Advertisement
Photo Details/zeeodisha/odisha2813129
photoDetails0hindi

Naveen Patnaik: ସଫଳ ହେଲା ଅସ୍ତ୍ରୋପଚାର, କେମିତି ଅଛନ୍ତି ଏବେ ନବୀନ ପଟ୍ଟନାୟକ...ଦେଖନ୍ତୁ ଫଟୋ

Naveen Patnaik: ଗତକାଲି ଅର୍ଥାତ୍ ୨୨ ଜୁନରେ ମୁମ୍ବାଇରେ ସଫଳତାର ସରିଛି ଅସ୍ତ୍ରୋପଚାର । ଏବେ ଅବଜରଭେସନରେ ରହିଛନ୍ତି ଓଡ଼ିଆଙ୍କ ପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ। ରବିବାର ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରେ ଶେଷ ହୋଇଥିଲା ନବୀନଙ୍କ ସର୍ଜରୀ । ସପ୍ତାହକ ମଧ୍ୟରେ ହସ୍ପିଟାଲରୁ ସେ ଡିସଚାର୍ଜ ନେବେ ବୋଲି ସୂଚନା ରହିଛି । ସ୍ପାଇନ ସ୍ପେସିଆଲିଷ୍ଟ ବିଶେଷଜ୍ଞ ଡାକ୍ତର ରାଜଶେଖର ନବୀନଙ୍କ ଅସ୍ତ୍ରୋପଚାର କରିଥିବାର ସୂଚନା ରହିଛି । 

 

1/5

ଏହାସହ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ବି ଅପରେସନ ବେଳେ ଉପସ୍ଥିତ ଥିଲେ। ଅସ୍ତ୍ରୋପଚାର ପରେ ନବୀନ ପଟ୍ଟନାୟକ ଭଲ ଭାବେ କଥା ହୋଇ ପାରୁଛନ୍ତି । ଗତକାଲି ନବୀନଙ୍କ ପାଖରେ ଉପସ୍ଥିତ ଥିଲେ ବଡ଼ଭାଇ ପ୍ରେମ ପଟ୍ଟନାୟକ ଓ ଭାଉଜ ।

Also Read: Odia Entertainment: ଓଲିଉଡର ଜଣାଶୁଣା ହାସ୍ୟ ଅଭିନେତା ହାଡୁ଼ ତେଲ କଡେଇରେ ପଡ଼ି ଗୁରୁତର...

Also Read: Weekly Financial Horoscope: ବିଗିଡ଼ିବ ନା ସୁଧୁରିବ ସ୍ଥିତି, ଜାଣନ୍ତୁ ଆସନ୍ତା ସପ୍ତାହର ଆର୍ଥିକ ରାଶିଫଳ

2/5

ସେହିପରି ଆଜି କିଛି ସମୟ ପୂର୍ବରୁ ବଡ଼ ଭାଇ ପ୍ରେମ ପଟ୍ଟନାୟକ ମଧ୍ୟ ନବୀନଙ୍କ ସୁସ୍ଥତା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି ଯେ, ସର୍ଭାଇକାଲ ଆଥ୍ରାଇଟିସ୍ ଅପରେସନ ପରେ ନବୀନ ବର୍ତ୍ତମାନ ସୁସ୍ଥ ଅଛନ୍ତି। 

3/5

ସେହିପରି ଅସ୍ତ୍ରୋପ୍ରଚାର ପରେ ୪୮ ଘଣ୍ଟା ନବୀନ ଅବଜରବେସନରେ ରହିବେ ବୋଲି କହିଛନ୍ତି ଡାକ୍ତର । ତେବେ ଆଜି କିଛି ବିଶିଷ୍ଟ ବ୍ୟକ୍ତି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଯାଇପାରନ୍ତି ବୋଲି ସୂଚନା ରହିଛି ।

4/5

କିଛି ଦିନ ପୂର୍ବରୁ ଅସୁସ୍ଥତା ଖବର ଶୁଣି ବ୍ୟସ୍ତବିବ୍ରତ ହୋଇପଡିଥିଲେ ରାଜ୍ୟବାସୀ । ମୁମ୍ବାଇରେ ନବୀନଙ୍କ ସଫଳ ଅସ୍ତ୍ରୋପ୍ରଚାର ପରେ ସଭିଏଁ ଠାକୁରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦଳମତ ନିର୍ବିଶେଷରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜନେତା ।

5/5

ରାଜ୍ୟର ବିଭିନ୍ନ ସ୍ଥାନରେ ହନୁମାନ ଚାଳିଶା ସହ ଦୀପ ଦାନ କରାଯାଇଛି। ଲିଙ୍ଗରାଜଙ୍କ ପାଖେ ଗତକାଲି ବିଜେଡି ପକ୍ଷରୁ ଦୀପ ଦାନ ସହ ପୂଜାର୍ଚ୍ଚନା କରାଯାଇଥିଲା । 

;