Rajasthan Politics: ରାଜସ୍ଥାନକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ! ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ନେତା କହିଲେ ଏହି ବଡ଼ କଥା
Advertisement

Rajasthan Politics: ରାଜସ୍ଥାନକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ! ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ନେତା କହିଲେ ଏହି ବଡ଼ କଥା

Rajasthan Politics: ଜୟପୁର ଗସ୍ତରେ ଆସିଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ, ଖୁବ ଶୀଘ୍ର କଂଗ୍ରେସ ନେତୃତ୍ୱ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ସେ କହିଛନ୍ତି ଯେ, ଅତୀତରେ ଯାହା ଘଟିଥିଲା, ତାହା ​​ମଲ୍ଲିକାର୍ଜୁନ ଖଡ଼ଗେ ଓ ଅଜୟ ମାକନଙ୍କ ସାମ୍ନାରେ ଘଟିଛି । ଏହି ପୂରା ଘଟଣାକ୍ରମକୁ ନେଇ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇସାରିଛନ୍ତି । 

Rajasthan Politics: ରାଜସ୍ଥାନକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ! ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ନେତା କହିଲେ ଏହି ବଡ଼ କଥା

Rajasthan Politics: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ କଂଗ୍ରେସ ନେତା (Congress Leader) ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ( Acharya Pramod Krishnam) ଏକ ବଡ଼ ବୟାନ ଦେଇଛନ୍ତି । ଜୟପୁର ଗସ୍ତରେ ଆସିଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ, ଖୁବ ଶୀଘ୍ର କଂଗ୍ରେସ ନେତୃତ୍ୱ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ସେ କହିଛନ୍ତି ଯେ, ଅତୀତରେ ଯାହା ଘଟିଥିଲା, ତାହା ​​ମଲ୍ଲିକାର୍ଜୁନ ଖଡ଼ଗେ (Mallikarjun Kharge) ଓ ଅଜୟ ମାକନ (Ajay Maken) ଙ୍କ ସାମ୍ନାରେ ଘଟିଛି । ଏହି ପୂରା ଘଟଣାକ୍ରମକୁ ନେଇ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇସାରିଛନ୍ତି । ଶୀଘ୍ର ଏହାକୁ ସାର୍ବଜନୀନ କରାଯିବ । ପ୍ରମୋଦ କୃଷ୍ଣମ ଏହା ମଧ୍ୟ କହିଛନ୍ତି ଯେ, ହାଇ କମାଣ୍ଡଙ୍କ ନିଷ୍ପତ୍ତିକୁ ସମସ୍ତ କଂଗ୍ରେସ ବିଧାୟକ (Congress MLA) ଗ୍ରହଣ କରିବାକୁ ପଡ଼ିବ ।

ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ରାଜସ୍ଥାନର ମୁଖ୍ୟମନ୍ତ୍ରୀ (Rajasthan CM) ପରିବର୍ତ୍ତନ କରିବାକୁ ନେଇ ଖୋଲାଖୋଲି ବୟାନ ଦେଇନାହାଁନ୍ତି,କିନ୍ତୁ ସ୍ପଷ୍ଟ ସଂକେତ ଦେଇଛନ୍ତି । ସେ କହିଛନ୍ତି ଯେ, ଖୁବ ଶୀଘ୍ର କଂଗ୍ରେସ ନେତୃତ୍ୱ ଏ ବାବଦରେ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । କଂଗ୍ରେସ ନେତୃତ୍ୱ ପ୍ରତ୍ୟେକ ପରିସ୍ଥିତି ବିଷୟରେ ଅବଗତ ଅଛନ୍ତି । ତାଙ୍କ ତରଫରୁ ଯେଉଁ ନିଷ୍ପତ୍ତି ନିଆଯିବ ତାହା ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ନିଆଯିବ । ପ୍ରିୟଙ୍କା ଗାନ୍ଧୀ ଭଦ୍ରା (Priyanka Gandhi Vadra) ଙ୍କ ନିକଟତର ନେତା ଭାବେ ମନେ କରାଯାଉଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଶନିବାର ସକାଳେ ମଧ୍ୟ ଏକ ଟ୍ୱିଟ୍ କରିଥିଲା । ଯାହା ପରେ ନେତୃତ୍ୱ ପରିବର୍ତ୍ତନ ନେଇ କଳ୍ପନା ଜଳ୍ପନାର ଦେଖାଦେଇଥିଲା । 

