)
State Cabinet Meeting: ଆଜି ଅପରାହ୍ନ ସାଢେ ୫ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ତୃତୀୟ ମହଲାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ୮ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ। ମିଳିଥିବା ସୂଚନା ଅନୁସାରେ,ପଞ୍ଚାୟତରାଜ ବିଭାଗ, ସାଧାରଣ ପ୍ରଶାସନ, ଅର୍ଥ ଓ ଜଳ ସମ୍ପଦ ବିଭାଗ ସମେତ ଅନ୍ୟ କେତେକ ବିଭାଗର ପ୍ରସ୍ତାବ ମୋହର ବାଜିପାରେ।