Advertisement
Photo Details/zeeodisha/odisha2677439
Zee OdishaPhotosOdisha MLA: ବିଜେପି, ବିଜେଡି ଓ କଂଗ୍ରେସର ଏହି ୪ ବିଧାୟିକା...ଯାହାଙ୍କୁ ଲୋକ କୁହନ୍ତି ବିୟୁଟି ୱିଥ୍ ବ୍ରେନ୍ ୱମେନ
photoDetails0hindi

Odisha MLA: ବିଜେପି, ବିଜେଡି ଓ କଂଗ୍ରେସର ଏହି ୪ ବିଧାୟିକା...ଯାହାଙ୍କୁ ଲୋକ କୁହନ୍ତି ବିୟୁଟି ୱିଥ୍ ବ୍ରେନ୍ ୱମେନ

Odisha MLA: ରାଜ୍ୟ ବିଧାନସଭା କୁ ନେଇ ଏବେ ବେଶ୍ ଚର୍ଚ୍ଚା ଲାଗିରହିଛି । ଗତ ଦୁଇଦିନ ହେଲା ସୁରୁଖୁରୁରେ ଚାଲିପାରୁନି ବିଧାନସଭା । ବିଭିନ୍ନ ପ୍ରସଙ୍ଗକୁ ନେଇ ହୋହଲ୍ଲା ସହ ନାରାବାଜି ଜାରି ରହିଛି।  ଆଜି ମଧ୍ୟ ସେମିତି କିଛି ପରିସ୍ଥିତି ଦେଖିବାକୁ ମିଳିଛି । ବିଜେପି ବିଧାୟକଙ୍କ ଓଡ଼ିଶା ବିଭାଜନ ମନ୍ତବ୍ୟ ସହ ନାରୀ ନିର୍ଯାତନା ଓ ଶିଶୁ ସୁରକ୍ଷା ନେଇ ବିରୋଧୀ ଦଳ ମାନେ ନାରାବାଜି କରିଥିଲେ । ତେବେ ଏହାରି ମଧ୍ୟରେ ଅନେକ ଯୁବ ବିଧାୟିକାଙ୍କ ଷ୍ଟେଟମେଣ୍ଟ ବା ପ୍ରତିକ୍ରିୟା ଭାଇରାଲ ହେବାରେ ଲାଗିଛି। 

1/8

Congress MLA Sofia Firdous: କଂଗ୍ରେସ ଦଳର ଯୁବ ବିଧାୟିକା Sofia Firdous। ଜନ୍ମ ୧୯୯୨ ମସିହାରେ। ସୋଫିଆ ଜଣେ ଭାରତୀୟ ରାଜନୀତିଜ୍ଞ । ସେ ୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ କଟକର ବାରବାଟି-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଲଢ଼ି ଜୟଯୁକ୍ତ ହୋଇଥିଲେ। ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମୁସଲମାନ ମହିଳା।

Also See Video: Varsha Priyadarshini: ଏପଟେ ଅନୁଭବଙ୍କ ବାହାଘର, ସୋସିଆଲ ମିଡିଆରେ ଭାଇରାଲ ହେଲା ବର୍ଷାଙ୍କ ଭିଡିଓ

Also Read: Dola Purnima 2025: ପବିତ୍ର ଦୋଳପୂର୍ଣ୍ଣିମାରୁ କେମିତି ରହିବ ଏହିସବୁ ରାଶିର ଭାଗ୍ୟଫଳ, ଜାଣନ୍ତୁ

2/8

ରାଜନୀତିରେ ଯୋଗଦାନ କରିବା ପୂର୍ବରୁ ସେ ରିଅଲ ଇଷ୍ଟେଟ ବ୍ୟବସାୟ କରୁଥିଲେ । ତେବେ ଅନେକ ସମୟରେ ସରକାରଙ୍କ ରାଜ୍ୟ ପ୍ରତି ଅନେକ ଅବହେଳା ପ୍ରସଙ୍ଗକୁ ନେଇ ଟାର୍ଗେଟ୍ କରିବା ସହ ଦାବି ରଖିଥିବାର ନଜର ଆସିଛନ୍ତି । ଜନସେବା କରିବା ସହ ଅନେକ ସମୟରେ ବିଧାୟିକାଙ୍କ ଫଟୋ ଓ ଭିଡିଓ ଭାଇରାଲ ହୋଇଛି। 

3/8

BJP MLA Upasna Mohapatra: ବିଜେପି ଦଳର ଯୁବ ବିଧାୟିକା Upasna Mohapatra । ଜନ୍ମ ୨୦ ଜୁନ ୧୯୯୭ ମସିହାରେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । 

4/8

ସେ ସର୍ବକନିଷ୍ଠା ବିଧାୟିକା ଭାବରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି । ତେବେ ଅନେକ ସମୟରେ ରାଜ୍ୟ ର ପୂର୍ବତନ ସରକାରଙ୍କୁ ଟାର୍ଗେଟ୍ କରିବା ସହ ଏବେର ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । 

5/8

BJD Mla Barsha Singh Bariha: ବିଜେଡି ଦଳର ବିଧାୟିକା ବର୍ଷା ସିଂହ ବରିହା ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୨ ମସିହାରେ ପଦ୍ମପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

6/8

୨୦୨୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚରେ, ସେ ପଦ୍ମପୁରରୁ ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ବିଧାୟିକା ଭାବେ ଅନେକ ସମୟରେ ଦଳର ଦାବି ସହ ଅନ୍ୟାନ୍ୟ ପ୍ରସଙ୍ଗ କୁ ନେଇ ଗଣମାଧ୍ୟମ ସାମ୍ନାକୁ ଆସିଥାନ୍ତି।

7/8

BJD Ex MLA Dipali Das: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ସୁକନ୍ୟା ହେଉଛନ୍ତି ଦୀପାଳି ଦାସ । ଦୀପାଳି ଦାସ ବିଜୁ ଜନତା ଦଳର ଜଣେ ଭାରତୀୟ ରାଜନୀତିଜ୍ଞ। ଏବଂ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନରେ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୪୮ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ । ପରେ ୨୦୨୪ ରେ ସେ ବିଜେପି ପାଖରୁ ହାରିଥିଲେ । 

8/8

ଅନେକ ସମୟରେ ଦୀପାଳି ଏବଂ ତାଙ୍କ ଭାଇ ବିଶାଲଙ୍କୁ ନେଇ ଚର୍ଚ୍ଚା ଦେଖିବାକୁ ମିଳେ । ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଓ ଦଳୀୟ କାର୍ଯ୍ୟରେ ଯୋଗ ଦେଇ ନବୀନ ବାବୁଙ୍କ ପ୍ରଂଶସା କରିବା ସହ ବିଜେପି ସରକାରକୁ ଟାର୍ଗେଟ୍ କରିଥିବାର ନଜିର ରହିଛି।