Advertisement
Article Detail0/zeeodisha/odisha2102968
Zee OdishaOdisha TrendingReliance Foundation Scholarship 2023-24: ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ୫୦୦୦ ଛାତ୍ରଛାତ୍ରୀଙ୍କୁ ଚୟନ କଲା ରିଲାଏନ୍ସ ଫାଉଣ୍ଡେସନ

Reliance Foundation Scholarship 2023-24: ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ୫୦୦୦ ଛାତ୍ରଛାତ୍ରୀଙ୍କୁ ଚୟନ କଲା ରିଲାଏନ୍ସ ଫାଉଣ୍ଡେସନ

Reliance Foundation Under Graduate Scholarship 2023-24: ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ୫୦୦୦ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି।  ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରାଜ୍ୟରୁ ୧୨୧ ଜଣ ଅଛନ୍ତି।

 

Reliance Foundation Scholarship 2023-24: ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ୫୦୦୦ ଛାତ୍ରଛାତ୍ରୀଙ୍କୁ ଚୟନ କଲା ରିଲାଏନ୍ସ ଫାଉଣ୍ଡେସନ

Reliance Foundation UG Scholarship 2023-24: ୨୦୨୩-୨୪ ୟୁଜି ଶିକ୍ଷାବୃତ୍ତି ପାଇଁ ଦେଶବ୍ୟାପୀ ହୋଇଥିବା ଆବେଦନ ମଧ୍ୟରୁ ୫ ହଜାର ଛାତ୍ରଛାତ୍ରୀଙ୍କୁ ଚୟନ କରିଛି ରିଲାଏନ୍ସ ଫାଉଣ୍ଡେସନ। ଏହି ଅଣ୍ଡରଗ୍ରାଜୁଏଟ୍ ଶିକ୍ଷାବୃତ୍ତି ପାଇଁ ସମଗ୍ର ଦେଶରେ ହୋଇଥିଲା ଆବେଦନ। ଯାହାର ଫଳାଫଳ ୨୦୨୪ ଫେବୃଆରୀ ୯ ତାରିଖ ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ପାଇଁ ଦେଶର ଅନ୍ୟତମ ବୃହତ୍ତମ, ଅନ୍ତର୍ଭୂକ୍ତୀକରଣ ସମ୍ପନ୍ନ ତଥା ବିବିଧ ଶିକ୍ଷାବୃତ୍ତି କାର୍ଯ୍ୟକ୍ରମ ଭାବେ ପରିଚିତ ରିଲାଏନ୍ସ ଫାଉଣ୍ଡେସନ ଅଣ୍ଡରଗ୍ରାଜୁଏଟ୍ ସ୍କଲାରସିପ୍। ଯାହା ଅଧିନରେ ଛାତ୍ରଛାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷାବୃତ୍ତି ପ୍ରଦାନ କରାଯିବ। ଯାହା ସେମାନେ ଏକ ଦୃଢ଼ ଆଲୁମିନି ନେଟ୍‌‌ୱର୍କ ଅଂଶ ହେବାର ସୁଯୋଗ ପାଇବେ। ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ୨୦୨୩-୨୪ ପାଇଁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୨୧ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି।

ଦେଶର ସମସ୍ତ ୩୫ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୫୫୦୦ ରୁ ଅଧିକ ଶିକ୍ଷାନୁଷ୍ଠାନରେ ପଢୁଥିବା ୫୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ପାଇଁ ଆବେଦନ କରିଥିଲେ। ଏକ ଶୃଙ୍ଖଳିତ ମେଧା ଏବଂ ସାଧନର ଉପଲବ୍ଧତା ଆଧାରିତ (ମେରିଟ୍‌‌-କମ୍‌‌-ମିନ୍ସ ) ପ୍ରକ୍ରିୟା ମାଧ୍ୟମରେ ଏହି ଶିକ୍ଷା ବୃତ୍ତି ପ୍ରଦାନ ପାଇଁ ୫୦୦୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଅପ୍‌‌ଟିଚ୍ୟୁଡ୍ ପରୀକ୍ଷାରେ ପ୍ରଦର୍ଶନ ଏବଂ ଦ୍ୱାଦଶ ଶ୍ରେଣୀ ମାର୍କ ଆଧାରରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୫ ପ୍ରତିଶତଙ୍କ ଘରର ବାର୍ଷିକ ଆୟ ଅଢେଇ ଲକ୍ଷ ଟଙ୍କାରୁ କମ୍ ରହିଛି। ଛାତ୍ରଛାତ୍ରୀ ନିଜ ଆବେଦନର ଫଳାଫଳ ରିଲାଏନ୍ସ ଫାଉଣ୍ଡେସନର ୱେବସାଇଟ www.reliancefoundation.org ମାଧ୍ୟମରେ ଜାଣିପାରିବେ।

ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତିର ଉଦ୍ଦେଶ୍ୟ ହେଉଛି ଯେ କୌଣସି ଅଧ୍ୟୟନ ଧାରାରେ ସେପରି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା। ଯେଉଁମାନେ ସେମାନଙ୍କ ସମ୍ପ୍ରଦାୟକୁ ଉନ୍ନତ କରିବା ସହି ଦେଶର ଭବିଷ୍ୟତର ସାମାଜିକ-ଅର୍ଥନୈତିକ ବିକାଶରେ ଯୋଗଦାନ କରିବେ। ଯୋଗ୍ୟତା ଏବଂ ସାଧନର ଉପଲବ୍ଧତା (ମେରିଟ୍ କମ୍ ମିନ୍‌‌ସ) ଆଧାରରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ଚୟନ କରାଯାଇଛି। ଏହି ଶିକ୍ଷାବୃତ୍ତି ସେମାନଙ୍କୁ ବିନା ଆର୍ଥିକ ବୋଝରେ ନିଜ ସ୍ନାତକ ପାଠପଢ଼ା ଜାରି ରଖିବାରେ ସହାୟକ ହେବ।

Add Zee News as a Preferred Source

ଶିକ୍ଷା, ଉତ୍କର୍ଷତା ଏବଂ ଉଦ୍ଭାବନ କ୍ଷେତ୍ରରେ ରିଲାଏନ୍ସ ଫାଉଣ୍ଡେସନ ସ୍ନାତ୍ତକ ଛାତ୍ରଛାତ୍ରୀଙ୍କ ଏକ ଶକ୍ତିଶାଳୀ, ବିବିଧ, ମେଧା ଏବଂ ସାଧନର ଉପଲବ୍ଧତା ଆଧାରିତ ଗୋଷ୍ଠୀ ଚୟନ ସୁନିଶ୍ଚିତ କରିଥାଏ। ଏହା ସହିତ ଯୁବପିଢିଙ୍କ ସାମର୍ଥ୍ୟକୁ ଉନ୍ମୋଚିତ୍ତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥାଏ। ଯାହା ଦେଶକୁ ସଫଳତାର ଶିଖରରେ ପହଞ୍ଚାଇବାରେ ସହାୟକ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ୨୩,୧୩୬ ଜଣ ଛାତ୍ରଛାତ୍ରୀ ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରେ ୪୮ ପ୍ରତିଶତ ବାଳିକା ଏବଂ ୩୦୦୧ ଜଣ ଦିବ୍ୟାଙ୍ଗ ଛାତ୍ରୀଛାତ୍ରୀ ଅଛନ୍ତି।

ବାଣିଜ୍ୟ, କଳା, ବ୍ୟବସାୟ/ମ୍ୟାନେଜମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍‌‌, ବିଜ୍ଞାନ, ଭେଷଜ, ଆଇନ, ଶିକ୍ଷା, ଆତିଥ୍ୟ, ସ୍ଥାପତ୍ୟ, ଇଞ୍ଜିନିୟରିଂ/ଟେକ୍ନୋଲୋଜି ଏବଂ ଅନ୍ୟାନ୍ୟ ୟୁଜି ଡିଗ୍ରି ସମେତ ସମସ୍ତ ବିଷୟ ବିଭାଗର ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ ରିଲାଏନ୍ସ ଫାଉଣ୍ଡେସନ ୟୁଜି ଶିକ୍ଷାବୃତ୍ତିରେ ସାମିଲ କରାଯାଇଛି। ୧୯୯୬ ମସିହାରୁ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରୁଛି ରିଲାଏନ୍ସ। ଗତ ୨୦୨୨ ଡିସେମ୍ବର ମାସରେ ରିଲାଏନ୍ସ ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନିଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଥିଲା। ଆଗାମୀ ୧୦ ବର୍ଷ ମଧ୍ୟରେ ୫୦,୦୦୦ ଶିକ୍ଷାବୃତ୍ତି ପ୍ରଦାନ କରାଯିବ ବୋଲି ରିଲାଏନ୍ସ ଫାଉଣ୍ଡେସନ୍‌‌ ପ୍ରତିଷ୍ଠାତା ନୀତା ଅମ୍ବାନୀ କହିଥିଲେ। ୨୦୨୩-୨୪ ଶିକ୍ଷାବୃତ୍ତି ପାଇଁ ଚୟନ ହୋଇଥିବା ୫୦୦୦ ମେଧାବୀଙ୍କ ବିଷୟରେ ଏହି ଘୋଷଣା ଶିକ୍ଷା ଏବଂ ଦେଶର ଭବିଷ୍ୟତ ନିର୍ମାଣ ଦିଗରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବ। ଯାହା ରିଲାଏନ୍ସ ଦ୍ୱାରା ଧାର୍ଯ୍ୟ ହୋଇଥିବା ପ୍ରତିବଦ୍ଧତାର ପରିଚାୟକ। 

 

About the Author