Advertisement
Photo Details/zeeodisha/odisha3000173
Zee OdishaPhotosPM Kisan 21 Installment: ଏହିଚାଷୀଙ୍କ ଆକାଉଣ୍ଟକୁ ପିଏମ୍ କିଷାନ ଯୋଜନାରେ ଆସିବ ୪ହଜାର ଟଙ୍କା!ଜାଣନ୍ତୁ କେବେ?
photoDetails0hindi

PM Kisan 21 Installment: ଏହିଚାଷୀଙ୍କ ଆକାଉଣ୍ଟକୁ ପିଏମ୍ କିଷାନ ଯୋଜନାରେ ଆସିବ ୪ହଜାର ଟଙ୍କା!ଜାଣନ୍ତୁ କେବେ?

PM Kisan 21 Installment: ଚାଷୀଙ୍କ ପାଇଁ ବଡ଼ ଖବର।  ପିଏମ କିଷାନ ସମ୍ନାନ ନିଧି ଯୋଜନାରେ ଚାଷୀଙ୍କୁ ଏଥର ୨ ହଜାର ନୁହେଁ ମିଳିବ ଏକାସାଙ୍ଗରେ ୪ହଜାର ଟଙ୍କା। ତେବେ, ଆସନ୍ତୁ ଜାଣିବା କେବେ ଓ କେଉଁ ଚାଷୀମାନଙ୍କ ଖାତାକୁ ଆସିବ ୪ ହଜାର ଟଙ୍କା....

1/15

ଚାଷୀଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବା ଲାଗି କେନ୍ଦ୍ର ସରକାର ବାର୍ଷିକ ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନାରେ ୬ ହଜାର ଟଙ୍କା ପ୍ରଦାନ କରିଥାଆନ୍ତି। 

ALSO READ: Vakri Guru 2025: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ,୫ରାଶିଙ୍କ ଉପରେ ୨୦୨୬ ଯାଏଁ ହେବ ଟଙ୍କା ବର୍ଷା!

ALSO READ: Gold Rate Today: ସୁନାଦରରେ ବୃହତ ବୃଦ୍ଧି;ଓଡ଼ିଶାରେ ୨୨ କ୍ୟାରେଟ୍ ପିଛା ବଢିଲା ଏତେ ହଜାର ଟଙ୍କା

2/15

ଗଣମାଧ୍ୟମ ରିପୋର୍ଟର ସୂଚନାକୁ ଆଧାର କରି ଦେଖିଲେ,ଏଥର ଚାଷୀମାନେ ୨୧ ତମ କିସ୍ତିରେ ୨ ହଜାର ଟଙ୍କା ବଦଳରେ ୪ ହଜାର ଟଙ୍କା ମିଳିବ। 

 

3/15

ଏହି ୪ ହଜାର ଟଙ୍କା କେବଳ ସେହି ଚାଷୀଙ୍କ ଆକାଉଣ୍ଟକୁ ଯିବ ଯେଉଁମାନେ ପୂର୍ବକିସ୍ତ(୨୦ ତମ କିସ୍ତି) ଟଙ୍କା ପାଇନଥିବେ। 

 

4/15

ସେମାନଙ୍କ ଆକାଉଣ୍ଟକୁ ଏକାସାଙ୍ଗରେ୪ ହଜାର ଟଙ୍କା ଆସିବ। 

 

5/15

ସବୁଠୁ ବଡ଼ କଥା ହେଉଛି କେନ୍ଦ୍ର ସରକାର ୨୧ ତମ କିସ୍ତି ଟଙ୍କା ସେହି ଚାଷୀଙ୍କୁ ପ୍ରଦାନ କରିଥିଲେ, ଯେଉଁମାନେ  ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିଲେ। 

 

