Advertisement
Photo Details/zeeodisha/odisha2733549
photoDetails0hindi

Gold Rate:ସପ୍ତାହ ଆରମ୍ଭରୁ ଖୁସି ଖବର, ସୁନା ଦରରେ ବୃହତ ହ୍ରାସ

ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।

 

1/6

Gold And Silver Price Today: ସପ୍ତାହ ଆରମ୍ଭରେ ସୁନା ଦରକୁ ନେଇ ଆସିଲା ଖୁସି ଖବର। ସୁନା ଦର ବୃଦ୍ଧିରେ ଲାଗିଲା ବ୍ରେକ। ଲଗାତାର ଭରି ପିଛା ମୂଲ୍ୟରେ ବୃଦ୍ଧି ପାଉଥିବା ବେଳେ ଆଜି ୨୮ ଏପ୍ରିଲ ୨୦୨୫ ସୋମବାର ଉଭୟ ୨୨ କ୍ୟାରେଟ ଓ ୨୪ କ୍ୟାରେଟରେ ଦରରେ ଭରିପିଛା ମୂଲ୍ୟରେ ବୃହତ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। 

2/6

ସେପଟେ ବୁଲିଅନ ବଜାରର ଶୁକ୍ରବାର ଦର ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୬୦ ହଜାର ଉପରେ ରହିଛି। ୧୪ କ୍ୟାରେଟ ସୁନା ଭରି ପିଛା ୬୧୬୮୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି।

3/6

 ୧୮ କ୍ୟାରେଟ ସୁନା ଭରି ପିଛା ୭୭୪୬୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଭରି ପିଛା ୯୩୩୪୦ ଟଙ୍କାରେ ବ୍ୟବସାୟ କରିଛି। ୨୦ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ଆଜି ୮୫୧୧୦ ରହିଥିବା ବେଳେ ୨୪ କ୍ୟାରେଟ ଭରି ପିଛା ୯୫୬୩୦ ଟଙ୍କାରେ ସୁନା ବଜାରରେ ବ୍ୟବସାୟ କରିଥିବା ଦେଖିବାକୁ ମିଳିଥିଲା।

4/6

ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ସୋମବାର ଉଭୟ ୨୨ ଓ ୨୪ କ୍ୟାରେଟ ଭରିପିଛା ମୂଲ୍ୟରେ ବୃହତ ହ୍ରାସ ଘଟିଛି। 

5/6

ଫଳରେ ୨୨ କ୍ୟାରେଟ ସୁନାର ଭରି ପିଛା ୬୨୦ ଟଙ୍କା ହ୍ରାସ ପାଇ ୮୯୪୦୦ ଟଙ୍କାରେ କାରବାର କରିଥିବା ଦେଖିବାକୁ ମିଳିଛି। ସେହିପରି ୨୪ କ୍ୟାରେଟ ସୁନା ଭରିପିଛା ୬୮୦ ଟଙ୍କା ହ୍ରାସ ପାଇ ୯୭୫୩୦ ଟଙ୍କାରେ ବ୍ୟବସାୟ ଆରମ୍ଭ କରିଛି। 

6/6

ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଭରି ପିଛା ୮୯୪୦୦ ଟଙ୍କାରେ କାରବାର କରୁଥିବା ବେଳେ ୨୪ କ୍ୟାରେଟ ଭରି ପିଛା ସୁନା ୯୭୫୩୦ ଟଙ୍କାରେ କାରବାର କରୁଥିବା ଦେଖିବାକୁ ମିଳିଛି। ତେବେ ସୁନା କିଣିବା ପୂର୍ବରୁ ମୂଲ୍ୟ ଯାଞ୍ଚ କରି ଆପଣ ସୁନା କିଣିପାରିବେ। 

Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।

;