Advertisement
Article Detail0/zeeodisha/odisha2746263
Zee OdishaOdisha TrendingOperation Sindoor: ଅପରେସନ୍‍ ସିନ୍ଦୂରକୁ ନେଇ ବିଶ୍ବ ବ୍ୟାପି ଆସିଲା ଏଭଳି ପ୍ରତିକ୍ରିୟା, ସେନା ସମର୍ଥନରେ ଦେଶବାସୀ

Operation Sindoor: ଅପରେସନ୍‍ 'ସିନ୍ଦୂର'କୁ ନେଇ ବିଶ୍ବ ବ୍ୟାପି ଆସିଲା ଏଭଳି ପ୍ରତିକ୍ରିୟା, ସେନା ସମର୍ଥନରେ ଦେଶବାସୀ

Operation Sindoor: ପହଲଗାମ୍ ଆତଙ୍କୀ ହାମଲାର ବଦଲା ନେଲା ଭାରତ। ମଧ୍ଯରାତିରେ ‘ଅପରେସନ ସିନ୍ଦୂର’ ଆରମ୍ଭ କଲା ଭାରତୀୟ ସେନା। ପାକ୍ ଆଧିକୃତ କାଶ୍ମୀରର ୯ଟି ଆତଙ୍କୀ ଶିବିର ଉପରେ ଆକ୍ରମଣ କରିଛି । ଭାରତୀୟ ସେନାର ସୂଚନା ଅନୁସାରେ,ପାକିସ୍ତାନ ସେନାର କୌଣସି ଶିବିର ଉପରେ ଆକମ୍ରଣ କରାଯାଇ ନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଭାରତ ପଦକ୍ଷେପର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। 

Operation Sindoor: ଅପରେସନ୍‍ 'ସିନ୍ଦୂର'କୁ ନେଇ ବିଶ୍ବ ବ୍ୟାପି ଆସିଲା ଏଭଳି ପ୍ରତିକ୍ରିୟା, ସେନା ସମର୍ଥନରେ ଦେଶବାସୀ

Operation Sindoor: ପହଲଗାମ୍ ଆତଙ୍କୀ ହାମଲାର ବଦଲା ନେଲା ଭାରତ। ମଧ୍ଯରାତିରେ ‘ଅପରେସନ ସିନ୍ଦୂର’ ଆରମ୍ଭ କଲା ଭାରତୀୟ ସେନା। ପାକ୍ ଆଧିକୃତ କାଶ୍ମୀରର ୯ଟି ଆତଙ୍କୀ ଶିବିର ଉପରେ ଆକ୍ରମଣ କରିଛି । ଭାରତୀୟ ସେନାର ସୂଚନା ଅନୁସାରେ,ପାକିସ୍ତାନ ସେନାର କୌଣସି ଶିବିର ଉପରେ ଆକମ୍ରଣ କରାଯାଇ ନାହିଁ। ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଭାରତ ପଦକ୍ଷେପର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। 

ସେପଟେ, ଏସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ପହଲଗାମ୍ ଘଟଣାକୁ ନେଇ ସେ ନିନ୍ଦା କରିବା ସହିତ  ପାକିସ୍ତାନ ଉପରେ ଭାରତର ଏଭଳି ଆକ୍ରମଣ ଚକିତ କରିଦେଇଛି।  ମୁଁ ଭାବୁଛି ଲୋକମାନେ ଜାଣିଥିଲେ,ଅତୀତର କିଛି ଘଟଣା ଉପରେ ଆଧାର କରି,କିଛି ଘଟିବାକୁ ଯାଉଛି। ସେମାନେ ବହୁତ ଦିନ ଧରି ଲଢ଼େଇ କରିଆସୁଛନ୍ତି। ଯଦି ତୁମେ ଏହା ବିଷୟରେ ଚିନ୍ତା କର,ସେମାନେ ଦଶନ୍ଧି ଏବଂ ଶତାବ୍ଦୀ ଧରି ଲଢ଼ୁଛନ୍ତି। ମୁଁ ଆଶା କରୁଛି ଏହି ଲଢେଇ ବହୁତ ଶିଘ୍ର ଶେଷ ହେବ।

ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ ଆମେ ଭାରତୀୟ ସେନା ଏବଂ ଆମର ସାହସୀ ସୈନିକଙ୍କ ଉପରେ ଗର୍ବିତ। ଆତଙ୍କବାଦ ବିରୋଧରେ ଏହି ଲଢ଼େଇରେ ୧୪୦ କୋଟି ଭାରତୀୟ ଭାରତୀୟ ସେନା ସହିତ ଛିଡ଼ା ହୋଇଛନ୍ତି। ଭାରତୀୟ ସେନାର ସାହସ ହେଉଛି ଦେଶର ପ୍ରତ୍ୟେକ ନାଗରିକଙ୍କ ବିଶ୍ୱାସ। ଆମେ ସମସ୍ତେ ଏକାଠି ଅଛୁ - ଆତଙ୍କବାଦ ବିରୁଦ୍ଧରେ ଆମେମାନେ ଏକ।

Add Zee News as a Preferred Source

ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାଙ୍କ ସହିତ ତାମିଲନାଜଡୁ ସର୍ବଦା ଛିଡା ହୋଇଛି ବୋଲି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି। ପହଲଗାମ ଆକ୍ରମଣ ପରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଅପରେସନ ସିନ୍ଦୁର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ତାମିଲନାଡୁ ଭାରତୀୟ ସେନା ସହିତ ଛିଡା ହୋଇଛି। ସେ କହିଥିଲେ, "ତାମିଲନାଡୁ ଆମ ଦେଶ ପାଇଁ ଆମ ସେନା ସହିତ ଦୃଢ଼ ଭାବରେ ଛିଡା ହୋଇଛି।" ସେହିପରି, ପ୍ରତିରକ୍ଷା ବିଶେଷଜ୍ଞ ପ୍ରଫୁଲ୍ଲ ବକ୍ସି ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ,
'ଭାରତ କହିଲା ଓ କରି ଦେଖାଇଲା।' 

ପର୍ଯ୍ୟଟକଙ୍କୁ ମାରିବାବେଳେ ଆତଙ୍କୀ କହିଥିଲେ ମୋଦିକୁ କହିଦେବ । ଆଜି ମୋଦି ଏୟାର ଷ୍ଟ୍ରାଇକ୍ କରି ଉତ୍ତର ଦେଇଛନ୍ତି ବୋଲି କହିଛନ୍ତି ପୂର୍ବତନ ଜମ୍ମୁ-କାଶ୍ମୀର ଉପମୁଖ୍ୟମନ୍ତ୍ରୀ କବିନ୍ଦର ଗୁପ୍ତା।  ସେହିପରି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ମଧ୍ୟ ନିଜର ଖୁସି ପ୍ରକାଶ କରିଛନ୍ତି।‘ଅପରେସନ ସିନ୍ଦୂର’ ନେଇ ରାହୁଲ ଗାନ୍ଧିଙ୍କ ଟ୍ବିଟ୍‌ । ଆମ ସେନାବାହିନୀ ପାଇଁ ଗର୍ବିତ, ଜୟ ହିନ୍ଦ୍ ବୋଲି ଲେଖିଲେ...

ସେପଟେ, ଓଡି଼ଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଟ୍ବିଟ୍ କରିଛନ୍ତି।  ସେ ଲେଖିଛନ୍ତି ଯେ, 'ଅପରେସନ୍ ସିନ୍ଦୂର' ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍
-'ଭାରତ ଏକତାର ସହ ଛିଡ଼ା ହୋଇଛି ।ଆମ ସାହସୀ ସଶସ୍ତ୍ର ବାହିନୀଙ୍କୁ ସାଲ୍ୟୁଟ୍। ଆତଙ୍କବାଦ ବିରୋଧରେ ପ୍ରତ୍ୟେକ ଆକ୍ରମଣ ଏକ ବାର୍ତ୍ତା
ଆମ ସାର୍ବଭୌମତ୍ବକୁ ଆକ୍ରମଣ ସହ୍ୟ ହେବ ନାହିଁ । ସେହିପରି, ଜମ୍ମୁ କାଶ୍ମୀରରେ ମଧ୍ୟ ପାକିସ୍ତାନ ଉପରେ ଭାରତର ଆକ୍ରମଣ ପରେ ସକାଳୁ ସକାଳୁ ସାଧାରଣ ଲୋକଙ୍କ ଭିତରେ ଖୁସିର ଲହରୀ ଖେଳି ଯାଇଛି। ଭାରତ ମାତା କୀ ଜୟ। ଇଣ୍ଡିଆନ୍ ଆର୍ମି ଜିନ୍ଦାବାଦରେ କମ୍ପୁଛି ପୂରା ପରିବେଶ। 

About the Author