Advertisement
Photo Details/zeeodisha/odisha2751834
Zee OdishaPhotosOperation Sindoor: ଜାଣନ୍ତୁ ଭାରତ-ପାକିସ୍ଥାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ କାହିଁକି ବଢ଼ିଲା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା...
photoDetails0hindi

Operation Sindoor: ଜାଣନ୍ତୁ ଭାରତ-ପାକିସ୍ଥାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ କାହିଁକି ବଢ଼ିଲା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା...

Operation Sindoor: ସାମ୍ପ୍ରତିକ ଯୁଦ୍ଧ ପରିସ୍ଥିତିକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଉପରେ ସ୍ବତନ୍ତ୍ର ଗୁରୁତ୍ଵ। ନିୟମିତ ସୁରକ୍ଷା ବ୍ୟତିରେକ,ତିନି ସିଫ୍ଟ ବା ପର୍ଯ୍ୟାୟରେ ୨୪ ଘଣ୍ଟା ଶସସ୍ତ୍ର ବନ୍ଧୁକ ଧାରୀ ଫୋର୍ସ ଜଗୁଛନ୍ତି ଶ୍ରୀମନ୍ଦିର ଚତୁଃପାର୍ଶ୍ୱ। ଉଭୟ ଶ୍ରୀମନ୍ଦିର ଇନର୍ ଓ ଆଉଟର ଜୋନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ଇନର ଓ ଆଉଟର ସୁରକ୍ଷାକୁ ୩୩ ଟି ପୋଷ୍ଟରେ ଭାଗ କରି ସୁରକ୍ଷା ଦାୟିତ୍ବ ନେଉଛି ପୋଲିସ।

1/6

ଏଥିରେ ପ୍ରାୟ ୧୨ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଆଉଟର୍ ସୁରକ୍ଷା ପାଇଁ ୧୯ ଟି ପୋଷ୍ଟକୁ ସମ୍ବେଦନଶୀଳ ପୋଷ୍ଟ ଭାବରେ ନେଇ ବେଶ ଗୁରୁତ୍ଵ ଦେଇଛି ପୋଲିସ । ଶ୍ରୀମନ୍ଦିର ଭିତରେ ୧୪ ଟି ପୋଷ୍ଟ ରେ ଭାଗ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସେଇଭଳି ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଉଚ୍ଚ ଉଚ୍ଚ ଅଟ୍ଟାଳିକାରେ ବାଇନାକୁଲାର ଧାରୀ ସୁରକ୍ଷା କର୍ମୀ ରହିଛନ୍ତି। 

2/6

କୌଣସି ଅବାଞ୍ଛିତ ଗତିବିଧି ଦେଖିଲେ ତତକ୍ଷଣାତ୍ କଣ୍ଟ୍ରୋଲ ରୁମ୍ କୁ ସୂଚନା ଦେବା ପାଇଁ ପ୍ରସ୍ତୁତ ରହିଛନ୍ତି। ଅନ୍ୟପଟରେ ସଜାଗ ରହିଛନ୍ତି ସ୍ବତନ୍ତ୍ର କ୍ୱିକ ରିଆକସନ୍ ଟିମ୍ । କୌଣସି ବି ଜରୁରୀ କାଳୀନ ପରିସ୍ଥିତି ପାଇଁ operational commando,platoon commando,security administrator ଙ୍କ ସହ ଯୋଗାଯୋଗରେ ରହି ସଜାଗ ରହିଛନ୍ତି ।ସେପଟେ କଡାକଡି କରାଯାଇଛି ଫ୍ରୀସ୍କିଂ ବା ଯାଞ୍ଚ ବ୍ୟବସ୍ଥା। 

3/6

ପୁରୀରୁ ସମସ୍ତ ପ୍ରବେଶ ପଥରେ ଆବଶ୍ୟକ ସ୍ଥଳେ ଡୋର ପ୍ରେମ ମେଟାଲ ଡିଟେକ୍ଟର ,ହ୍ୟାଣ୍ଡ ହେଲ୍ଡ ମେଟାଲ୍ ଡିଟେକ୍ଟର୍ ନଚେତ୍ ଫିଜିକାଲ୍ ଫ୍ରିସ୍କିଁ ମାଧ୍ୟମରେ ହେଉଛି ଯାଞ୍ଚ ।ସହରର ସମସ୍ତ ପ୍ରବେଶ ପଥରେ ନାକା ଚେକିଂ କରାଯାଉଛି । ମଟର ଯାନ ଗୁଡ଼ିକୁ ଭଲ ଭାବରେ ଯାଞ୍ଚ ମଧ୍ୟ କରାଯାଉଛି।ସେହିଭଳି ଉପକୂଳ ସୁରକ୍ଷା ପାଇଁ ୪ ମେରାଇନ ଥାନାକୁ ସଜାଗ ରହିବା ସହ ପେଟ୍ରୋଲିଂ ଜାରି ରଖିବାକୁ ଦିଆଯାଇଛି ନିର୍ଦ୍ଦେଶ ।

4/6

ପୁରୀ ଏକ ପର୍ଯ୍ୟଟନ କ୍ଷେତ୍ର। ରାତି ପାହିଲେ ଲକ୍ଷ ଲକ୍ଷ ଭକ୍ତ ଦର୍ଶନାର୍ଥି ଙ୍କ ଗହଳି ଜମେ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ହୋଟେଲ ମାନଙ୍କୁ ସତର୍କ ରହିବା ପାଇଁ ଆଲର୍ଟ କରାଯାଇଛି। ବେଳାଭୁମୀ ଉପରେ ମଧ୍ୟ କଡା ନଜର ରହିଛି। ଶ୍ରୀମନ୍ଦିରକୁ ପୂର୍ବରୁ ଆତଙ୍କବାଦୀଙ୍କ ଟାର୍ଗେଟ ରହିଥିଲା। 

5/6

ଏନଏସଜି ଟିମ୍ ଓ କଡ଼ା ପୁଲିସ ସୁରକ୍ଷା ବଳୟରେ ରହିଛି ମହାପ୍ରଭୁଙ୍କ ମନ୍ଦିର। ତେବେ ପାକିସ୍ତାନକୁ ମୁହଁତୋଡ ଜବାବ ଦେବାକୁ ନେଇ ଭାରତୀୟ ସେନା ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ସେବକ।ସେପଟେ ଭାରତ ପାକିସ୍ଥାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଣାର୍କ ସୂର୍ଯ୍ୟମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। 

6/6

କୋଣାର୍କ ମନ୍ଦିର ସୁରକ୍ଷା ପାଇଁ ୨୪ଘଣ୍ଟିଆ ପେଟ୍ରୋଲିଂ ସହିତ ମନ୍ଦିର ଚାରିପଟେ ପୁଲିସ ମୁତୟନ ହୋଇଛନ୍ତି। ସୂର୍ଯ୍ୟମନ୍ଦିର ଉପରେ ପୁଲିସର କଡାନଜର ରହିଛି। ତେବେ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍ ରହିଥିବା ବେଳେ ମେରାଇନ ଥାନା ପକ୍ଷରୁ ଫୋର୍ସ ମୁତୟନ ହେବେ ବୋଲି ଜଣାପଡିଛି। ସେପଟେ ଭାରତ ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଯୋଗୁଁ ଏବେ ପୁରୀରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି।