Advertisement
Article Detail0/zeeodisha/odisha2740087
Zee OdishaOdisha TrendingSurat News: ୧୩ ବର୍ଷର ଛାତ୍ରଙ୍କଠାରୁ ୨୩ ବର୍ଷୀୟ ଶିକ୍ଷୟିତ୍ରୀ ହେଲେ ଗର୍ଭବତୀ, ୫ ବର୍ଷ ଧରି ପଢ଼ାଉଥିଲେ ଟ୍ୟୁସନ୍

Surat News: ୧୩ ବର୍ଷର ଛାତ୍ରଙ୍କଠାରୁ ୨୩ ବର୍ଷୀୟ ଶିକ୍ଷୟିତ୍ରୀ ହେଲେ ଗର୍ଭବତୀ, ୫ ବର୍ଷ ଧରି ପଢ଼ାଉଥିଲେ ଟ୍ୟୁସନ୍

Surat News: ପୋଲିସ ପଚରାଉଚରା ସମୟରେ ମହିଳା ଜଣକ ସ୍ୱୀକାର କରିଛନ୍ତି ଯେ ସେ ପାଞ୍ଚ ମାସର ଗର୍ଭବତୀ ଓ ଏହା ତାଙ୍କ ୧୩ ବର୍ଷୀୟ ଛାତ୍ର ପାଇଁ ହୋଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଛାତ୍ରଙ୍କ ସହିତ ପଳାଇ ଯାଇ ଅନ୍ୟ ସହରରେ ରହିବାକୁ ଚାହୁଁଥିଲେ।

୧୩ ବର୍ଷର ଛାତ୍ରଙ୍କଠାରୁ ୨୩ ବର୍ଷୀୟ ଶିକ୍ଷୟିତ୍ରୀ ହେଲେ ଗର୍ଭବତୀ
୧୩ ବର୍ଷର ଛାତ୍ରଙ୍କଠାରୁ ୨୩ ବର୍ଷୀୟ ଶିକ୍ଷୟିତ୍ରୀ ହେଲେ ଗର୍ଭବତୀ

Surat Teacher News: ସୁରଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ସୁରଟ ସହରରେ ଜଣେ ୨୩ ବର୍ଷୀୟା ଟ୍ୟୁସନ୍ ଶିକ୍ଷୟିତ୍ରୀ ଏବଂ ତାଙ୍କର ୧୩ ବର୍ଷୀୟ ନାବାଳକ ଛାତ୍ରଙ୍କ ମଧ୍ୟରେ ଅବୈଧ ସମ୍ପର୍କ ଥିବା ଜଣାପଡ଼ିଛି। ଏହି ଘଟଣା ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି। ମହିଳା ଶିକ୍ଷୟିତ୍ରୀ ପୋଲିସ ସମ୍ମୁଖରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି ଯେ ସେ ସେହି ଛାତ୍ରଙ୍କ ଯୋଗୁଁ ପାଞ୍ଚ ମାସର ଗର୍ଭବତୀ ଅଛନ୍ତି।

ଜାଣନ୍ତୁ ପୂରା ମାମଲା?
ପୋଲିସ ରେକର୍ଡ ଅନୁସାରେ ଏହି ଘଟଣା ସୁରଟର ଏକ କୋଚିଂ ସେଣ୍ଟର ସହିତ ଜଡିତ। ଯେଉଁଠାରେ ମହିଳା ଶିକ୍ଷୟିତ୍ରୀ ଜଣକ ପଞ୍ଚମ ଶ୍ରେଣୀର ଜଣେ ଛାତ୍ରଙ୍କୁ ପଢ଼ାଉଥିଲେ। ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା ଏବଂ ଶେଷରେ ସେମାନଙ୍କର ଶାରୀରିକ ସମ୍ପର୍କ ଗଢ଼ି ଉଠିଲା। ଏପ୍ରିଲ ୨୪ ତାରିଖରେ ଦୁହେଁ ଘରୁ ପଳାଇ ଯାଇଥିଲେ। ଯାହା ପରେ ପରିବାର ଲୋକ ପୋଲିସରେ ଅଭିଯୋଗ କରିଥିଲେ। ଚାରି ଦିନ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା।

