Special Trains: ମହାକୁମ୍ଭ-୨୦୨୫ ଜାନୁଆରୀ ୧୩ ରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି। ଏହି ଅବଧି ମଧ୍ୟରେରେ କୋଟି କୋଟି ଲୋକ ଦେଶ ବିଦେଶରୁ ପବିତ୍ର ସ୍ନାନ ପାଇଁ ଆସୁଛନ୍ତି। ମହାକୁମ୍ ପାଇଁ ସରକାର ବିଶେଷ ବ୍ୟବସ୍ଥା କରିଛନ୍ତି। ଏଥିସହିତ ରେଳବାଇ ମହାକୁମ୍ଭ ଗ୍ରାମ ଟେଣ୍ଟ ସିଟି ପାଇଁ ବ୍ୟବସ୍ଥା କରିଛି ଏବଂ ପ୍ରତିଦିନ ଅନେକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ଜାନୁଆରୀ ୧୯ରେ ମଧ୍ୟ ରେଳ ୪୯ ଟି ସ୍ୱତନ୍ତ୍ର ଟ୍ରେନର ତାଲିକା ପ୍ରକାଶ କରିଛି। ରେଳବାଇର ଏହି ସ୍ୱତନ୍ତ୍ର ଟ୍ରେନ୍ କେଉଁଠାରୁ ଚଳାଚଳ କରିବ ଜାଣନ୍ତୁ।
श्रद्धा, सुरक्षा और सेवा के साथ भारतीय रेल, भव्य-दिव्य और डिजिटल महाकुम्भ 2025 के लिए चला रही स्पेशल ट्रेन।#MahaKumbh2025 #KumbhRailSeva2025 pic.twitter.com/5zm4cJUAnK
— Ministry of Railways (@RailMinIndia) January 19, 2025
— Ministry of Railways (@RailMinIndia) January 19, 2025
ଭାରତୀୟ ରେଳ କୁମ୍ବ ପୂର୍ବରୁ ଏବଂ ପରେ ପ୍ରାୟ ୧୩,୦୦୦ ଟ୍ରେନ୍ ଘୋଷଣା କରିଛି। ଯେଉଁଥିରେ ୧୦ ହଜାର ନିୟମିତ ଟ୍ରେନ୍ ଏବଂ ୩୦୦ ସ୍ୱତନ୍ତ୍ର ଟ୍ରେନ୍ କାର୍ଯ୍ୟ କରିବ। ଏହି ଅବଧି ମଧ୍ୟରେ, ପ୍ରାୟ ୭୦ ଟ୍ରେନ୍ ଦୀର୍ଘ ଦୂରତା କୁମ୍ଭ ମେଳା ସ୍ପେସାଲ୍ ରହିବ।ଏହା ବ୍ୟତୀତ ୧୮୦୦ ଟ୍ରେନ୍ ସ୍ୱଳ୍ପ ଦୂରତା ଅତିକ୍ରମ କରିବାକୁ ଚାଲିବ।