)
ଭୁବନେଶ୍ୱରେ: ଭୁବନେଶ୍ୱରରେ ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୮ତମ ଏସିଆନ ଟେବୁଲ ଟେନିସର ଦଳଗତ ପ୍ରତିଯୋଗିତା । ୫ ଦିନ ଧରି ଚଳିବାକୁ ଥିବା ଏହି ପ୍ରତିଯୋଗିତାରେ ୨୨ଟି ଦେଶରୁ ପ୍ରାୟ ୫୦୦ ପାଖାପାଖି ଖେଳାଳୀ ଏବଂ ମ୍ୟାଚ୍ ଅଫିସିଆଲ୍ସ ଭାଗ ନେବାର କରଜୟକ୍ରମ ରହିଛି। ଭାରତରେ ୧୬ ବର୍ଷ ପରେ ଏହି ପ୍ରତିଯୋଗିତା ଆୟୋଜନ ହେଉଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଆନ୍ତଃମହାଦେଶୀୟ ଦୁଇ ବାର୍ଷିକୀ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଚୀନ, ଜାପାନ, ଦକ୍ଷିଣ କୋରିଆ ଆଦି ବିଶ୍ଵର ଶ୍ରେଷ୍ଠ ଦଳ ଏବଂ ଏହି ଦେଶର ସର୍ବଶ୍ରେଷ୍ଠ ଟେବୁଲ ଟେନିସ ଖେଳାଳୀ ମାନଙ୍କର କ୍ରୀଡା ନୌପୂଣ୍ୟ ର ଝଲକ ଏହି ପ୍ରତିଯୋଗିତାରେ ଦେଖିବାକୁ ମିଳିବାକୁ ଯୌଥିବାରୁ ଏହା ଅତ୍ୟନ୍ତ ରୋମାଞ୍ଚକର ହେବାକୁ ଯାଉଛି। ଏହି ପ୍ରତିଯୋଗିତାର ପ୍ରଚାର ଏବଂ ଓଡ଼ିଶାରେ ଟେବୁଲ ଟେନିସର ପ୍ରସାର ବୃଦ୍ଧି କରିବା ନିମନ୍ତେ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ ସଂଘ ଏବଂ ଓଡ଼ିଶା ସରକାରଙ୍କ ତରଫରୁ ଏକାଧିକ ପଦକ୍ଷେପ ନିଆଯାଇଛି ।
ଏହି କ୍ରମରେ ଆଜି ପୁରୀର ଲାଇଟ୍ ହାଉସଠାରେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଉଦମ୍ୟରେ ଟେବୁଲ ଟେନିସ କୁ ନେଇ ଏକ ବାଲୁକା କଳାକୃତିର ପ୍ରଦର୍ଶନ ହୋଇଥିଲା। ୧୮ ଫୁଟ ଲମ୍ବା ଏବଂ ୭ ଫୁଟ ଉଚ୍ଚ ଏହି କଳାକୃତି ପ୍ରସ୍ତୁତ କରିବା ପାଇଁ ଘଣ୍ଟାଧିକ ସମୟ ଲାଗିଥିଲା। ଏଥିରେ ଏସିଆର ଶ୍ରେଷ୍ଠ ଟେବୁଲ ଟେନିସ ଖେଳାଳୀ ଭୁବନେଶ୍ବର ଆସୁଛନ୍ତି ବୋଲି ବାର୍ତ୍ତା ଦିଆ ଯାଇଥିଲା। ଏହି କଳା କୃତୀ ସହିତ ଓଲି ମାସ୍କଟ ଠିଆ ହୋଇ ଏହି ପ୍ରତିଯୋଗିତା ପାଇଁ ଭୁବନେଶ୍ୱର ପ୍ରସ୍ତୁତ ବୋଲି ବାର୍ତ୍ତା ଦେଇଥିଲେ। ଏହି କଳାକୃତୀ ଦେଖିବା ଏବଂ ଏହା ସହ ଫଟୋ ଉଠାଇବା ପାଇଁ ଅନେକ ଲୋକ ଆଗ୍ରହ ଦେଖାଇଥିଲେ