)
Balangir Snakebite Incident: ସାପ କାମୁଡାରେ ଚାଲିଗଲା ସାପ ଧରାଳି ଉଦ୍ଧାରକାରୀଙ୍କ ଜୀବନ। ହଁ ଆଜ୍ଞା, ସର୍ବସାଧାରଣ ସ୍ଥାନରେ ସାପ ଧରି କୌଶଳ ପ୍ରଦର୍ଶନ କରୁଥିବା ସମୟରେ ଏକ ବିଷାକ୍ତ ସାପ କାମୁଡ଼ିବାରୁ ଜଣେ ସାପ ଉଦ୍ଧାରକାରୀଙ୍କ ମୃତ୍ୟୁ ହୋଇଛି। ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାର ବାକାଗୁରା ଗାଁରେ। ମୃତକଙ୍କ ନାମ ସନ୍ତୋଷ ଚାନ୍ଦ। ଯିଏକି ସିନ୍ଧୀକେଲାର ବାସିନ୍ଦା ଥିଲେ।
ରିପୋର୍ଟ ଅନୁସାରେ ସନ୍ତୋଷଙ୍କୁ ଜଣେ ଗ୍ରାମବାସୀଙ୍କ ଘରେ ପଶିଥିବା ଏକ ସାପକୁ ଧରିବା ପାଇଁ ଡକାଯାଇଥିଲା। ସେ ସଫଳତାର ସହ ଏକ ନାଗ ସାପକୁ ଉଦ୍ଧାର କରିଥିଲେ ଏବଂ ଏହା ପରେ ସେ ସେହି ସାପକୁ ଧରି ବିଭିନ୍ନ କୌଶଳ ପ୍ରଦର୍ଶନ କରି ଲୋକଙ୍କୁ ମନୋରଞ୍ଜନ କରୁଥିଲେ। କିନ୍ତୁ କୌଶଳ ପ୍ରଦର୍ଶନ କରିବା ସମୟରେ ସେହି ବିଷାକ୍ତ ସାପଟି ତାଙ୍କୁ ଜିଭକୁ କାମୁଡ଼ି ଦେଇଥିଲା ଏବଂ ବିଷ ଶୀଘ୍ର ତାଙ୍କ ଶରୀରରେ ବ୍ୟାପି ଯାଇଥିଲା।
ତାଙ୍କୁ ଗୁରୁତର ଅବସ୍ଥାରେ ଭବାନୀପାଟଣା ହସ୍ପିଟାଲକୁ ପଠାଯାଇଥିଲା। କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହେବାର କିଛି ମିନିଟ୍ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି।