Trending Photos
)
ଭୁବନେଶ୍ୱର: ନୂଆପଡ଼ା ଉପ ନିର୍ବାଚନରେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ଅବହେଳା ସାମ୍ନାକୁ ଆସିଛି। ଏହାକୁ ଅନୁଧ୍ୟାନ କରି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ସନ୍ଥ ଗୋପାଳନ ସୂଚନା ଦେଇଛନ୍ତି। ଅପରପକ୍ଷେ ଶାନ୍ତି ଶୃଙ୍ଖଳାର ସହ େଭାଟିଂ ପ୍ରକ୍ରିୟା ଚାଲିଛି ଏବଂ ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି।
ଏକ ସାମ୍ବାଦିକ ସମ୍ମିନଳୀରେ ଶ୍ରୀ ସନ୍ଥ ଗୋପାଳନ କହିଛିଯେ, କାର୍ଯ୍ୟରେ ଅବହେଳା ଲାଗି ସମ୍ପୃକ୍ତ ପ୍ରିଜାଇଡିଂ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ହୋଇଥିବା ଅଧିକାରୀ ହେଉଛନ୍ତି କୁଳିଆବନ୍ଧ ୩୬ ନମ୍ବର ବୁଥର ପ୍ରିଜାଇଡିଂ ଅଧିକାରୀ।
ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ୩୫୮ ମତଦାନ କେନ୍ଦ୍ର ରେ ମତଦାନ ଅନୁଷ୍ଠିତ ହେଉଅଛି। ୪୭ ଗୋଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରେ ସକାଳ ୭ ରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ୟ ସବୁ କେନ୍ଦ୍ର ରେ ସକାଳ ୭ ଘଣ୍ଟା ରୁ ଅପରାହ୍ନ ୫ ଘଣ୍ଟା ପର୍ଯ୍ୟନ୍ତ ମତଦାନ ହେବ। ଏହି ଉପ ନିର୍ବାଚନ ରେ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୨ ଲକ୍ଷ ୫୪ ହଜାର ୨୬୩ ଜଣ ମତଦାତା ମତଦାନ କରିବେ।
ନୂଆପଡ଼ା ଉପ ନିର୍ବାଚନରେ ଏଥର ୧୪ ଜଣ ପ୍ରାର୍ଥୀ ରହିଛନ୍ତି। ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ଅନ୍ୟ ୧୧ ଜଣଙ୍କ ନାଁ ମଧ୍ୟ ବ୍ୟାଲଟରେ ରହିଛି। ଏମାନଙ୍କ ନାଁକୁ ଅଧିକ ମୋଟା ଅକ୍ଷର ଓ ରଙ୍ଗୀନ ଫଟୋ ସହ ଇଭିଏମରେ ପ୍ରଦର୍ଶନ କରାଯାଉଛି। ଏହାଙ୍କ ଆଗରେ ଥିବା ବଟନକୁ ଟିପି ଭୋଟରମାନେ ଭୋଟ ଦେଇପାରିବେ।
ଏଠାରେ ପୂର୍ବରୁ ବିଜୁ ଜନତା ଦଳର ପ୍ରାର୍ଥୀ ଜିତିଥିଲେ। ତାଙ୍କରି ଅବର୍ତ୍ତମାନରେ ଏହି ଭୋଟିଂ କରାଯାଉଛି। ବିଜୁ ଜନତା ଦଳ ପକ୍ଷରୁ ଏଥର ଭୋଟ ରଣାଙ୍ଗନରେ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସରୁ ଘାସିରାମ ମାଝି ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଜୟ ଢୋଲକିଆ ପ୍ରାର୍ଥୀ ହୋଇଛନ୍ତି।ସେହିପରି ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳ ପକ୍ଷରୁ ଶୁକଧର ଦଣ୍ଡସେନା ପ୍ରାର୍ଥୀ ହୋଇଛନ୍ତି। ସ୍ୱାଧୀନ ପ୍ରାର୍ଥୀ ଭାବେ ଭକ୍ତବନ୍ଧୁ ଧାରୁଆ, ନୀତା ବାଗ, ଚକ୍ରାନ୍ତ ଜେନା, ଆଶ୍ରୟ ମହାନନ୍ଦ, ଭୁବନଲାଲ ସାହୁ, ଲୋଚନ ମାଝି, କିଶୋର ବାଗ ଏବଂ ଲକ୍ଷ୍ମୀକାନ୍ତ ତାଣ୍ଡି, ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି।