Advertisement
Photo Details/zeeodisha/odisha3037124
Zee OdishaPhotosUIDAI: ଯୁବବର୍ଗଙ୍କ ପାଇଁ ଖୁସି ଖବର! ଏଣିକି ହୋଟେଲ୍ କି ଓୟୋ ଗଲେ ଦେବାକୁ ପଡି଼ବ ନାହିଁ ଏହିସବୁ...
photoDetails0hindi

UIDAI: ଯୁବବର୍ଗଙ୍କ ପାଇଁ ଖୁସି ଖବର! ଏଣିକି ହୋଟେଲ୍ କି ଓୟୋ ଗଲେ ଦେବାକୁ ପଡି଼ବ ନାହିଁ ଏହିସବୁ...

UIDAI: ଯୁବ ବର୍ଗଙ୍କ ପାଇଁ ଖୁସି ଖବର। ଏଣିକି କୌଣସି ହୋଟେଲ୍ କିମ୍ବା ଓୟୋ ଗଲେ ଯାଉଥିବା ଯୁବ ବର୍ଗଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ କରିବ ସତ। ହୋଟେଲ୍ କିମ୍ବା ଓୟୋ ଗୁଡିକରେ ପରିଚୟ ଗୋପନୀୟ ରଖିବା ପାଇଁ (UIDAI) ନେବାକୁ ଯାଉଛି ଏକ ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି। ଯାହା ଦେଶର କୋଟି କୋଟି ଯୁବବର୍ଗଙ୍କ ମୁହଁରେ ହସ ଫୁଟାଇବ। ଆସନ୍ତୁ ଜାଣିବା...

1/15

ହୋଟେଲ ଓ ଓୟୋ ଯାଉଥିବା ଲୋକଙ୍କ ବ୍ୟକ୍ତିଗତ ସୂଚନା ସୁରକ୍ଷିତ ଓ ଗୋପନୀୟ ରଖିବା ପାଇଁ (UIDAI) ଭାରତର ଅନ୍ୟାନ୍ୟ ପରିଚୟ ପ୍ରାଧିକରଣ  ଏକ ଗୁରୁତ୍ବପୂର୍ଣ୍ଣ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି। 

ALSO READ: କେତୁଙ୍କ ଶୁଭ ଚଳନ,୨୦୨୬ ବର୍ଷ ଆରମ୍ଭରୁ ୫ ରାଶିଙ୍କ ଖୋଲିବ ଭାଗ୍ୟ!ଚାକିରିଆ ହେବେ ଲାଭବାନ୍,କିଣିବେ ନୂଆ ଘର

2/15

ଏ-ନେଇ ସରକାରଙ୍କ ତରଫରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। 

 

3/15

UIDAI ସିଇଓ ଭୁବନେଶ୍ କୁମାର ନିକଟରେ ଗଣମାଧ୍ୟମରେ କହିଛନ୍ତି ଯେ, ଓୟୋ କିମ୍ବା କୌଣସି ହୋଟେଲ୍ ଯାଉଥିବା ବ୍ୟକ୍ତିଙ୍କ ତଥ୍ୟ ସମ୍ପୁର୍ଣ୍ଣ ଭାବେ ଗୋପନୀୟ ରଖାଯିବ। 

 

4/15

ଆସିବାକୁ ଥିବା ଅଧାର କାର୍ଡ଼ର ନୂଆ ନିୟମ ଅନୁସାରେ,କୌଣସି ହୋଟେଲ୍ କିମ୍ବା ଓୟୋରେ ଅଧାର କାର୍ଡର ଫଟୋକପି ବ୍ୟବହାର କରି ଅଫଲାଇନ୍ ଯାଞ୍ଚ କରିବାକୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରାଯିବ ବୋଲି କୁହାଯାଇଛି। 

 

5/15

ନୂଆ ନିୟମ ଲାଗୁ ହେବା ପରେ କୌଣସି ହୋଟେଲ୍ କିମ୍ବା ଓୟୋରେ ଆଧାର ଫଟୋ କପିର ଆଉ ଆବଶ୍ୟକତା ପଡ଼ିବ ନାହିଁ। କିନ୍ତୁ ସରକାର ଏକ ନୂତନ ନିୟମକୁ ଅନୁମୋଦନ କରିଛନ୍ତି। 

