Laba Hansda Viral Image: ଏବେ ବେଶ୍ ଚର୍ଚ୍ଚାରେ ଓଡ଼ିଆ ଟ୍ରାଭେଲର ବ୍ଲଗର ଲବ ହାଁସଦା । ତାଙ୍କ ପ୍ରେମିକା ଜୀବନ ହାରିବା ପରେ ଲବଙ୍କ ବିବାଦ ଏବେ ବଢି ବଢି ଚାଲିଛି । ତାଙ୍କ ନାଁରେ ବେଙ୍ଗାଲୁରୁର ଏଚ.ଏସ.ଆର ଲେ ଆଉଟ ଥାନାରେ ଏତଲା ହୋଇଛି । ଲବ ହାଁସଦାଙ୍କ ପ୍ରେମିକା ସଲୋମୀ ମୁର୍ମୁ ୪ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ତାଙ୍କ ମୃତ୍ୟୁ ପାଇଁ ଲବଙ୍କୁ ଦାୟୀ କରି ଥାନାରେ ଲବଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ସଲୋମୀଙ୍କ ଭାଇ। ସେପଟେ ଲବଙ୍କ ନେଇ ଭିନ୍ନ ଭିନ୍ନ ତଥ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଚର୍ଚ୍ଚିତ ୟୁଟ୍ୟୁବର ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର ହୋଇଥିବା ବେଳେ ତାଙ୍କ ଘର ବିହାରରେ । ଆଉ ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା ।
Also Read: Laba Hansda Income: ପ୍ରେମିକାର ମୃତ୍ୟୁ ପରେ ଚର୍ଚ୍ଚାରେ ଥିବା ୟୁଟ୍ୟୁବର ଲବ ହାଁସଦାଙ୍କ ରୋଜଗାର କେତେ?
ସେହିପରି ଆଜି ମୃତ ପ୍ରେମିକାଙ୍କ ଏକ ଅଡିଓ ମଧ୍ୟ ଭାଇରାଲ ହୋଇଛି। ହେଲେ ଏହି ଅଡିଓକୁ ନେଇ ଜୀ ଓଡ଼ିଶା ନ୍ୟୁଜ୍ କୌଣସି ସତ୍ୟତା ପୁଷ୍ଟି କରୁନାହିଁ।
ଭାଇରାଲ ଅଡିଓରେ ସଲୋମୀ ନିଜ ବନ୍ଧୁଙ୍କ ସାମ୍ନାରେ କାନ୍ଦିବା ସହ ଲବ କେମିତି ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ସେ ବିଷୟରେ କହୁଥିଲେ।
ସେହିପରି ସୋସିଆଲ ମିଡିଆରେ ଏପରି ଚର୍ଚ୍ଚା ହେବା ଆରମ୍ଭ ହୋଇଛି କି ଲବଙ୍କର ଅନେକ ଝିଅଙ୍କ ସହ ସମ୍ପର୍କ ଥିଲା। କେବଳ ସେତିକି ନୁହେଁ ସେ ପୂର୍ବରୁ ମଧ୍ୟ ବିବାହିତ ଏବଂ ତାଙ୍କର ଏକ ଝିଅ ମଧ୍ୟ ରହିଛି ବୋଲି ଚର୍ଚ୍ଚା ହେଉଛି।
ଏହାରି ମଧ୍ୟରେ ଫେସବୁକରେ ଏପରି ଏକ ଫଟୋ ଭାଇରାଲ ହୋଇଛି ଯାହା ଜଣ ହିନ୍ଦି ସୋସିଆଲ ୟୁଜର ପୋଷ୍ଟ କରିଛନ୍ତି ।
ଏଥିରେ ଫଟୋରେ ସେ ନମ୍ବରିଂ କରିବା ସହ କିଏ ଲବଙ୍କ ବାନ୍ଧବୀ ବୋଲି ପଚାରିଛନ୍ତି ।
ହେଲେ ଏତେ ତର୍କ ବିତର୍କ ଚାଲିଥିଲେ ବି ଓଡ଼ିଆ ବ୍ଲଗର ଲବ ହାଁସଦା ଏହି ଘଟଣା ସମ୍ପର୍କରେ ଏବେ ଯାଏଁ ମୁହଁ ଖୋଲିନାହାଁନ୍ତି।
ट्रेन्डिंग फोटोज़