ପୋଲିସ ପଚରାଉଚରା ସମୟରେ ମହିଳା ଜଣକ ସ୍ୱୀକାର କରିଛନ୍ତି ଯେ ସେ ପାଞ୍ଚ ମାସର ଗର୍ଭବତୀ ଓ ଏହା ତାଙ୍କ ୧୩ ବର୍ଷୀୟ ଛାତ୍ର ପାଇଁ ହୋଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଛାତ୍ରଙ୍କ ସହିତ ପଳାଇ ଯାଇ ଅନ୍ୟ ସହରରେ ରହିବାକୁ ଚାହୁଁଥିଲେ। ଏହି ସମୟରେ ଛାତ୍ର ଜଣକ ପୋଲିସକୁ ଏହା ମଧ୍ୟ କହିଛନ୍ତି ଯେ ସେ ଶିକ୍ଷକଙ୍କ ସହ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ।

Add Zee News as a Preferred Source

ଘଟଣାର ଗମ୍ଭୀରତାକୁ ବିଚାର କରି ପୋଲିସ ଛାତ୍ରଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲା। ଯାହାରୁ ଜଣାପଡ଼ିଥିଲା ​​ଯେ ସେ ପିତା ହେବା ପାଇଁ ଶାରୀରିକ ଭାବରେ ସକ୍ଷମ। ତଥାପି ଏବେ ଦୃଢ଼ ପ୍ରମାଣ ପାଇଁ ଏକ ଡିଏନଏ ପରୀକ୍ଷା କରାଯିବ।

ଏହି ମାମଲାରେ ଶିକ୍ଷକଙ୍କ ବିରୋଧରେ ଜଣେ ନାବାଳକଙ୍କ ସହିତ ଯୌନ ସମ୍ପର୍କ ରଖିବା, ଅପହରଣ ଏବଂ POCSO ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଏହା ସମେତ ଛାତ୍ରର ବୟସ କମ୍ ଥିବାରୁ ତାଙ୍କୁ ସୁରକ୍ଷାରେ ରଖାଯାଇଛି।

ଏହି ଖବର ସୋସିଆଲ ମିଡିଆରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯେଉଁଥିରେ 'ସଚିନ ଗୁପ୍ତା' ନାମକ ଜଣେ ୟୁଜର ଏହି ସୂଚନା ସେୟାର କରିଛନ୍ତି। ଏହି ଘଟଣା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।

ତଦନ୍ତ ପରେ ହିଁ ପୋଲିସ ସ୍ପଷ୍ଟ କରିପାରିବ ଯେ ଛାତ୍ର ଜଣକ ପ୍ରକୃତରେ ମହିଳାଙ୍କ ଗର୍ଭରେ ଥିବା ପିଲାର ଅସଲି ପିତା କି ନୁହେଁ। ବର୍ତ୍ତମାନ ଶିକ୍ଷୟତ୍ରୀଙ୍କୁ ହେପାଜତକୁ ନେଇ ଆଇନଗତ ପ୍ରକ୍ରିୟାକୁ ଆଗକୁ ବଢ଼ାଯାଉଛି। ଏହି ମାମଲା ଶିକ୍ଷୟତ୍ରୀଙ୍କ ନାବାଳକଙ୍କ ସହିତ ସମ୍ପର୍କ ଉପରେ ପ୍ରଶ୍ନ ଉଠାଇଛି ଏବଂ ଶିଶୁ ସୁରକ୍ଷା ଆଇନର ଜରୁରୀ ଆବଶ୍ୟକତାକୁ ସ୍ପଷ୍ଟ କରୁଛି।

About the Author