)
ପୁରୀ: ଆସନ୍ତାକାଲି ବୁଧବାରଦିନ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ଅନୁଷ୍ଠିତ ହବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ କୌଣସି ଭକ୍ତଙ୍କ ଦର୍ଶନ ହୋଇପାରିବ ନାହିୋ। ଏଣୁ ସନ୍ଧ୍ୟାବେଳେ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଶ୍ରୀମନ୍ଦିର ପ୍ରଶାସନର ବିବୃତ୍ତି ଅନୁସାରେ ‘ଆସନ୍ତାକାଲି ତା୦୩.୧୨.୨୦୨୫ରିଖ,ବୁଧବାର ମାର୍ଗଶିର ଶୁକ୍ଲ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ’ ।
ଯେଉଁ ଭକ୍ତମାନେ ଆସନ୍ତାକାଲି ଶ୍ରୀମନ୍ଦିର ଦର୍ଶନ ଉଦ୍ଦେଶ୍ୟରେ ଆସୁଛନ୍ତି ଏହି ଅନୁସାରେ ତାଙ୍କର ସମୟ ନିର୍ଘଣ୍ଟ କରିବା ଆବଶ୍ୟକ। ରାତି ୧୦ଟା ପରେ ବନକ ଲାଗି ଶେଷ ହେବା ପରେ ଶ୍ରୀମନ୍ଦିରରେ ଦର୍ଶନ ଲାଗି ଦ୍ୱାର ଖୋଲାଯିବ।