 

6/15

ହୋଟେଲ୍,ଇଭେଣ୍ଟ ଆୟୋଜନ ଓ କୌଣସି ସଂଗଠନ ଗୁଡିକକୁ ଆଧାର ଆଧାରିତ ଯାଞ୍ଚ ପାଇଁ ପାଇଁ ବାଧ୍ୟତାମୂଳକ କରାଯିବ।

 

7/15

ନୂତନ ନିୟମ କାର୍ଯ୍ୟକାରୀ ହେବା ପରେ, ହୋଟେଲ୍, ଇଭେଣ୍ଟ ଆୟୋଜକ ଓ ଟେଲିକମ୍ କମ୍ପାନୀ ଗୁଡିକ କ୍ୟୁଆର୍ କୋର୍ଡ (QR CODE) କିମ୍ବା  ଆଧାର୍ ଆପ୍ ମାଧ୍ୟମରେ  ବ୍ୟବହାର କରି ଡିଜିଟାଲ୍ ଆଧାରରେ ଯାଞ୍ଚ ପାଇଁ (UIDAI) ସହ ପଞ୍ଜିକରଣ କରିବାକୁ ପଡିବ ।

 

8/15

ପଞ୍ଜିକୃତ ସଂସ୍ଥା ଗୁଡିକୁ ଏନେଇ  ନୂତନ ପ୍ରଯୁକ୍ତି ବିତ୍ୟା ଯୋଗାଆ ଦିଆଯିବ। 

 

9/15

ଯାହା ସେମାନଙ୍କୁ ଏକ କ୍ୟୁଆର୍ କୋର୍ଡ (QR CODE)  କିମ୍ବା ନୂଆ ଆଧାର ଆପ୍ ମାଧ୍ୟମରେ ଯାଞ୍ଚ କରିବାକୁ ହେବ। 

 

10/15

ବିଶେଷକରି, ଅଫଲାଇନ୍ ଯାଞ୍ଚ କରୁଥିବା  ସଂସ୍ଥା ଗୁଡିକ ଆଧାର ଯାଞ୍ଚ ପାଇଁ ସେମାନଙ୍କର ସିଷ୍ଟମକୁ  ଅପଡେଟ୍ କରିବା ପାଇଁ ଏକ (API) ଆପ୍ଲିକେସନ୍ ପ୍ରୋଗ୍ରାମିଂ ଇଣ୍ଟରଫେସ୍ ପ୍ରଦାନ କରାଯିବ। 

 

11/15

ଏଥିପାଇଁ  ଏକ ନୂଆ ଆପ୍ ବିଟା-ପରୀକ୍ଷଣ ହେଉଛି। 

 

12/15

ଯାହା ସମସ୍ତଙ୍କ ଆଧାର ଯାଞ୍ଚ ପାଇଁ ଏକ କେନ୍ଦ୍ରୀୟ ଡାଟାବେସ୍ ସଂଯୋଗ ନ କରି ସିଧାସଳଖ ଆପରୁ ଆପ୍ ପର୍ଯ୍ୟନ୍ତ ପରିଚୟ ଯାଞ୍ଚ କରିବାକୁ ଅନୁମତି ଦେବ। 

 

13/15

କେବଳ ସେତିକି ନୁହେଁ, ନୂତନ ଆଧାର ଆପ୍ ମାଧ୍ୟମରେ ବିମାନ ବନ୍ଦରରେ ଆପଣଙ୍କୁ ଆଉ ହାର୍ଟ କପି ଦେଖାଇବାକୁ ପଡିବ ନାହିଁ।

 

14/15

ଏହି ନୂଆ ଆଧାର ଆପ୍ ମାଧ୍ୟମରେ ବିମାନ ବନ୍ଦରରେ ଯାଞ୍ଚ ଅଧିକ ସହଜ ଓ ସରଳ ହେବ। 

 

15/15

ଯାହା ଆଗାମୀ ୧୮ ମାସ ମଧ୍ୟରେ ସମ୍ପୁର୍ଣ୍ଣ ଭାବରେ କାର୍ଯ୍ୟକାରୀ ହେବ ବୋଲି  UIDAI ସିଇଓ କହିଛନ୍ତି।