Odisha News: ଆକାଶରୁ ଖସିଲା ମୃତ୍ୟୁ, ରାଜ୍ୟରେ ବଜ୍ରପାତ ନେଲା ୧୪ ଜୀବନ

Written ByNarmada Behera
Published: May 17, 2025, 09:48 AM IST|Updated: May 17, 2025, 09:48 AM IST

Odisha News: କରାଳ ରୂପ ନେଉଛି କାଳବୈଶାଖି। ଶୁକ୍ରବାର ଅପରାହ୍ନରେ ବିଭିନ୍ନ ଜିଲ୍ଲାରେ ବର୍ଷା, ପବନ, ସାଙ୍ଗକୁ ଘନ ଘନ ବଜ୍ରପାତ ବହୁ ଧନ ଜୀବନ କ୍ଷତି କରିଛି। ଦିନକରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ୨୦ ରୁ ଅଧିକ ଆହତ ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।  ଅନେକ ଗୋରୁ ଗାଇ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି।