PM Kisan Samman Nidhi Yojana: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଚାଷୀମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ମିଳିଥାଏ। ପ୍ରତି ତିନି ମାସରେ ଥରେ, ୨ ହଜାର ଲେଖାଏଁ ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଆସିଥାଏ। ତେବେ, ଏହି ଯୋଜନାରେ ଚାଷୀଙ୍କୁ ଏଥର ଅଧିକ ଟଙ୍କା....
)
ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନା, ଏହି ଯୋଜନା ଆରମ୍ଭ ହେବା ଦିନ ଠାରୁ ହିଁ ଏହି ରାଶିରେ କୌଣସି ପ୍ରକାର ବୃଦ୍ଧି ହୋଇ ନାହିଁ। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।
)
ତେବେ, ଚାଷୀମାନେ ଦାବି କରୁଛନ୍ତି ଯେ, ଏହି ବାର୍ଷିକ ୬ ହଜାର ଟଙ୍କାକୁ ବୃଦ୍ଧି କରିବା ଲାଗି।
)
ତେବେ, ୧ ଫେବୃଆରୀ ୨୦୨୬ରେ ଆସୁଛି ସାଧାରଣ ବଜେଟ୍। ତେବେ, ଏହି ବଜେଟ୍ ରେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାରେ ଟଙ୍କା ବୃଦ୍ଧି ନେଇ ଆଶା ରଖିଛନ୍ତି ଚାଷୀ। ଚାଷୀମାନେ ବାଦି କରି ଆସୁଛନ୍ତି ଯେ, ବାର୍ଷିକ ମିଳୁଥିବା ଏହି ୬ ହଜାର ରାଶିକୁ ୯ ହଜାରରେ ବୃଦ୍ଧି କର।
)
ଫେବୃଆରୀ ୧,୨୦୨୬ରେ ଆଗତ ହେବ ୨୦୨୬-୨୭ ବଜେଟ୍। ଏହି ବଜେଟ୍ ରେ ପିଏମ୍ କିଷାନ୍ କିସ୍ତିକୁ ୬ ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବା ନେଇ ଦାବି ହୋଇ ଆସୁଛି।
)
ଯାହାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚାଷୀଙ୍କ ଉଦ୍ଦେଶ୍ୟରେ ବୃଦ୍ଧି କରିବା ନେଇ ଆଶା ରହିଛି।
)
୨୦୧୯ରୁ ପିଏମ୍ କିଷାନ୍ ସମ୍ମାନ ନିଧି ଯୋଜନା ଆରମ୍ଭ ହେବା ପରଠୁ ଚାଷୀଙ୍କ ଖର୍ଚ୍ଚ ଓ ମୁଦ୍ରାସ୍ପୀତି ପରିମାଣ ବୃଦ୍ଧି ପାଇଛି ସତ ହେଲେ, ଏହି ଯୋଜନାର ରାଶି ସେବେଠୁ ବୃଦ୍ଧି ହୋଇନି।
)
ପ୍ରଧାନମନ୍ତ୍ରୀ ନିଷାନ୍ ସମ୍ମାନ ନିଧି ଯୋଜନା ଡିସେମ୍ବର ୧,୨୦୧୮ରେ କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନାର ଲକ୍ଷ ଥିଲା ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା। ଏହି ଯୋଜନାକୁ ଅର୍ଥମନ୍ତ୍ରୀ ପିୟୁସ୍ ଗୋଏଲ୍ ଫେବୃଆରୀ ୧,୨୦୧୯ ମଧ୍ୟବର୍ତ୍ତିକାଳୀନ କେନ୍ଦ୍ରୀୟ ବଜେଟ୍ ସମୟରେ ଘୋଷଣା କରିଥିଲେ।
)
ଏବଂ ଫେବୃଆରୀ ୨୪ ରେ ପ୍ରଧାନମନ୍ତ୍ରୀ ମୋଦୀ ୟୁପିର ଗୋରଖପୁରରୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ।
)
ଚଳିତ ଥର ବଜେଟ୍ ରେ, ଚାଷୀମାନେ ଆଶା ରଖିଛନ୍ତି ଯ, ପିଏମ୍ କିସାନ୍ କିସ୍ତି ଟଙ୍କା ୨,୦୦୦ ରୁ ୩ ହଜାର କୁ ବୃଦ୍ଧି ପାଇପାରେ। ଏହା ବ୍ୟତୀତ ଚାଷୀମାନଙ୍କର (ଏମଏସପି) ପାଇଁ ଦାବି ଜୋର୍ ଧରିଛି। ଚାଷୀମାନଙ୍କୁ ଶସ୍ତା ଏବଂ ସହଜ ଋଣ ପାଇଁ ସୀମା ବୃଦ୍ଧି ଭଳି ଦାବି ମଧ୍ୟ ରହିଛି।
)
ବିଶେଷଜ୍ଞଙ୍କ ମତ ଅନୁସାରେ, ଏହି ବର୍ଷ ବଜେଟ୍ ରେ ଚାଷୀମାନଙ୍କୁ କିଛି ବଡ଼ ଲାଭ ମିଳିବ। ଯେପରିକି ପିଏମ୍ କିଷାନ୍ କିସ୍ତିରେ ବୃଦ୍ଧି ଘଟିବା ସହ ଚାଷୀମାନଙ୍କୁ ବାର୍ଷିକ ୬ ହଜାର ବଦଳରେ ୯ ହଜାର ଟଙ୍କା ଆକାଉଣ୍ଟକୁ ଯିବ । ଏହି ନିସ୍ପତି ସରକାର ବଜେଟ୍ ଦିନ ଘୋଷଣା କରିପାରନ୍ତି। ସେପଟେ, ଆସିବାକୁ ଥିବା ୨୨ ତମ କିସ୍ତି ମାର୍ଚ୍ଚ ମଧ୍ୟରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିପାରେ। ହେଲେ, ଏନେଇ ସରକାର କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି।
ट्रेन्डिंग फोटोज़