Advertisement
Article Detail0/zeeodisha/odisha2759726
Zee OdishaOdisha TrendingVande Bharat Express: ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଆସିଲା ବଡ଼ ଅପଡେଟ୍

Vande Bharat Express: ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ଆସିଲା ବଡ଼ ଅପଡେଟ୍

Puri–Howrah Vande Bharat Express: ଭାରତୀୟ ରେଳବାଇ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସରେ ଚାରୋଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ଯୋଡିବାକୁ ନିଷ୍ପତ୍ତି ନେଇଛି। ଯାହା ଦ୍ୱାରା ଯାତ୍ରୀମାନଙ୍କ ଆହୁରି ଆରାମ ଦାୟକ ରହିବ।

 

Puri–Howrah Vande Bharat Express News
Puri–Howrah Vande Bharat Express News

Puri–Howrah Vande Bharat Express: ଭାରତୀୟ ରେଳବାଇ ପ୍ରିମିୟମ୍ ସେମି-ହାଇ-ସ୍ପିଡ୍ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍‌ରେ ଚାରୋଟି ଅତିରିକ୍ତ ଏସି ଚେୟାର କାର୍ କୋଚ୍ ଯୋଡିବାକୁ ନିଷ୍ପତ୍ତି ନେଇଛି। ଯାହା ଦ୍ୱାରା ଯାତ୍ରୀମାନଙ୍କ ପାଇଁ କ୍ଷମତା ଏବଂ ଆରାମ ଆହୁରି ବୃଦ୍ଧି ପାଇବ।

ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ବର୍ଦ୍ଧିତ ଚାହିଦା ଏବଂ ନିରନ୍ତର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ୨୦ଟି କୋଚ୍ ସହିତ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ଶୁକ୍ରବାର ଦିନ ଅର୍ଥାତ୍ ୧୬ ମଇ ୨୦୨୫ ରୁ କାର୍ଯ୍ୟକାରୀ ହେବ। ଏଥିପାଇଁ ଚାରୋଟି ଅତିରିକ୍ତ ଏସି ଚେୟାର କାର କୋଚ୍ ଯୋଡାଯିବ।

fallback

Add Zee News as a Preferred Source

ପୁରୀ ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଅପଗ୍ରେଡ୍ ରେକ୍ କମ୍ପୋଜିସନରେ ୧୬ଟି ଏସି ଚେୟାର କାର କୋଚ୍, ୨ଟି ଏକଜିକ୍ୟୁଟିଭ୍ ଚେୟାର କାର କୋଚ୍ ଏବଂ ୨ଟି କ୍ରୁ ଏବଂ ଏସି ଚେୟାର କାର କୋଚ୍ ରହିବ। ଏହି ସମ୍ପ୍ରସାରଣରେ ଚାରୋଟି ଏସି ଚେୟାର କାର କୋଚ୍ ଅନ୍ତର୍ଭୁକ୍ତ ହୋଇଛି। ଯାହାର ଲକ୍ଷ୍ୟ ଏହି ପ୍ରତିଷ୍ଠିତ ସେମି-ହାଇ-ସ୍ପିଡ୍ ସେବାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କରାଯାଇଛି।

ବର୍ଦ୍ଧିତ ଯାତ୍ରୀ ଚାହିଦା ଏବଂ ଯାତ୍ରା ଚାହିଦାର ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ଉଭୟ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ପସନ୍ଦିତ ରୁଟ୍ ଭାବରେ ପ୍ରଦର୍ଶିତ କରାଯାଇଛି। ବର୍ଦ୍ଧିତ କ୍ଷମତା ଯାତ୍ରା ଆରାମରେ ଉନ୍ନତି ଆଣିବ। ୱେଟିଂ ଲିଷ୍ଟ ହ୍ରାସ କରିବ ଏବଂ ଏହି ପ୍ରିମିୟମ୍ ଟ୍ରେନ୍ ସେବାକୁ ଅଧିକ ଲୋକପ୍ରିୟ କରିବ ବୋଲି ଆଶା କରାଯାଉଛି।

About the Author