Advertisement
Photo Details/zeeodisha/odisha2679186
Zee OdishaPhotosPradeep Majhi Marriage: ବିବାହ ବନ୍ଧନରେ ବାନ୍ଧିହେଲେ ବିଜେଡି ନେତା ପ୍ରଦୀପ ମାଝୀ, ଦେଖନ୍ତୁ ଫଟୋ
photoDetails0hindi

Pradeep Majhi Marriage: ବିବାହ ବନ୍ଧନରେ ବାନ୍ଧିହେଲେ ବିଜେଡି ନେତା ପ୍ରଦୀପ ମାଝୀ, ଦେଖନ୍ତୁ ଫଟୋ

Pradeep Majhi Marriage: ବିଜୁ ଜନତା ଦଳ (ବିଜେଡି) ନେତା ଏବଂ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ କୁମାର ମାଝୀ ଆଜି ଗୋଆରେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

1/6

ପ୍ରଦୀପ କୁମାର ମାଝୀ (୪୯) ପୂର୍ବତନ ସାମ୍ବାଦିକା ସୁଶ୍ରୀ ସଙ୍ଗୀତା ସାହୁଙ୍କ ସହ ସାଥଫେରା ନେଇଛନ୍ତି। ଏହି ଅବସରରେ ଉଭୟ ବର ଏବଂ କନ୍ୟାଙ୍କ ପରିବାର ସଦସ୍ୟ ଏବଂ ନିକଟ ସମ୍ପର୍କୀୟ ଉପସ୍ଥିତ ଥିଲେ।

 

2/6

ପ୍ରଦୀପ କୁମାର ମାଝୀ ୨୦୦୯ ମସିହାରେ କଂଗ୍ରେସ ଟିକେଟରେ ଓଡ଼ିଶାର ନବରଙ୍ଗପୁର ନିର୍ବାଚନମଣ୍ଡଳୀରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ପରିଷଦର ସଭାପତି ଥିଲେ।

 

3/6

ମାଝି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟତର ଥିଲେ। ରାଜ୍ୟରେ ଦଳର କାର୍ଯ୍ୟକାରୀ ସଭାପତି ହେବା ପୂର୍ବରୁ ସେ ଓଡ଼ିଶାରେ ଯୁବ କଂଗ୍ରେସର ସଭାପତି ଭାବରେ କାର୍ଯ୍ୟ କରିଥିଲେ।

 

4/6

ଆଦିବାସୀ ନେତା ୨୦୨୧ ମସିହାରେ କଂଗ୍ରେସ ଦଳ ଛାଡିବା ପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଥିଲେ।

 

5/6

ପ୍ରଦୀପ କୁମାର ମାଝୀ ୨୦୨୪ ଲୋକସଭା ନିର୍ବାଚନରେ ​​ନବରଙ୍ଗପୁର ଆସନରୁ ବିଜେଡି ଟିକେଟରେ ଲଢ଼ି ପରାଜୟ ହୋଇଥିଲେ।

 

6/6

ମାଝୀଙ୍କ କନିଆଁ ସୁଶ୍ରୀ ସଙ୍ଗୀତା ସାହୁ ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ପାଠପଢ଼ିଥିଲେ। ଏହା ସମେତ ସେ କିଛି ସ୍ଥାନୀୟ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ କାମ କରିଥିଲେ।