ କରିଛନ୍ତି ।
)
ତେବେ ଦେଶ ଆଗ , ଏବଂ ତଦନ୍ତ ରେ ସହଯୋଗ କରିବାକୁ ପୋଷ୍ଟ କରିଥିବା ପ୍ରିୟଙ୍କା ପାକିସ୍ତାନ ଯାଇଥିବା ଭିଡିଓ କାହିଁକି କାଟିଲେ ତାକୁ ନେଇ ଏବେ ବଡ ପ୍ରଶ୍ନବାଚୀ।
)
ସେପଟେ ତାଙ୍କ ବାପା ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି ଝିଅ କର୍ତ୍ତାପୂର୍ ଯାଇଥିଲା । ଭିସା ଅନୁମତି ନେଇ ଯାଇଥିଲା ।
)
ହେଲେ ଜ୍ୟୋତି ପୁରୀ ଆସିଥିଲେ ସତ ହେଲେ କେଉଁ କେଉଁ ସ୍ଥାନକୁ ବୁଲିବାକୁ ଯାଇଥିଲେ ତାର ସଠିକ୍ କୌଣସି ସ୍ପଷ୍ଟିକରଣ ମିଳିପାରିନାହିଁ। ଏକ ପ୍ରଶ୍ନରେ ପ୍ରିୟକାଙ୍କ ବାପା ରାଜକିଶୋର ସେନାପତି କହିଛନ୍ତି ଯେ, ମୋ ଝିଅ ଓ ଗିରଫ ହୋଇଥିବା ଯୁବତୀ ଜ୍ୟୋତି କେବଳ ବନ୍ଧୁ ।
)
ଗିରଫ ହୋଇଥିବା ଯୁବତୀ ଜ୍ୟୋତି ଆମ ଘରକୁ ମଧ୍ୟ ଆସିନାହିଁ । ସେମାନେ ଦୁହେଁ ପୁରୀ ର କେଉଁ କେଉଁ ସ୍ଥାନ ବୁଲିଛନ୍ତି ସେ ନେଇ ପୋଲିସ ମଧ୍ୟ ଛାନଭିନ୍ ଜାରି ରଖିଛି। ହେଲେ ସୋସିଆଲ ମିଡିଆରେ ଜ୍ୟୋତିଙ୍କର ଏକ ଫଟୋ ଭାଇରାଲ ହୋଇଛି ଯେଉଁଠି ସେ ଶ୍ରୀମନ୍ଦିର ସାମ୍ନାରେ ଛିଡା ହୋଇଥିବାର ନଜିର ରହିଛି।
ट्रेन्डिंग फोटोज़