Horoscope Today 7 March 2026: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୭ ହେଉଛି ଶନିବାର। ତେବେ,ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ।...
)
ମେଷ: ଆଜି କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ମନ ବୁଝିବା ଭଳି କଥା କହି କାମ ହାସଲ କରିବେ। ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ସଭାସମିତିରେ ସମ୍ମାନୀତ ହେବେ। ଆପଣଙ୍କ ଉଦାର ମନୋଭାବ କାରଣରୁ ସମସ୍ୟା ସମାଧାନ କରି ନେବେ। ସ୍ବାସ୍ଥ୍ୟ ଭଲ ରହିବ।
)
ବୃଷ: ଆଜିର ଯାତ୍ରା ଅବଶ୍ୟ ସଫଳ ହେବ,ହେଲେ କୌଣସି କଥାକୁ ନେଇ ଟେନ୍ସନ ଲାଗି ରହିପାରେ। ଜଣେ ବନ୍ଧୁଙ୍କ ମଧ୍ୟସ୍ଥତାରେ ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କଲେ ଭଲ ହେବ। ପରୋକ୍ଷ ଶତ୍ରୁତାରୁ ପ୍ରତିରୋଧ ଭିତରେ ଆଜିର କାମ ସମ୍ପନ୍ନ ହେବ। ଆଇନ ସହାୟତା ଲାଭ କରିବାପୂର୍ବକ କଚେରି ମାମଲାରେ ଆଶାଜନକ ଫଳ ପାଇବେ।
)
ମିଥୁନ: ଆଜି କ୍ରୀଡ଼ା, ସାହିତ୍ୟ, ଏଜେନ୍ସି ଓ ସାମ୍ବାଦିକତାରେ କାର୍ଯ୍ୟରତ ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। ରାହୁଙ୍କ ପ୍ରଭାବରେ ବିବାଦ ଓ ପ୍ରତିବନ୍ଧକ ଯୁକ୍ତ କାମଠାରୁ ଦୂରେଇ ରହିବା ଭଲ। କର୍ମାଧିପ ଉଚ୍ଚସ୍ଥାନରେ ଥିବାରୁ ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହେବାରେ ଅସୁବିଧା ରହିବ ନାହିଁ। ପରିବାର ସଦସ୍ୟ ପଡ଼ୋଶୀଙ୍କ କୁଟମନ୍ତ୍ରଣାରେ କ୍ରୋଧ କରିପାରନ୍ତି।
)
କର୍କଟ: ଆଜି କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି। ଶିଳ୍ପ ଓ ବାଣିଜ୍ୟ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ସମୟ ଖାସ୍ ରହିବ। ରାଜନୀତି ଓ ଗବେଷଣାରେ ଉନ୍ନତି କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସମ୍ମାନୀତ ହୋଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବାରେ ଲାଗିବ। ଏବଂ ବନ୍ଧୁଙ୍କ ଆଗମନର ସୂଚନା ଖୁସି କରାଇବ।
)
ସି˚ହ: ଆଜି ବିଭିନ୍ନ ପ୍ରକାରର ଘରୋଇ ଝମେଲା କାରଣରୁ ମନଟା ଭଲ ରହି ନ ପାରେ। ରବିଙ୍କ କୋଣସ୍ଥାନରେ ଦେବଗୁରୁ ବୃହସ୍ପତି ହେତୁ କାର୍ଯ୍ୟସିଦ୍ଧି ହେବ। ଅର୍ଥନୈତିକ ଅଭିବୃଦ୍ଧି ହେବ। ସ୍ବାସ୍ଥ୍ୟ ବିଶେଷ କିଛି ଖରାପ ନଥିଲେ ମଧ୍ୟ ନିଜ ପ୍ରିୟଜନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଟେନସନ୍ ରେ ରହିବେ।
)
କନ୍ୟା: ଆଜି ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆପଣ ଯାହା ଦିର୍ଘ ଦିନ ହେଲା ଭାବୁଥିଲେ,ତାହା ଆଜି ସୁବିଧାରେ ପାଇଯିବେ। ଶିଳ୍ପ,ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିବ।
)
ତୁଳା: ଆଜି ଦୀର୍ଘ ଦିନର ଅଭିଳାଷ ପୂରଣ ହେବାରୁ ଖୁସି ରହିବେ। ଅ-ସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହେବାରୁ ଅନ୍ୟ ଉପରେ ରାଗି ପାରନ୍ତି। ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ସମାଧାନ ହୋଇଯିବ।
)
ବିଛା: ଅଟକି ରହିଥିବା କାମ ସହଜରେ ସମ୍ପନ୍ନ ହୋଇଯିବ। ବନ୍ଧୁ ପରିଜନଙ୍କ ସହାୟତାରେ ଅର୍ଥ ସମ୍ପର୍କୀତ ସୁବିଧା ପାଇବେ। ନିର୍ମାଣ କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ। କର୍ମକ୍ଷେତ୍ରକୁ ମନ୍ଥର କରିପାରେ ଯାଦ୍ୱାରାକି କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେଇପାରନ୍ତି।
)
ଧନୁ: ପ୍ରତ୍ୟେକ କ୍ଷେତ୍ରରେ କିଛିନାକିଛି ସଂକଟଜନକ ସ୍ଥିତି ଉପୁଜିବ। ପରିଜନଙ୍କ ସହାୟତାରେ ବକେୟା ଅର୍ଥଲାଭ କରିବେ। ବନ୍ଧୁଙ୍କୁ ବିଭିନ୍ନ ପ୍ରକାରର କଥା କହିବା କାରଣରୁ ବିବାଦ ବଢ଼ିପାରେ। ଶିଳ୍ପ, ବାଣିଜ୍ୟ,ରାଜନୀତି, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ ସୁଫଳ ପାଇବେ।
)
ମକର: କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ସେମିତି କିଛି ହେବନି। ଭୁଲ୍ ବୁଝାମଣାରୁ ପାରିବାରିକ ଜୀବନରେ ତିକ୍ତତା ଦେଖାଦେଇପାରେ। ଟଙ୍କା ପଇସା କାରବାର ପାଇଁ ଅସୁବିଧା ରହିବନାହିଁ। ବିଶେଷ କରି, ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହେବ।
)
କୁମ୍ଭ: କଳା,ସାହିତ୍ୟ,ରଚନାତ୍ମକ କାର୍ଯ୍ୟରେ ପ୍ରତିଯୋଗିତା କଲେ ମଧ୍ୟ ସଫଳତା ଯୋଗୁ ମନ ଖୁସି ରହିବ। ଦେହ ଭଲ ରହିବ ମାତ୍ର କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିବେ। ଆପଣଙ୍କ ସମସ୍ତ କାର୍ଯ୍ୟକୁ ଆଶାତୀତ ଭାବରେ ସଫଳତା ପ୍ରଦାନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିପାରନ୍ତି।
)
ମୀନ: କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଏ-କାଦଶସ୍ଥ ବୃହସ୍ପତିଙ୍କ ପ୍ରଭାବରେ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ ସକାଶେ ମନ ବଳାଇପାରନ୍ତି। ମାଲି ମକଦ୍ଦମା, ତର୍କ ବିତର୍କ, ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़