ଏହି ଟ୍ୱିଟ୍‌ରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ( Acharya Pramod Krishnam) ଲେଖିଛନ୍ତି ଯେ, "ରାୟ ଲେଖାଯାଇସାରିଛି, ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ, ଟେମ୍ପୋକୁ ହାଇ ରଖନ୍ତୁ ।" ଏହି ଟ୍ୱିଟର ଅର୍ଥ ବାହାର କରାଯାଉଛି ଯେ, ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବଦଳି ନେଇ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇସାରିଛନ୍ତି । କେବଳ ଏହା ଘୋଷଣା କରିବାର ବାକି ରହିଛି । ଏଠାରେ କହି ରଖୁଛୁ ଯେ, କଂଗ୍ରେସ ବିଧାୟକ ଅମିନ କାଗଜୀଙ୍କ ଝିଅଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ ଜୟପୁର ଆସିଛନ୍ତି । ଏହି ସମୟରେ ସେ ବିଜେପି ପ୍ରଦେଶାଧ୍ୟକ୍ଷ ସତୀଶ ପୁନିଆଙ୍କ ସମେତ ଅନେକ ନେତାଙ୍କୁ ଭେଟିଛନ୍ତି । ବିଧାନସଭା ବାଚସ୍ପତି ଡକ୍ଟର ସିପି ଜୋଶୀଙ୍କ ବାସଭବନରେ ସେ ପ୍ରାୟ ଦୁଇ ଘଣ୍ଟା ଆଲୋଚନା କରିଥିଲେ ।

ଅଧିକ ପଢ଼ନ୍ତୁ:-ଜାଡେଜା ରୋହିତଙ୍କ ଅଧିନାୟକତ୍ୱ ଉପରେ ଉଠାଇଲେ ପ୍ରଶ୍ନ, କହିଦେଲେ ଏପରି କିଛି ବାଧିବ ବହୁତ ଅଧିକ

ଅଧିକ ପଢ଼ନ୍ତୁ:-ନିର୍ଦ୍ଧାରିତ ସମୟ ପୂର୍ବରୁ କାହିଁକି ହେବ ଟସ୍? ଜାଣନ୍ତୁ କ'ଣ ରହିଛି କାରଣ

ଅଧିକ ପଢ଼ନ୍ତୁ:-ରୋହିତ, କୋହଲିଙ୍କୁ ଫି ଫେରାଇବାକୁ କାହିଁକି କୁହାଗଲା?

ସୂଚନାଯୋଗ୍ୟ, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ସଚିନ ପାଇଲଟ (Sachin Pilot) ଙ୍କ ଜଣେ ଦୃଢ଼ ସମର୍ଥକ ଭାବେ ଜଣାଶୁଣା । ପ୍ରାୟ ତିନି ବର୍ଷ ପୂର୍ବେ ସେ ଘୋଷଣା କରିସାରିଛନ୍ତି ଯେ, ସଚିନ ପାଇଲଟ ଖୁବ ଶୀଘ୍ର ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ । ଦୀର୍ଘ ଦିନ ଧରି ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ନକରିବାରୁ ସେ ଅନେକ ଥର ପ୍ରଶ୍ନ ଉଠାଇଛନ୍ତି । ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ (Ashok Gehlot) ଙ୍କ ଉପରେ କଟାକ୍ଷ କରିବାକୁ ମଧ୍ୟ ଭୁଲି ନାହାଁନ୍ତି । ଅତୀତରେ କଂଗ୍ରେସ (Congress) ରେ ଦେଖାଇଥିବା ଝଗଡ଼ା ପରେ ଏବେ ପୁଣି ଥରେ ପ୍ରମୋଦ କୃଷ୍ଣମଙ୍କ ବିୟାନ ଏକ ରାଜନୈତିକ ଝଡ଼ ସୃଷ୍ଟି କରିଛି । ଆସନ୍ତା ମାସରେ ରାହୁଲ ଗାନ୍ଧୀ (Rahul Gandhi) ଭାରତ ଯୋଡ଼ୋ ଯାତ୍ରା (Bharat Jodo Yatra) କୁ ନେଇ ରାଜସ୍ଥାନକୁ ଆସୁଛନ୍ତି । ଏହାସହ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବାର ଦାବି ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି ।