Advertisement
Article Detail0/zeeodisha/odisha2947759
Zee OdishaOdisha TrendingVande Bharat Express: ଓଡ଼ିଶାରେ ବଢିବ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା !

Vande Bharat Express: ଓଡ଼ିଶାରେ ବଢିବ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା !

Vande Bharat Express: ଆମ ଦେଶ ଦ୍ରୁତ ଗତିରେ ସେମି-ହାଇ-ସ୍ପିଡ୍ ଟ୍ରେନ୍ ନେଟୱାର୍କ ବଢାଇବାରେ ଲାଗିଛି । ଜୁଲାଇ-ଅଗଷ୍ଟ ୨୦୨୫ ସୁଦ୍ଧା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ସଂଖ୍ୟା ପ୍ରାୟ ୧୫୦ ପର୍ଯ୍ୟନ୍ତ ବଢିପାରେ ବୋଲି ଆଶା କରାଯାଉଛି।

Vande Bharat Express: ଓଡ଼ିଶାରେ ବଢିବ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା !

Vande Bharat Express: ଆମ ଦେଶ ଦ୍ରୁତ ଗତିରେ ସେମି-ହାଇ-ସ୍ପିଡ୍ ଟ୍ରେନ୍ ନେଟୱାର୍କ ବଢାଇବାରେ ଲାଗିଛି । ଜୁଲାଇ-ଅଗଷ୍ଟ ୨୦୨୫ ସୁଦ୍ଧା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ସଂଖ୍ୟା ପ୍ରାୟ ୧୫୦ ପର୍ଯ୍ୟନ୍ତ ବଢିପାରେ ବୋଲି ଆଶା କରାଯାଉଛି।

ଦେଶରେ ବନ୍ଦେ ଭାରତ ଟ୍ରେନ୍ ସଂଖ୍ୟା ବଢୁଥିବା ମଧ୍ୟରେ ଓଡ଼ିଶା ମଧ୍ୟ ଏହି ବଢୁଥିବା ଧାରାରେ ନିଜକୁ ଦୃଢ଼ ଭାବରେ ପ୍ରତିଷ୍ଠିତ କରିପାରିଛି । ବର୍ତ୍ତମାନ ରାଜ୍ୟରେ ଛଅଟି ବନ୍ଦେ ଭାରତ ଏକ୍ସପ୍ରେସ ସେବା ପ୍ରଦାନ କରୁଛି । ଓଡ଼ିଶାକୁ କୋଲକାତା, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶ ସହିତ ସଂଯୋଗ କରୁଛି ଉକ୍ତ ବନ୍ଦେ ଭାରତ ଟ୍ରେନ୍। କେବଳ ସେତିକି ନୁହେଁ ଆଗକୁ ରାଜ୍ୟରେ ଆଉ ଦୁଇଟି ପ୍ରିମିୟମ୍ ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଛି।

ଆପଣଙ୍କୁ କହିରଖୁଛୁ ଯେ, ଟ୍ରେନ୍ ନମ୍ୱର (20836/20835) ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ମଙ୍ଗଳବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲୁଛି। ଏହି ଟ୍ରେନ୍ ସକାଳୁ ପୁରୀରୁ ଛାଡ଼ି ଅପରାହ୍ନରେ ରାଉରକେଲାରୁ ଫେରିଥାଏ। ଓଡ଼ିଶାର ସବୁଠାରୁ ବ୍ୟସ୍ତବହୁଳ ରୁଟ୍ କୁହାଯାଉଥିବା ପୁରୀ-ହାଓଡ଼ା ଲାଇନ୍ ରେ ବନ୍ଦେ ଭାରତ ଏକ୍ସପ୍ରେସ୍ (୨୨୮୯୬/୨୨୮୯୫), ରାଜଧାନୀ ଭୁବନେଶ୍ୱରକୁ କୋଲକାତା ସହିତ ସଂଯୋଗ କରିଥାଏ । ଏହି ଟ୍ରେନ୍ ଗୁରୁବାର ବ୍ୟତୀତ ସପ୍ତାହରେ ଛଅ ଦିନ ସେବା ଯୋଗାଉଛି ।

