Worlds Smallest Sheikhs Death: ବିଶ୍ୱର ସବୁ ଠାରୁ ଛୋଟ ଶେଖ ଭାବେ ପରିଚିତ ଥିଲେ ଅଜିଜ ଅଲ ଅହମ୍ମଦ। ସୋସିଆଲ ମିଡ଼ିଆ ତାଙ୍କୁ ଏହି ପରିଚୟ ଦେଇଥିଲେ। ମାତ୍ର ୨୭ ବର୍ଷ ବୟସରେ ସାଉଦି ଆରବରେ ତାଙ୍କର ମୃତ୍ୟୁ ହୋଇଛି।
Trending Photos
Worlds Smallest Sheikh Aziz Al Ahmad Dead: ଏବେ ବିଶ୍ୱର କୋଣ ଅନୁକୋଣରେ ବସବାସ କରୁଥିବା ବିଭିନ୍ନ ଲୋକ ସୋସିଆଲ ମିଡ଼ିଆ ଜରିଆରେ ଲୋକ ପ୍ରିୟତା ହାସଲ କରୁଛନ୍ତି। ସୋସିଆଲ ମିଡ଼ିଆ ଜରିଆରେ ବେଶ ପ୍ରସିଦ୍ଧି ହାସଲ କରିଥିବା ସାଉଦି ଆରବର ଜଣେ ବ୍ୟକ୍ତି ତଥା ଦୁନିଆର ସବୁଠାରୁ କନିଷ୍ଠ ଶେଖ ଭାବରେ ପରିଚୟ ହାସଲ କରିଥିବା ଅଜିଜ ଅଲ ଅହମ୍ମଦଙ୍କ ମୃତ୍ୟୁ ହୋଇଛି।
ବିଶ୍ୱର ସବୁ ଠାରୁ ଛୋଟ ଶେଖ (Worlds Smallest Sheikh) ଭାବେ ପରିଚିତ ଥିଲେ ଅଜିଜ ଅଲ ଅହମ୍ମଦ (Aziz Al Ahmad)। ସୋସିଆଲ ମିଡ଼ିଆ ତାଙ୍କୁ ଏହି ପରିଚୟ ଦେଇଥିଲେ। ମାତ୍ର ୨୭ ବର୍ଷ ବୟସରେ ସାଉଦି ଆରବରେ (Saudi Arabia) ତାଙ୍କର ମୃତ୍ୟୁ ହୋଇଛି। ଜଣେ ମଡେଲ ସହ ଶେଖ ଅଜିଜ ଅଲ ଅହମ୍ମଦଙ୍କ (Sheikh Aziz Al Ahmad) ଏକ ଭିଡିଓ ଭାଇରାଲ ହୋଇଥିଲା।
ଦୁନିଆର ସବୁଠାରୁ ଛୋଟ ଶେଖ ଭାବେ ଜଣାଶୁଣା ଶେଖ ଅଜିଜ ଅଲ ଅହମ୍ମଦ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ସେ ଏକ ବିଳାସପୂର୍ଣ୍ଣ ଘରେ ରହୁଥିଲେ ଏବଂ ଏକ ବିଳାସପୂର୍ଣ୍ଣ କାର ଚଲାଉଥିଲେ। ସାଉଦି ଆରବର ଏହି ଶେଖ (Saudi Arabia Sheikh) ଜଣଙ୍କ ସର୍ବଦା ଲୋକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ରହିଥିଲେ। ତାଙ୍କର ଲୋକପ୍ରିୟତା କେବଳ ସାଉଦି ଆରବ ନୁହେଁ ବରଂ ତାଙ୍କର ପ୍ରଶଂସକ ପଡୋଶୀ ସଂଯୁକ୍ତ ଆରବ ଏମିରେଟ୍ସ ଦେଶରେ ମଧ୍ୟ ରହିଥିଲା।
ଶେଖ ଅଜିଜ ଅଲ ଅହମ୍ମଦଙ୍କ ମୃତ୍ୟୁ ସମ୍ପର୍କରେ ଖବର ତାଙ୍କ ମୃତ୍ୟୁ ଖବର ତାଙ୍କ ବନ୍ଧୁ ୟାଜାନ ଅଲ ଅସମାର ଦେଇଛନ୍ତି। ଗତ ୧୯ ଜାନୁଆରୀରେ ତାଙ୍କର ଦେହାନ୍ତ ହୋଇଥିଲା। ନିକଟରେ ଶେଖ କହିଥିଲେ ଯେ ସେ ତାଙ୍କ ପ୍ରଶଂସକଙ୍କୁ ବହୁତ ଭଲ ପାଆନ୍ତି। ସାଉଦି ଆରବ ରାଜଧାନୀ ରିୟାଦ (Saudi Arabia Capital Riyadh) ଠାରେ ୧୯୫୫ ମସିହାରେ ଜନ୍ମଗ୍ରହଣ କରିଥିଲେ ଶେଖ ଅଜିଜ ଅଲ ଅହମ୍ମଦ। ସୋସିଆଲ ମିଡ଼ିଆ ଆପ୍ ଟିକଟକ (Social Media App Tiktok) ତାଙ୍କୁ ବହୁ ପ୍ରସିଦ୍ଧି ଆଣି ଦେଇଥିଲା ଏବଂ ତାଙ୍କର ପ୍ରାୟ ୯୪ ଲକ୍ଷ ଅନୁସରଣକାରୀ ରହିଥିଲେ। ଏହା ବ୍ୟତୀତ ତାଙ୍କର ପାଖାପାଖି ୯ ଲକ୍ଷ ୟୁଟ୍ୟୁବ ସବସ୍କ୍ରାଇବର (YouTube Subscribers) ଅଛନ୍ତି।
ସାଉଦି ଆରବ ଶେଖ୍ ଜଣେ ମଡେଲ୍ ସହିତ ବହୁତ ଭଲ ବନ୍ଧୁତା କରିଥିଲେ। ସେହି ମଡେଲ ତାଙ୍କର ଭିଡିଓ ମଧ୍ୟ ଭାଇରାଲ (Sheikh Aziz Al Ahmads Viral Video) ହୋଇଥିଲା। ଯେଉଁଥରେ ତାଙ୍କୁ ଅନେକ ଥର ଦେଖିବାକୁ ମିଳିଥିଲା। କାରରୁ ମରୁଭୂମି ପର୍ଯ୍ୟନ୍ତ ଭିଡିଓ ତିଆରି କରିବା ବେଳେ ତାଙ୍କୁ ସେହି ମଡେଲ ସହ ଦେଖିବାକୁ ମିଳୁଥିଲା। ଏହି ସମୟରେ ତାଙ୍କର ମହଙ୍ଗା ଏବଂ ଲମ୍ବା ଚଉଡ଼ା କାର ମଧ୍ୟ ଦେଖିବାକୁ ମିଳିଲା। ଯେଉଁଥିପାଇଁ ତାଙ୍କୁ ବହୁତ ପ୍ରଶଂସକ ଅନୁସରଣ କରୁଥିଲେ।