ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।
)
Gold And Silver Price Today: ସପ୍ତାହ ଆରମ୍ଭରୁ ସୁନା ଗ୍ରାହକଙ୍କୁ ଝଟକା। ସୋମବାର ଦିନ ଆରମ୍ଭରୁ ସୁନା ଦରରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳିଛି। ସେପଟେ କିନ୍ତୁ ଉଭୟ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ ଭରି ପିଛା ମୂଲ୍ୟ ଏକ ଲକ୍ଷ ଉପରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ବୁଲିଅନ ବଜାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ମୂଲ୍ୟ ୭୫ ହଜାର ଡେଇଁଛି।
)
ବୁଲିଅନ ବଜାରର ସୋମବାର ଦର ଅନୁଯାୟୀ ୧୪ କ୍ୟାରେଟ୍ ସୁନା ଭରି ପିଛା ୭୮୩୮୦ ଟଙ୍କାରେ ବ୍ୟବସାୟ ଆରମ୍ଭ କରିଥିଲା। ୧୮ କ୍ୟାରେଟ ସୁନା ଭରି ପିଛା ୯୮୪୪୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଭରି ପିଛା ୧,୧୮,୬୧ ୦ ଟଙ୍କାରେ ବ୍ୟବସାୟ କରିଛି।
)
୨୦ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ଆଜି ୧,୦୮,୧୬୦ ରହିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୧,୨୧,୫୩୦ ଟଙ୍କାରେ ସୁନା ବଜାରରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା।
)
ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ସୋମବାର ଉଭୟ ୨୨ ଓ ୨୪ କ୍ୟାରେଟ ଭରିପିଛା ମୂଲ୍ୟରେ ବୃଦ୍ଧି ଘଟିଛି। ୨୨ କ୍ୟାରେଟ ସୁନାର ଭରି ପିଛା ୩୦୦ ଟଙ୍କା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଏହି ମୂଲ୍ୟ ବୃଦ୍ଧି ପାଇବା ପରେ ଭରି ପିଛା ଦର ୧,୧୪,୯୫୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି।
)
ସେହିପରି ୨୪ କ୍ୟାରେଟ ସୁନା ଭରିପିଛା ମୂଲ୍ୟ ଏକ ଲକ୍ଷ ପାର କରିଛି। ଆଜି ୨୪ କ୍ୟାରେଟ୍ ସୁନା ଭରି ପିଛା ୩୨୦ ଟଙ୍କା ବୃଦ୍ଧି ପାଇ ୧,୨୫,୪୦୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି।
)
ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୧,୧୪,୯୫୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୧,୨୫,୪୦୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ତେବେ ସୁନା କିଣିବା ପୂର୍ବରୁ ମୂଲ୍ୟ ଯାଞ୍ଚ କରି ଆପଣ ସୁନା କିଣିପାରିବେ।
ट्रेन्डिंग फोटोज़