ପୁରୀରେ ଚନ୍ଦନଯାତ ଚାଲିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି। ୩୫ରୁ ଅଧିକ ଆହତ ରହିଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ କଟକ ଏସ୍ସିବି ଏବଂ ଅନ୍ୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆହତଙ୍କ ଚିକିତ୍ସାକୁ ପ୍ରତ୍ୟକ୍ଷ ତଦାରଖ କରିଛନ୍ତି।
Trending Photos
ପୁରୀରେ ଚନ୍ଦନଯାତ ଚାଲିଥିବା ବେଳେ ୧ଜଣଙ୍କ ମୃତ୍ୟୁ ହୋଇଛି। ୩୫ରୁ ଅଧିକ ଆହତ ରହିଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ କଟକ ଏସ୍ସିବି ଏବଂ ଅନ୍ୟ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଆହତଙ୍କ ଚିକିତ୍ସାକୁ ପ୍ରତ୍ୟକ୍ଷ ତଦାରଖ କରିଛନ୍ତି। ତେବେ ଆସନ୍ତୁ ଜାଣିବା ୧୦ଟି ପଏଣ୍ଟରେ ପୂରା ଘଟଣା...
1. ପୁରୀ ବାଣ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ। ୩୫ ଜଣ ଆହତ ଡାକ୍ତରଖାନାରେ ଭର୍ତ୍ତି। ୮ ଜଣଙ୍କର ଅବସ୍ଥା ସଂକଟାପନ୍ନ
2. ଗ୍ରାଣ୍ଡରୋଡ଼ସ୍ଥିତ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳା ସମୟରେ ଏହି ଦୁର୍ଘଟଣା ଘଟିଥିଲା।
3. ଚନ୍ଦନ ଯାତ୍ରାର ଅନ୍ତିମ ଦିନରେ ମନ୍ଦିର ପ୍ରଶାସନ ପକ୍ଷରୁ ଉତ୍ସବ ପାଳନ ପାଇଁ ବାଣ ଫୁଟାର ବ୍ୟବସ୍ଥା କରାଯାଇଥିଲା। ଗୋଟିଏ ସ୍ଥାନରେ ବାଣ ଗୁଡିକ ରଖାଯାଇଥିବା ବେଳେ ଭୁଲ ବସତଃ ନିଆଁଝୁଲ ପଡ଼ି ନିଆଁ ଲାଗି ଯାଇଥିଲା। ଫଳରେ ଲଗାତାର ବାଣ ଫୁଟିଥିଲା।
4. ଆହତ ମାନଙ୍କୁ ପ୍ରଥମେ ସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଜଳାପୋଡ଼ା ବିଭାଗର ସୁବିଧା ନଥିବାରୁ ତାଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।
5. ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ମୁଖ୍ୟ ଶାସନ ସଚିବ ପିକେ ଜେନା ସୂଚନା ପ୍ରଦାନ କରିଛନ୍ତି।
୬. ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତ ମାନଙ୍କ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଖର୍ଚ୍ଚ ବହନ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଆହତମାନଙ୍କର ଚିକିତ୍ସା ଜନିତ ଟିକିନିଖ ଖବର ରଖିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
୭. ଏଠାରେ କହି ରଖୁ କି ଚନ୍ଦନ ଯାତ୍ରା ୨୧ ଦିନିଆ ପର୍ବ ରହିଥାଏ। ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଚାପ ଖେଳିଥାଆନ୍ତି। ଏହାକୁ ମହାପ୍ରଭୁଙ୍କର ଜଳକ୍ରୀଡ଼ା କୁହାଯାଇଥାଏ।
୮. ବୁଧବାର ଏହି ଚନ୍ଦନ ଯାତ୍ରାର ଅନ୍ତିମ ଦିନ ରହିଥିଲା। ଅନ୍ତିମ ଦିନରେ ଏହାକୁ ପାଳନ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା।
୯. ଚନ୍ଦନ ଯାତ୍ରା ଦେଖିବାକୁ ପାଖାପାଖି ୫୦ ହଜାରରୁ ଅଧିକ ଲୋକ ନରେନ୍ଦ୍ର ପୋଖରୀ ନିକଟରେ ଚାପ ଖେଳ ଦେଖୁଥିଲେ। କିଛି ଲୋକ ପାଚେରୀ ଉପରେ ମଧ୍ୟ ବସି ଦେଖୁଥିଲେ। ଘଟଣା ସମୟରେ ପାଚେରୀ ଉପରେ ବସିଥିବା ଲୋକ ପୋଖରୀ ମଧ୍ୟକୁ ଡେଇଁ ପଡିଥିଲେ। ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
୧୦. ତେବେ ସୁରୁଖୁରୁରେ ଚନ୍ଦନ ଯାତ୍ରା ଶେଷ ହୋଇଛି।