Advertisement
Article Detail0/zeeodisha/odisha2955695

ପୁଲିସ ତଦନ୍ତ ବି ଆଉଟସୋର୍ସିଂ! ନିଜେ ନଯାଇ ବନ୍ଧୁଙ୍କୁ ପଠାଇଲେ, ନିଲମ୍ବିତ ହେଲେ ଏସ୍‍ଆଇ

ରାଜ୍ୟରେ ପୁଲିସ ଏସ୍‍ଆଇ ନିଯୁକ୍ତି ସ୍କାମ ନେଇ ଚର୍ଚ୍ଚା ଶୀର୍ଷରେ ଥିବା ବେଳେ ଜଣେ ପୁଲିସ ଏସ୍‍ଆଇଙ୍କ କାଣ୍ଡ ବି  ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଛି।  ସେ କିପରି ସାଧାରଣ ଲୋକଙ୍କଠାରୁ ଲାଞ୍ଚ ସଂଗ୍ରହ କରୁଥିଲେ ତାହା ସାମ୍ନାକୁ ଆସିଛି। ଖାଲି ସେତିକି ନୁହେଁ ଜଣେ କା’ ପୁଲିସ ନିଯୁକ୍ତି କରି ସେ ସ୍ଥାନୀୟ ଲୋକଙ୍କୁ ହ

  • କଲେଇ ପଞ୍ଚାୟତର ଏହି ଗାଁରେ ଜଣେ ମହିଳା ଶ୍ୱଶୁର ଘର ବିରୋଧରେ ଅଭିଯୋଗ କରିଥିଲେ। ଆଉ ଏହି ଅଭିଯୋଗର ତଦନ୍ତ ଭାର ଥିଲା ଏସ୍‍ଆଇ କାର୍ତ୍ତିକ ଜେନାଙ୍କ ଉପରେ। କାର୍ତ୍ତିକ କିନ୍ତୁ ନିଜେ ତଦନ୍ତକୁ ନଯାଇ ଖପରପଦା ଗ୍ରାମର ପିୟୁଷ ତ୍ରିପାଠୀ ନାମକ ଜଣେ ଯୁବକଙ୍କୁ ପଠାଇଥିଲେ l ସେ ତଦନ୍ତ କରିବା ସହ ୫ ହଜାର ଟଙ୍କା ଫୋନପେରେ ଦେବା ପାଇଁ କହିଥିଲେ l

Trending Photos

ପୁଲିସ ତଦନ୍ତ ବି ଆଉଟସୋର୍ସିଂ! ନିଜେ ନଯାଇ ବନ୍ଧୁଙ୍କୁ ପଠାଇଲେ, ନିଲମ୍ବିତ ହେଲେ ଏସ୍‍ଆଇ

 

ଭୁବନେଶ୍ୱର: ରାଜ୍ୟରେ ପୁଲିସ ଏସ୍‍ଆଇ ନିଯୁକ୍ତି ସ୍କାମ ନେଇ ଚର୍ଚ୍ଚା ଶୀର୍ଷରେ ଥିବା ବେଳେ ଜଣେ ପୁଲିସ ଏସ୍‍ଆଇଙ୍କ କାଣ୍ଡ ବି  ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଛି।  ସେ କିପରି ସାଧାରଣ ଲୋକଙ୍କଠାରୁ ଲାଞ୍ଚ ସଂଗ୍ରହ କରୁଥିଲେ ତାହା ସାମ୍ନାକୁ ଆସିଛି। ଖାଲି ସେତିକି ନୁହେଁ ଜଣେ କା’ ପୁଲିସ ନିଯୁକ୍ତି କରି ସେ ସ୍ଥାନୀୟ ଲୋକଙ୍କୁ ହଇରାଣ କରୁଥିବା ଜଣାପଡ଼ିଛି।

ଏହିପରି ଅଭିଯୋଗ ପାଇ ଜିଲ୍ଲା ଆରକ୍ଷୀ ନିରୀକ୍ଷକ ମନୋଜ ରାଉତ  ଗ୍ରାମାଞ୍ଚଳ ଥାନାର ଜଣେ ଏସ୍‍ଆଇ କାର୍ତ୍ତିକ ଜେନାଙ୍କୁ ନିଲମ୍ବନ କରିଛନ୍ତି।

Add Zee News as a Preferred Source

ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନାର ରସିକବାଜ ଗାଁରେ। କଲେଇ ପଞ୍ଚାୟତର ଏହି ଗାଁରେ ଜଣେ ମହିଳା ଶ୍ୱଶୁର ଘର ବିରୋଧରେ ଅଭିଯୋଗ କରିଥିଲେ। ଆଉ ଏହି ଅଭିଯୋଗର ତଦନ୍ତ ଭାର ଥିଲା ଏସ୍‍ଆଇ କାର୍ତ୍ତିକ ଜେନାଙ୍କ ଉପରେ। କାର୍ତ୍ତିକ କିନ୍ତୁ ନିଜେ ତଦନ୍ତକୁ ନଯାଇ ଖପରପଦା ଗ୍ରାମର ପିୟୁଷ ତ୍ରିପାଠୀ ନାମକ ଜଣେ ଯୁବକଙ୍କୁ ପଠାଇଥିଲେ l ସେ ତଦନ୍ତ କରିବା ସହ ୫ ହଜାର ଟଙ୍କା ଫୋନପେରେ ଦେବା ପାଇଁ କହିଥିଲେ l ସନ୍ଦେହ ହେବାରୁ ମହିଳା ଜଣକ ଗାଁ ଲୋକଙ୍କୁ ଜଣାଇଥିଲେl ଗାଁ ମୁଖିଆ ଉକ୍ତ ଯୁବକଙ୍କୁ ପୋଲିସ ପରିଚୟ ପତ୍ର ମାଗିଥିଲେ l ସେ ଦେଖାଇ ନ ପାରିବାରୁ ତାଙ୍କୁ ଅଟକ ରଖି ଥାନାକୁ ଖବର ଦେଇଥିଲେ l ପୋଲିସ ପିୟୁଷକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା।  ଆଉ ପରେ ତାଭ୍କର ସମ୍ପର୍କ କାର୍ତ୍ତିକଙ୍କ ସହ ସାମ୍ନାକୁ ଆସିଥିଲା।

About the Author