Shocking News: ଭିଡ଼ିଓ ବନାଉଥିଲେ ଯୁବକ, ଡାକ୍ତରଖାନାରେ ଜୀବନ-ମତ୍ୟୁ ସହ କରୁଛନ୍ତି ସଂଘର୍ଷ
Advertisement

Shocking News: ଭିଡ଼ିଓ ବନାଉଥିଲେ ଯୁବକ, ଡାକ୍ତରଖାନାରେ ଜୀବନ-ମତ୍ୟୁ ସହ କରୁଛନ୍ତି ସଂଘର୍ଷ

Prayagraj News: ଲୋକେ ସୋସିଆଲ ମିଡିଆ ପ୍ଲାଟଫର୍ମ ଲାଗି ଭିଡିଓ ତିଆରି ବେଳେ ଠିକ୍ ଏବଂ ଭୁଲ ଭୁଲିଯାଉଛନ୍ତି। ଏପରିକି ସେମାନେ ନିଜ ଜୀବନକୁ ଖାତିର ନକରି ଅନେକ ବିପଦକୁ ଡାକି ଆଣୁଛନ୍ତି। ହେଲେ ସେମାନେ ନିଜ ପାଇଁ ଏବଂ ସେମାନଙ୍କ ପରିବାର ପାଇଁ ଅସୁବିଧାର କାରଣ ପାଲଟି ଯାଉଛନ୍ତି। ଯାହାର ସଦ୍ୟତମ ଉଦାହରଣ ହେଉଛି ଏହି ଘଟଣା। 

Shocking News: ଭିଡ଼ିଓ ବନାଉଥିଲେ ଯୁବକ, ଡାକ୍ତରଖାନାରେ ଜୀବନ-ମତ୍ୟୁ ସହ କରୁଛନ୍ତି ସଂଘର୍ଷ

Prayagraj: ଏବେ ଯୁବପିଢିଙ୍କ ମଧ୍ୟରେ ଭିଡ଼ିଓ ବନାଇବାର ନିଶା ବଢିବାରେ ଲାଗିଛି। ଭିଡ଼ିଓ ବନାଇବା ପାଇଁ ସେମାନେ କୌଣସି ସ୍ଥାନକୁ ଛାଡୁନାହାଁନ୍ତି। ଏପରିକି ସର୍ବସାଧାଣ ସ୍ଥାନ ଯଥାା ଦୋକାନ ବଜାର, ବସଷ୍ଟାଣ୍ଡ, ମାର୍କେଟ, ରେଲୱେ ଷ୍ଟେସନ ଭଳି ସ୍ଥାନରେ ଭିଡ଼ିଓ ବନାଇବାକୁ ପଛାଉ ନାହାଁନ୍ତି ଯୁବପିଢି। ହେଲେ ଭିଡ଼ିଓ ବନାଇବା ବେଳେ ଘଟୁଥିବା ବିଭିନ୍ନ ଅଘଟଣ ବାବଦରେ ସଚେତନ ହେଉନାହାଁନ୍ତି ସେମାନେ।

ସଦ୍ୟ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଯେଉଁଠି ଜଣେ ଯୁବକଙ୍କୁ ଭିଡ଼ିଓ ବନାଇବା ବେଳେ ନିଜର ଅଜ୍ଞତା ପାଇଁ ଏବେ ଜୀବନ-ମତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏଠାରେ ଜଣେ ଯୁବକ ରେଲୱେ ଟ୍ରାକ ପାଖରେ ରହିଥିବା ଖୁଣ୍ଟ ଉପରେ ଚଢି ଭିଡିଓ ବନାଉଥିଲେ। ହେଲେ ଏହି ସମୟରେ ସେ ଉଚ୍ଚ କ୍ଷମତ ସମ୍ପନ୍ନ ତାର କବଳରେ ଆସି ଜଳି ଯାଇଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆ ଜରିଆରେ ଭାଇରାଲ ହେବାରେ ଲାଗିଛି। ଗୁରୁତର ଅବସ୍ଥାରେ ସେହି ଯୁବକଙ୍କୁ ସହରର ଏସଆରଏନ ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ। ହେଲେ  ଡାକ୍ତରଖାନାରେ ପହଞ୍ଚିବା ପରେ ଯୁବକଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି।

ଏହି ମାମଲା ପୁରାମୁଫତି ଥାନା ଅଧିନସ୍ଥ ମନ୍ଦରୀ ଗ୍ରାମର ବୋଲି ଜଣାପଡ଼ିଛି। ଏଠାରେ ରହୁଥିବା ୧୮ ବର୍ଷୀୟ ଶାହାରୁଖ ଅହମ୍ମଦ ରେଲୱେ ଟ୍ରାକ ପାଖରେ ଥିବା ଖୁଣ୍ଟ ଉପରେ ଚଢିଯାଇ ଭିଡିଓ ବନାଇବାରେ ଲାଗିଥିଲେ। ହେଲେ ଏହି ସମୟରେ ସେ ଉଚ୍ଚ କ୍ଷମତାସମ୍ପନ୍ନ ତାର କବଳରେ ଆସି ତଳେ ପଡ଼ି ଯାଇଥିଲେ। ତଳେ ପଡ଼ିଯିବା ପରେ ତାଙ୍କ ଶରୀରରୁ ଧୂଆଁ ବାହାରିଥିଲା।

ସ୍ଥାନୀୟ ଲୋକ ସେହି ଯୁବକକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଦ୍ୟୁତ ତାରର ଭୟ ହେତୁ ସେମାନେ ଆଗକୁ ବଢି ପାରିନଥିଲେ। ସ୍ଥାନୀୟ ଲୋକ ଏହି ଘଟଣା ସମ୍ପର୍କରେ ଥାନାକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଯେଉଁଠାରେ ଯୁବକ ଜଣ ଏବେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।

ଯୁବକଙ୍କ ପରିଚୟ ମିଳିସାରିଛି। ସେ ହେଉଛନ୍ତି  ପ୍ରୟାଗରାଜ ଜିଲ୍ଲାର ପୁରାମୁଫତି ଥାନା ଅଧିନସ୍ଥ ମନ୍ଦରୀ ଗ୍ରାମର ୧୮ ବର୍ଷୀୟ ଶାହରୁଖ। ପୋଲିସ ସୂଚନା ଅନୁସାରେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ମଙ୍ଗଳବାର ଅପରାହ୍ନରେ ଶାହାରୁଖ ନିଜର ୩ ଜଣ ସାଙ୍ଗଙ୍କ ସହ ରେଳ ଲାଇନ ନିକଟରେ ପହଞ୍ଚିଥିଲେ। ଏଠାରେ ରେଳବାଇ ଦ୍ୱାରା ବିଦ୍ୟୁତିକରଣ କାର୍ଯ୍ୟ କରାଯାଉଥିବାରୁ ବିଦ୍ୟୁତ ଖୁଣ୍ଟ ନିର୍ମାଣ କରାଯାଇଥିଲା। ଶାହରୁଖ ଏକ ଖୁଣ୍ଟ ଉପରେ ଚଢି ସେଲଫି ନେଉଥିଲେ। ହେଲ ଏହି ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ।  ଶାହରୁଖ ତଳେ ପଡ଼ିଯିବା ପରେ ତାଙ୍କ ସହ ଆସିଥିବା ତାଙ୍କର ସାଙ୍ଗ ସେଠାରୁ ପଳାଇ ଯାଇଥିଲେ। ନିକଟରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ଖବର ପରେ ଏସଓ ଉପେନ୍ଦ୍ର ପ୍ରତାପ ସିଂହ ସେଠାରେ ପହଞ୍ଚି ତାକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି।

ଲୋକେ  ସୋସିଆଲ ମିଡିଆ ପ୍ଲାଟଫର୍ମ ଲାଗି ଭିଡିଓ ତିଆରି ବେଳେ ଠିକ୍ ଏବଂ ଭୁଲ ଭୁଲିଯାଉଛନ୍ତି। ଏପରିକି ସେମାନେ ନିଜ ଜୀବନକୁ ଖାତିର ନକରି ଅନେକ ବିପଦକୁ ଡାକି ଆଣୁଛନ୍ତି। ହେଲେ ସେମାନେ ନିଜ ପାଇଁ ଏବଂ ସେମାନଙ୍କ ପରିବାର ପାଇଁ ଅସୁବିଧାର କାରଣ ପାଲଟି ଯାଉଛନ୍ତି। ଯାହାର ସଦ୍ୟତମ ଉଦାହରଣ ହେଉଛି ଏହି ଘଟଣା। ସେଲଫି ନେବା ଶୌକ ମଧ୍ୟ ଲୋକଙ୍କ ପାଇଁ ମହଙ୍ଗା ପଡ଼ିପାରେ।