Secret Marriage: ଓଡ଼ିଶାରେ ଏବେ ରାଜ୍ୟ ରାଜନୀତିକୁ ନେଇ ଯେତିକି ଚର୍ଚ୍ଚା ସେତିକି ଚର୍ଚ୍ଚା ବିଧାୟକ ଓ ସାଂସଦଙ୍କ ସିକ୍ରେଟ ମ୍ୟାରେଜ୍ କୁ ନେଇ। ତାହା ପ୍ରଥମ ହେଉ ବା ୨ୟ ବିବାହ ଏହି ଚର୍ଚ୍ଚା ବନ୍ଦ ହେବାକୁ ନାଁ ନେଉନାହିଁ । ସବୁଠୁ ବଡ କଥା ହେଲା ସାର୍ବଜନୀନ ନକରି ସିକ୍ରେଟ ମ୍ୟାରେଜ୍ କରି ଖୁବ ଚର୍ଚ୍ଚାକୁ ଆସୁଛନ୍ତି ବିଧାୟକ ଓ ପୂର୍ବତନ ସାଂସଦ । ଆଉ ଏହାର ଅନେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା ଏଇ ଗୋଟିଏ ମାସ ମଧ୍ୟରେ କେତେ ଜଣ ବିଧାୟକ ଓ ସାଂସଦ ବା ନେତା ମାନେ ସିକ୍ରେଟ ମ୍ୟାରେଜ୍ କରିଛନ୍ତି।
)
ପ୍ରଥମରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମାହାଙ୍ଗା ସ୍ୱାଧୀନ ବିଧାୟକ ସାରଦା ପ୍ରସାଦ ପ୍ରଧାନ । ମାର୍ଚ୍ଚ ପ୍ରଥମ ସପ୍ତାହରେ ବାହାଘର ଶେଷ ହୋଇଛି। ଏହାକୁ ନେଇ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଉତ୍କଣ୍ଠା ପ୍ରକାଶ ପାଇଥିଲା।
Also Read: Odisha MLA: ବିଜେପି, ବିଜେଡି ଓ କଂଗ୍ରେସର ଏହି ୪ ବିଧାୟିକା...ଯାହାଙ୍କୁ ଲୋକ କୁହନ୍ତି ବିୟୁଟି ୱିଥ୍ ବ୍ରେନ୍ ୱମେନ
Also See Video: Bhoomika Das Bride Look: ଓଲିଉଡରେ ବାଜୁଛି ସାହାନାଇ, ଭାଇରାଲ ହେଲା ଭୂମିକାଙ୍କ ବ୍ରାଇଡାଲ୍ ଲୁକ୍
)
ବିଧାୟକ ସାରଦା ପ୍ରସାଦ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକ ଜଅଁରା ବାରିମୂଳ ଗ୍ରାମର ରମେଶ ଚନ୍ଦ୍ର ବଳଙ୍କ ବଡ଼ଝିଅ ସିପ୍ରା ପ୍ରିୟଦର୍ଶିନୀ ବଳଙ୍କୁ ବିବାହ କରିଛନ୍ତି । ସିପ୍ରା ବର୍ତ୍ତମାନ ପ୍ରଶାସନିକ ଅଧୀକାରୀଣି ଭାବେ ତାଲିମ ନେଉଛନ୍ତି। ବିବାହ କରିବା ପରେ ଏହି ଦମ୍ପତିଙ୍କ ଫଟୋ ଭାଇରାଲ ହୋଇଛି ।
)
ଦ୍ୱିତୀୟରେ ରହିଛନ୍ତି ବିଜେଡି ନେତା ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ।ଭୁବନେଶ୍ବର ଲୋକସଭା ସାଂସଦ ପ୍ରାର୍ଥୀ ମନ୍ନଥ ରାଉତରାୟ ମାର୍ଚ୍ଚ୪ରେ ଭୁବନେଶ୍ବରର ଚନ୍ଦକା ନେଚର ରିସୋର୍ଟରେ ଦ୍ୱିତୀୟ ବିବାହ କରିଥିଲେ।
)
ପ୍ରଥମ ବିବାହ ବିଚ୍ଛେଦ ହେବା ପରେ ଏବେ ସେ ଦ୍ବିତୀୟ ବିବାହ ଭୁବନେଶ୍ୱର ସ୍ଥିତ ପଟ୍ଟିଆ ସ୍ଥି ରୋଜାଲିନ ପଟ୍ଟନାୟକ ନାମକ ମହିଳାଙ୍କୁ ବିବାହ କରିଛନ୍ତି । ତେବେ ରୋଜାଲିନ ମୁମ୍ବାଇର ଏକ ଘରୋଇ ବ୍ୟାଙ୍କରେ ଚାକିରି କରିଛନ୍ତି ।
)
ତୃତୀୟରେ ରହିଛନ୍ତି ପୂର୍ବତନ ବିଜେଡି ସାଂସଦ ତଥା ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି । ଆଉ ଆଜି ଅର୍ଥାତ୍ ମାର୍ଚ୍ଚ ୧୧ରେ ସାମ୍ବାଦିକା ଜାଗ୍ରତିଙ୍କ ହାତ ଧରିଛନ୍ତି ଅଭିନେତା ଅନୁଭବ ମହାନ୍ତି ।
)
ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ମଧ୍ୟ ଏହା ୨ୟ ବିବାହ । ପାରିବାରିକ ବିବାଦ ଓ ପତ୍ନୀ ନିର୍ଯାତନା ନେଇ କୋର୍ଟଙ୍କ ଅନୁମତି ପରେ ୨୦୨୪ ଫେବୃଆରୀରେ ବର୍ଷା- ଅନୁଭବଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଆଉ ଏବେ ନିଜ ବାନ୍ଧବୀ ଜାଗ୍ରତିଙ୍କ ହାତ ଧରିବେ ଅନୁଭବ।
)
ଚତୁର୍ଥରେ ରହିଛନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ । ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୧୨ରେ ହାତକୁ ଦି ହାତ ହେବେ ସାଂସଦ । ଗୋଆସ୍ଥିତ ପାନଜିମରେ ତାଙ୍କ ବିବାହ ଉତ୍ସବର ଆୟୋଜନ କରାଯାଇଛି । ଏନେଇ ନିଜେ ସୂଚନା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ ।
)
କେନ୍ଦ୍ରାପଡ଼ାର ଝିଅ ସୁଶ୍ରୀ ସଙ୍ଗୀତା ସାହୁଙ୍କୁ ସହ ତାଙ୍କର ଶୁଭ ପରିଣୟ ହେବାକୁ ଯାଉଛି । ଉଭୟ ପ୍ରଦୀପ ଓ ସୁଶ୍ରୀଙ୍କ ପରିବାର, ପ୍ରଦୀପଙ୍କ କିଛି ଅନ୍ତରଙ୍ଗ ବନ୍ଧୁ ଓ ପରିଜନଙ୍କୁ ନେଇ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଖବର ଅନୁଯାୟୀ, ସୁଶ୍ରୀ ସଙ୍ଗୀତା ସାହୁ ଜଣେ ସାମ୍ବାଦିକା।
ट्रेन्डिंग फोटोज़