Add Zee News as a Preferred Source

ସେହିପରି ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ (୨୦୮୯୨) ଯାତ୍ରୀଙ୍କୁ ସେବା ପ୍ରଦାନ କରୁଛି । ଏହି ଟ୍ରେନ୍ ସକାଳ ୫ଟା ୧୫ ସମୟରେ ବ୍ରହ୍ମପୁରରୁ ଛାଡି ମଧ୍ୟାହ୍ନ ସୁଦ୍ଧା ଟାଟାନଗରରେ ପହଞ୍ଚିଯାଏ। ପଶ୍ଚିମ ଓଡ଼ିଶା ରାଉରକେଲା-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ (୨୦୮୭୨) ଇସ୍ପାତ ସହରକୁ ସିଧାସଳଖ ଭାବେ କୋଲକାତାକୁ ସେବା ଯୋଗାଉଛି ।

ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ (୨୦୮୪୧) ସୋମବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲିଥାଏ । ଏହି ଟ୍ରେନ୍ ଆନ୍ଧ୍ରପ୍ରଦେଶ ସହିତ ରାଜ୍ୟକୁ ସଂଯୋଗ କରୁଛି । ରାୟପୁର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ (୨୦୮୨୯) ଟିଟଲାଗଡ଼ ଏବଂ ରାୟଗଡ଼ ଦେଇ ଯାତାୟତ କରୁଥିବାରୁ ଓଡ଼ିଶାର ପଶ୍ଚିମ ଅଞ୍ଚଳ ଛତିଶଗଡ଼ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶକୁ ସେବା ଯୋଗାଇପାରୁଛି।

ଓଡ଼ିଶାରେ ଚାଲୁଥିବା ମୋଟ ଛଅଟି ବନ୍ଦେ ଭାରତ ଟ୍ରେନ୍ ଶିଳ୍ପ ସହର, ତୀର୍ଥସ୍ଥଳ ସମେତ ପ୍ରମୁଖ ସହରଗୁଡ଼ିକୁ ସଂଯୋଗ କରୁଥିବାରୁ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଉପକୃତ ହୋଇପାରୁଛନ୍ତି । ଅନ୍ୟପଟେ ବଢୁଥିବା ଚାହିଦା କାରଣରୁ ରାଜ୍ୟରେ ବନ୍ଦେ ଭାରତ ସେବାକୁ ଉନ୍ନତିକରଣ କରାଯାଉଛି। ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ଏହି ବର୍ଷ ଆରମ୍ଭରେ ୨୦ କୋଚକୁ ସଂପ୍ରସାରିତ କରାଯାଇଥିଲା। ସେହିପରି, ରାଉରକେଲା-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସରେ ଆଠ କୋଚ୍ ରହିଥିବା ସମୟରେ ଆଗକୁ ଏହା ୧୬ଟି କୋଚକୁ ବଢିବାକୁ ଯାଉଛି । ରେଲୱେ ବୋର୍ଡ ପକ୍ଷରୁ ଏହି ସମ୍ପ୍ରସାରଣକୁ ଅନୁମୋଦନ ମିଳିଛି। ଆଗକୁ ଯାତ୍ରୀମାନଙ୍କ ଅଧିକ ସୁବିଧା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଓଡ଼ିଶା ସରକାର ସପ୍ତମ ଏବଂ ଅଷ୍ଟମ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବା ନେଇ ବିଚାର କରୁଛନ୍ତି। 

Also Read- Top 10 News: ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, କଟକ ଭସାଣ ଘଟଣାରେ ୬ ଗିରଫ ଓ ଅନ୍ୟ ଖବର

Also Read- Shani Pradosh Vrat 2025: ଶନିଙ୍କ ଶୁଭ ପ୍ରଭାବ ପାଇଁ ପ୍ରଦୋଷ ବ୍ରତରେ କରନ୍ତୁ ଏହି କାମ

About the Author