Odisha News: କରାଳ ରୂପ ନେଉଛି କାଳବୈଶାଖି। ଶୁକ୍ରବାର ଅପରାହ୍ନରେ ବିଭିନ୍ନ ଜିଲ୍ଲାରେ ବର୍ଷା, ପବନ, ସାଙ୍ଗକୁ ଘନ ଘନ ବଜ୍ରପାତ ବହୁ ଧନ ଜୀବନ କ୍ଷତି କରିଛି। ଦିନକରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ୨୦ ରୁ ଅଧିକ ଆହତ ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅନେକ ଗୋରୁ ଗାଇ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି।
ଖାଲି ସେତିକି ନୁହେଁ, କାଳବୈଶାଖି ପବନ ମାଡରେ ବହୁ ସ୍ଥାନରେ ଘରର କାନ୍ଥ ଓ ଛପର ଭାଙ୍ଗି ଯାଇଛି।
ଶୁକ୍ରବାର ଦିନ ବଜ୍ରପାତରେ କୋରାପୁଟ୍ ଜିଲ୍ଲାର ସୁନାବେଡା ଓ ଲକ୍ଷ୍ମୀପୁର ଅଞ୍ଚଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମିଳିଗୁଡା ବ୍ଲକ୍ ଖାଲିପଡି ଗାଁରେ ଜଣେ ବ୍ୟକ୍ତି ମାଛ ଧରିବାକୁ ଯାଇ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ତାଙ୍କ ନାଁ ବାସ ଜାନି। ଲକ୍ଷ୍ମୀପୁର ଥାନା କରଡିଗୁଡା ଗାଁରେ ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି।
ବିଲରେ କାମ କରୁଥିବା ବେଳେ ଗାଁର ହିଙ୍ଗୁ ମାଣ୍ତିଙ୍ଗାଙ୍କ ପତ୍ନୀ ବୁରୁଦି ମାଣ୍ତିଙ୍ଗା (୭୦) ତାଙ୍କ ନାତୁଣୀ କାଷା(୧୫) ଏବଂ ଅମ୍ବିକା କାଶୀ (୩୫) ଙ୍କ ମୃତ୍ୟୁ ହୋଇଛି। ଏଥିରେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି।
ମାଲକାନଗିରି ଜିଲ୍ଲା କାଳିମେଳା ଅଂଚଳରେ ଗଛତଳେ ଆଶ୍ରୟ ନେଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲାରେ ଜି.ଉଦୟଗିରି ଥାନା କାନାକଟା ଗାଁରେ ଦମୟନ୍ତୀ ମଣ୍ତଳ(୨୨)ଙ୍କର ମୃତ୍ୟୁ ହୋଇଛି। ଏହାସହ ୭ ଜଣ ବଜ୍ରାପାତରେ ଆହତ ହୋଇ ମେଡିକାଲ୍ ରେ ଭର୍ତ୍ତି ହୋଇଛନ୍ତି।
ଢେଙ୍କାନାଳରେ ମହାବିରୋଡ ଥାନା କୁସୁମୁଣ୍ତିଈ ଗାଁର ସୁରେଶି ବିଶ୍ବାଳ (୪୦) ଘର ଆଗରେ ବସିଥିବା ବେଳେ ବଜ୍ରାପାତରେ ପ୍ରାଣ ହରାଇଛନ୍ତି। ସେହିପରି, ଗଁଦିଆ ଅଂଚଳରେ ସନାତନ ଡିଆଣି ୪୯)ଙ୍କର ବିଲ ବାଛୁଥିବା ବେଳେ ମୃତ୍ୟୁ ହୋଇଛି।
ଗଂଜାମ ଜିଲ୍ଲାରେ ରୀତା ଗୌଡ (୩୦)ଙ୍କର ମୃତ୍ୟୁ ହୋଇଛି। କବିସୂର୍ଯ୍ୟନଗର ବ୍ଲକ୍ ଅଂଚଳରେ ୧୨ ବର୍ଷର ବାଳକ ଲକ୍ଷ୍ମଣ ପ୍ରଧାନ ବଜ୍ରାଘାତରେ ଆଖିବୁଜିଛନ୍ତି। ଅନ୍ୟପଟେ, ବାଲେଶ୍ବରରେ ଔପଦା ବ୍ଲକ୍ ବାଲିମୁଣ୍ତଳି ମଝିସାହିର ରହୁଥିବା ବନ କର୍ମଚାରୀ ଙ୍କ ମୃତ୍ୟୁ ହୋଇଛି। ଏବଂ ବ୍ୟାପକ କ୍ଷୟକ୍ଷତି ହେବା ସବ ୧୧ ଗୋରୁ ମରିଛନ୍ତି।
ଯାଜପୁରରେ ପାଣ୍ତେ ଚାତଲ ଟୁକୁଲୁ (୧୨), ଅର୍ଜୁନ୍ ହେମ୍ରଙ୍କ ପୁଅ ତରୁ (୧୨)ଙ୍କ ମୃତ୍ୟୁ ହୋଇଛି। ସେହିପରି, ନବରଙ୍ଗପୁର ଜିଲ୍ଲାରେ ଲଳିତା ମାଝୀ( ୧୫)ଙ୍କ ମୃତ୍ୟୁ ହୋଇଛି। କଟକ ଜିଲ୍ଲା ନରସିଂହପୁର ବ୍ଲକର ଆଦିତ୍ୟ ସାହୁ (୨୪)ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି।
ट्रेन्डिंग फोटोज़