Government Employee Retirement Age Hike: କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଅଛି । ବାସ୍ତବରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁବିଧା ଦିଆଯାଇଛି । କର୍ମଚାରୀଙ୍କ ଅବସର ବୟସରେ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (Central Administrative Tribunal-CAT) ଦ୍ୱାରା ଏହି ଆଦେଶ ଜାରି କରାଯାଇଛି । ଯାହା ପରେ ବର୍ତ୍ତମାନ କର୍ମଚାରୀମାନେ ୬୫ ବର୍ଷ ବୟସରେ ଅବସର ନେବେ । ଚଣ୍ଡିଗଡ଼ର ସରକାରୀ କଲେଜ ଶିକ୍ଷକ (Government College Teachers) ୬୫ ବର୍ଷ ବୟସରେ ଅବସର ନେବେ । କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (CAT) ର ଚଣ୍ଡିଗଡ଼ ବେଞ୍ଚ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି । CAT ଚଣ୍ଡିଗଡ଼ ଶିକ୍ଷକଙ୍କ ଆବେଦନକୁ ଅନୁମୋଦନ କରିଛି । ଏଥିରେ ଶିକ୍ଷକମାନଙ୍କ ଦ୍ୱାରା ଅବସର ବୟସ ୫୮ରୁ ୬୫ ବର୍ଷକୁ ବୃଦ୍ଧି କରିବାକୁ ଦାବି କରାଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ଶିକ୍ଷକମାନେ AICTE ରେଗୁଲେସନ୍ ୨୦୧୦ ଓ ଅନ୍ୟାନ୍ୟ ନିୟମାବଳୀ ଦର୍ଶାଇ ଏହି ଦାବି କରିଥିଲେ । ଏଥି ସହିତ CAT ର ଏହି ନିଷ୍ପତ୍ତି ପରେ ଅନେକ ଶିକ୍ଷକ ବଡ଼ ଲାଭ ପାଇବାକୁ ଯାଉଛନ୍ତି । ଚଣ୍ଡିଗଡ଼ କଲେଜ ଅଫ୍ ଆର୍ଟ ଆର୍କିଟେକ୍ଟ ବ୍ୟତୀତ ଚଣ୍ଡିଗଡ଼ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ସରକାରୀ ମହିଳା ରାଜନୈତିକ ମହାବିଦ୍ୟାଳୟ ଏବଂ ସରକାରୀ କଳା ମହାବିଦ୍ୟାଳୟ ଏଥିରେ ଅନ୍ତର୍ଭୁକ୍ତ ଅଛି ।


ଏଠାରେ ଶୁଣାଣି ସମୟରେ ଶିକ୍ଷକମାନଙ୍କ ପକ୍ଷରୁ ଓକିଲ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ମଇ ୨୦୨୧ରେ ଦିଆଯାଇଥିବା ନିଷ୍ପତ୍ତିକୁ ଉଲ୍ଲେଖ କରିଥିଲେ । ଏହି ଆଇନ ସଂସଦରେ ପାରିତ ହୋଇଛି ବୋଲି ହାଇକୋର୍ଟ କହିଛନ୍ତି । ଏଭଳି ପରିସ୍ଥିତିରେ ଚଣ୍ଡିଗଡ଼ ପ୍ରଶାସନ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକଙ୍କ ଅବସର ବୟସ ୬୫ ବର୍ଷ ହେବା ଉଚିତ୍ । ଏଠାରେ ଉଲ୍ଲେଖ କରି ରଖୁଛୁ ଯେ, ପୂର୍ବରୁ ଚଣ୍ଡିଗଡ଼ ପ୍ରଶାସନ Government College of Arts ଓ overnment College of Architectureରେ ଅଧ୍ୟାପକଙ୍କ ଅବସର ବୟସକୁ ୧୯୯୪ ମସିହାର ନିୟମ ଅନ୍ତର୍ଗତ ୫୮ ବର୍ଷରୁ ବୃଦ୍ଧି କରାଯାଇଛି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଶାସନ ଚ୍ୟାଲେଞ୍ଜ କରିଥିଲା । ଯଦିଓ ଏହା ଡିସେମ୍ବର ୨୦୨୧ରେ ରଦ୍ଦ କରିଦିଆଯାଇଥିଲା ।


ଏଠାରେ କହି ରଖୁଛୁ ଯେ, ଏହା ପୂର୍ବରୁ ୨୦୨୦ରେ Government College for Arts ଓ Chandigarh College of Arts ଦ୍ୱାରା ପ୍ରଶାସନ ତରଫରୁ ୫୮ ବର୍ଷରେ ଅବସର ବୟସକୁ ଚ୍ୟାଲେଞ୍ଜ କରାଯାଇଥିଲା । ତେବେ ଏହି ମାମଲା ଖାରଜ ହେବା ପରେ ଶିକ୍ଷକମାନେ ହାଇକୋର୍ଟ ପହଞ୍ଚିଥିଲେ । ଯେଉଁଠାରେ ତାଙ୍କ ସପକ୍ଷରେ ଏହି ରାୟ ଦିଆଯାଇଥିଲା । ଏବେ ପୁଣି ଥରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲର ଚଣ୍ଡିଗଡ଼ ବେଞ୍ଚର ଆଦେଶ ପରେ ଚଣ୍ଡିଗଡ଼ର ସରକାରୀ କଲେଜ ଶିକ୍ଷକଙ୍କ ଅବସର ବୟସ ୬୫ ବର୍ଷ ହେବ ।


ଅଧିକ ପଢ଼ନ୍ତୁ-WTC ଫାଇନାଲ୍ ଖେଳି ପାରିବେନି ଟିମ୍ ଇଣ୍ଡିଆର ଏହି ୩ ଧୁରନ୍ଧର, ଅଧିନାୟକ ରୋହିତ ଶର୍ମାଙ୍କ ବଢ଼ିଲା ଟେନସନ୍!


ଅଧିକ ପଢ଼ନ୍ତୁ-BSNL ବଢ଼ାଇଲା ଜିଓ ଓ ଏୟାରଟେଲର ଟେନସନ୍! ୮୭ ଟଙ୍କାରେ ଅସୀମିତ କଲିଂ ଓ ଦୈନିକ ୧ ଜିବି ଡାଟା


ଅଧିକ ପଢ଼ନ୍ତୁ-ଏହି ଦିନଠୁ ଆରମ୍ଭ ହେବ ଶଶ ମହାପୁରୁଷ ରାଜ ଯୋଗ; ଏହି ୩ ରାଶି ଉପରେ ବର୍ଷିବ ଟଙ୍କା, ଖୋଲିଯିବ ଭାଗ୍ୟ!