6/15

ଦେଖିବାକୁ ଗଲେ ବନ୍ୟା ପ୍ରଭାବିତ ରାଜ୍ୟକୁ ମୋଦୀ ସରକାର ୨୧ ତମ କିସ୍ତି ଟଙ୍କା ଆଗକୁ ପ୍ରଦାନ କରିଥିଲେ। 

 

7/15

ହେଲେ ବଳକା ଚାଷୀଙ୍କ ଆକାଉଣ୍ଟକୁ ଏପର୍ଯ୍ୟନ୍ତ ୨୧ ତମ କିସ୍ତି ଟଙ୍କା ଆସିନାହିଁ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଟେନସନ୍ ବଢିବାରେ ଲାଗିଛି। 

 

8/15

ମିଳିଥିବା ସୂଚନା ଅନୁସାରେ, ବିହାର ନିର୍ବାଚନ ଫଳାଫଳ ପରେ  ଅର୍ଥାତ୍ ନଭେମ୍ବର ମାସରେ ଶେଷ ସପ୍ତାହ ବେଳକୁ ୨୧ ତମ କିସ୍ତି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିପାରେ। 

 

9/15

ହେଲେ, ଏନେଇ ସରକାରଙ୍କ ତରଫରୁ କୌଣସି ସୂଚନା ଜାରି କରାଯାଇ ନାହିଁ। 

 

10/15

ଟଙ୍କା ଆକାଉଣ୍ଟକୁ ଆସିବା ପୂର୍ବରୁ ସାରିଦିଅନ୍ତୁ ଏହିସବୁ କାମ:

1-ଯଦି ଆପଣ ପିଏମ କିଷାନର ହିତାଧିକାରୀ ହୋଇଥିବେ । ତେବେ, ପ୍ରଥମେ ଆପଣ e-KYC ପୂରଣ କରନ୍ତୁ। 

 

11/15

2-ଏହାସହିତ ଆଧାର କାର୍ଡକୁ ବ୍ୟାଙ୍କ୍ ଖାତା ସହିତ ଲିଙ୍କ୍ କରାନ୍ତୁ। ଏହାସହ ବ୍ୟାଙ୍କ୍ ଆକାଉଣ୍ଟ ଡିଟେଲ୍ସ ଯାଞ୍ଚ କରନ୍ତୁ। ଯେପରିକି, ନାମ, ଆକାଉଣ୍ଟ ନମ୍ବର ଓ ଆଇଏଫସି କୋଡ୍। 

 

12/15

3- ଜମି ରେକର୍ଡରେ ତ୍ର଼ଟି ଥିଲେ  ସଂଶୋଧନ କରନ୍ତୁ। 

 

13/15

4- ହିତାଧିକାରୀଙ୍କ ଲିଷ୍ଟରେ ନିଜ ନାମ ଦେଖନ୍ତୁ। ନିଜ ନାମ ଦେଖିବା ପାଇଁ pmkisan.gov.in ଭିଜିଟ୍ କରନ୍ତୁ। 

 

14/15

5- ସମୟ ଅନୁସାରେ, କିସ୍ତି ପାଇଁବା ପାଇଁ ଓଟିପି ଏବଂ କିସ୍ତି  ସମ୍ପର୍କିତ ସୂଚନା ପାଇବା ପାଇଁ ମୋବାଇଲ୍ ନମ୍ବର ଅପଡେଟ୍ କରନ୍ତୁ। 

 

15/15

6-ପ୍ରଧାନମନ୍ତ୍ରୀ କିଷାନ ଯୋଜନା କିସ୍ତି ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କିଛି ରାଜ୍ୟର କରାଯାଇଥିବା ବେଳେ ଯେଉଁମାନେ କରିନାହାଁନ୍ତି, ସେମାନେ ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମୟ ପୂର୍ବରୁ ସାରି ଦିଅନ୍ତୁ। ନଚେତ୍ କିସ୍ତି ପାଇବେ ନାହିଁ ବୋଲି ସରକାରଙ୍କ ତରଫରୁ କୁହାଯାଇଛି।